ଜୀବନସାଥୀ (ଭାଗ ୪୮)

ଜୀବନସାଥୀ (ଭାଗ ୪୮) ଲେଖିକା: ଶ୍ରୀମତୀ ମମତା ମହାନ୍ତି (ସାମନ୍ତରାୟ) Author: Smt Mamata Mohanty (Samantaray) ….. ସମସ୍ତେ ମନଖୁସିରେ ଏକାଠି ଖାଇବାବେଳେ ଅଙ୍କିତ ହୃଷୀକେଶଙ୍କୁ କହିଲା, ବାବା, କାଲି ଆମେ ବେଳାବେଳି ଘରୁ ବାହାରିଯାଇ, ବାହାରେ ବ୍ରେକଫାଷ୍ଟ କଲେ ଭଲ ହେବନି ? ହୃଷୀକେଶ ଓ ସୁଧାକର ଏକା ସାଙ୍ଗରେ କହିଲେ, ବହୁତ ଭଲହେବ |  ହୃଷୀକେଶ ନନ୍ଦିନୀ ଓ ସମରଙ୍କୁ କହିଲେ, ତମେମାନେ ବି ଆମ ସାଙ୍ଗରେ ଚାଲ, ବାହାଘର ଆଉ ଅଳ୍ପଦିନ ରହିଲା, ଆମକୁ ସପିଙ୍ଗ ରେ ସାହାଯ୍ୟ କରିବ |  ସମର କୁଣ୍ଠିତ ସ୍ୱରରେ କହିଲା, ଅତି ବେଶି ହେଲେ, ଦୁଇଦିନ ପାଇଁ ମୁଁ ଯାଇପାରେ, ତାଠାରୁ ଅଧିକ ଦିନ ରହି ପାରିବିନି |  କାଲି କିନ୍ତୁ ମୁଁ ଆପଣମାନଙ୍କ ସାଙ୍ଗେ ଯାଇ ପାରିବିନି, ମତେ ଅଫିସ ଯାଇ ଛୁଟି…

Read More

ଜୀବନସାଥୀ (ଭାଗ ୪୭)

Suravi Odia

ଜୀବନସାଥୀ (ଭାଗ ୪୭) ଲେଖିକା: ଶ୍ରୀମତୀ ମମତା ମହାନ୍ତି (ସାମନ୍ତରାୟ) Author: Smt Mamata Mohanty (Samantaray) ….. ନନ୍ଦିନୀ ଘରେ ସମସ୍ତେ ପହଞ୍ଚିବା ବେଳକୁ ଅପରାହ୍ନ ପାଞ୍ଚଟା ବାଜିବା ବାଜିବା ହେଉଥିଲା |  ସୁଧାକର ଓ ସୁଲୋଚନା ଡ୍ରଇଂରୁମ ସୋଫାରେ ବସିଲେ | ତାଙ୍କ ସହିତ ହୃଷୀକେଶ ଓ ସମର ମଧ୍ୟ ବସିଲେ | ନିର୍ମଳା ଭିତରକୁ ଚାଲିଯାଉଥିବାବେଳେ ହୃଷିକେଶ ତାଙ୍କୁ ପଛରୁ ଡାକି କହିଲେ, ତମେ କୁଆଡେ ଯାଉଛ ? ତମେ ତ ମୁଖ୍ୟ ଲୋକ,ଏଇଠି ବସ | ନିର୍ମଳା କହିଲେ, ହଉ, ବସିବି , ଟିକେ ୱାଶ ରୁମରୁ ଆସେ |  ହୃଷୀକେଶ କହିଲେ, ହଉ, ଶୀଘ୍ର ଆସ |  ଆସିଲାବେଳେ ଆମ ସମସ୍ତଙ୍କ ପାଇଁ ପାଣି ଆଣିବ | ନିର୍ମଳା ପାଣି ନେଇ ଆସିବା ପରେ ସମସ୍ତେ ପାଣି ପିଇଲେ ଓ…

Read More

ଝିଲିମିଲି ମାଉସୀ (ସମ୍ପୂର୍ଣ୍ଣ କାହାଣୀ )

Suravi Digital Magazine in Odia

ଝିଲିମିଲି ମାଉସୀ (ସମ୍ପୂର୍ଣ୍ଣ କାହାଣୀ ) ଲେଖିକା: ଶ୍ରୀମତୀ ମମତା ମହାନ୍ତି (ସାମନ୍ତରାୟ) Smt Mamata Mohanty (Samantaray) ….. ଝିଲିମିଲି ମାଉସୀ (ସମ୍ପୂର୍ଣ୍ଣ କାହାଣୀ ) ନୂଆକରି କଲୋନୀରେ ଆସି ରହୁଥିବା ମହାପାତ୍ର ଦମ୍ପତ୍ତିଙ୍କୁ ନେଇ ଆଜିକାଲି ଭାରି ଚର୍ଚ୍ଚା | ଦୁହେଁ ପଡୋଶୀ ମାନଙ୍କ ସହ ଏତେ ମିଳାମିଶା କରନ୍ତି ନାହିଁ;ଅଧିକାଂଶ ସମୟ ଘର ଭିତରେ ନିଜ କାମରେ ବ୍ୟସ୍ତ ଥାଆନ୍ତି | ନୂଆ ଘରକୁ ଆସିବାର ଅଳ୍ପଦିନ ଭିତରେ ସେମାନେ ତାଙ୍କ ଘର ଛାତ ଉପରେ ନାନା ପ୍ରକାର ଫୁଲ ଓ ଫଳ ଗଛ ଲଗାଇ ତାକୁ ଏକ ଛୋଟିଆ ନନ୍ଦନ କାନନରେ ପରିଣତ କରି ସାରିଲେଣି | କିନ୍ତୁ ପୂଜା ପର୍ବରେ କିଏ ଫୁଲ ଗୋଟିଏ ମାଗିଲେ,ସେମାନଙ୍କ ଦେହରୁ ଇଞ୍ଚେ ରକ୍ତ ଶୁଖିଯାଏ | ଦୁହେଁ ସଫା ସଫା ମନା କରି…

Read More

ଜୀବନସାଥୀ (ଭାଗ ୪୬)

Suravi Odia

ଜୀବନସାଥୀ (ଭାଗ ୪୬) ଲେଖିକା: ଶ୍ରୀମତୀ ମମତା ମହାନ୍ତି (ସାମନ୍ତରାୟ) Smt Mamata Mohanty (Samantaray) ….. ତାଙ୍କ ପାଖରେ ଥିବା ହୃଷୀକେଶ ତାଙ୍କୁ ସାହାରା ଦେଇ କହିଲେ, ଦେଖିଚାହିଁ ଚାଲୁନ ? ଆଉ ଟିକକରେ ମୁଣ୍ଡ ଫାଟି ଦୁଇଫାଳ ହୋଇ ଯାଇଥାଆନ୍ତା !ଏତେ ଜୋରରେ ଆଘାତ ଲାଗିଥିବା ଯୋଗୁଁ ତାଙ୍କ ମୁଣ୍ଡ ଫାଟି ଯାଇଥିବ ବୋଲି ନିର୍ମଳା ଭାବିଥିଲେ | କିନ୍ତୁ ସୌଭାଗ୍ୟକ୍ରମେ ସେମିତି କିଛି ଅଶୁଭ ଘଟଣା ଘଟି ନଥିଲା | କଣ ହେଲା କହି, ସୁଲୋଚନା କ୍ଷିପ୍ର ଗତିରେ ତାଙ୍କ ପାଖକୁ ଆସି ତଳୁ ଚଷମା ଉଠେଇ ତାଙ୍କ ହାତରେ ଦେଲେ ଓ ତାଙ୍କୁ ଆଉଁସି ପକାଇ କହିଲେ, ଅପା, ଠିକ ଠାକ ଅଛନ୍ତି ତ ? ତାଙ୍କ ପରେ ପରେ ସେଠାକୁ ଅଙ୍କିତ, ଲିପି , ନନ୍ଦିନୀ, ସମର ଓ ସୁଧାକର…

Read More

ଜୀବନସାଥୀ (ଭାଗ ୪୫)

Suravi Odia

ଜୀବନସାଥୀ (ଭାଗ ୪୫) ଲେଖିକା: ଶ୍ରୀମତୀ ମମତା ମହାନ୍ତି (ସାମନ୍ତରାୟ) Smt Mamata Mohanty (Samantaray) ….. ସୁଧାକର ଓ ସୁଲୋଚନା ଚା’ ପିଉଥିବାବେଳେ ହୃଷୀକେଶ ନିର୍ମଳାଙ୍କୁ ଡାକି ତାଙ୍କ ହାତକୁ ଏକ ବଡ଼ ପ୍ୟାକେଟ ବଢ଼ାଇ ଦେଲେ | ନିର୍ମଳା ପଚାରିଲେ, ଇଏ କଣ ? ହୃଷୀକେଶ କହିଲେ, ଇଏ ପୁଅ ଝିଅଙ୍କ ଡ୍ରେସ, ନିର୍ବନ୍ଧ ବେଳେ ପିନ୍ଧିବେ | ଆମର ଟା ରଖି ପରିଜା ବାବୁଙ୍କରଟା ତାଙ୍କୁ ଦେଇଦିଅ | ଝିଅ ପିନ୍ଧି ମନ୍ଦିରକୁ ଯିବ | କବାଟ ଆଡେ ଚାହିଁ ସେ କହିଲେ, ସେମାନେ ଯିବା ପୂର୍ବରୁ, ତାଙ୍କୁ ଦେଇଦିଅ | ଶାଢ଼ୀ ଦେଖିବାକୁ ବି ନିର୍ମଳାଙ୍କ ସମୟ ହେଲାନି , ସେ ପ୍ୟାକେଟ ଟି ସୁଲୋଚନାଙ୍କୁ ଦେଇ କହିଲେ, ଭଉଣୀ ଏଇଟା ଆମେ ଲିପି ପାଇଁ ଆଣିଛୁ | ସୁଲୋଚନା ଖୁସି…

Read More

ଜୀବନସାଥୀ (ଭାଗ ୪୪)

ଜୀବନସାଥୀ (ଭାଗ ୪୪) ଲେଖିକା: ଶ୍ରୀମତୀ ମମତା ମହାନ୍ତି (ସାମନ୍ତରାୟ) Smt Mamata Mohanty (Samantaray) ….. ହୃଷୀକେଶଙ୍କ କଥା ଶୁଣି ନିର୍ମଳା ଆଶ୍ଚର୍ଯ୍ୟ ହୋଇ କହିଲେ, ମୁଁ ତମକୁ ଗୋଟିଏ ଝଟକା ଦେଲି, ତମେ ତ ମତେ ହଜାରେ ଝଟକା ଦେଇ ସାରିଲଣି !କଥା କଣ ? ଏମିତି ହଠାତ ଏତେ କାମ କେମିତି କରି ପକେଇଲ, ଟିକିଏ ନିଶ୍ଵାସ ମାରିବାକୁ ବି ସମୟ ଦେଲନାହିଁ ? ଆଉ ସପ୍ତାହେ ଡେରି ହୋଇଥିଲେ, କଣ ଅସୁବିଧା ହୋଇଥାଆନ୍ତା ? ହୃଷୀକେଶ କହିଲେ, ଅସୁବିଧା ମାନେ ? ଘୋର ଅସୁବିଧା ହୋଇଥାଆନ୍ତା | ତମେ କଣ ସେକଥା ବୁଝି ପାରିବ ? ବର୍ତ୍ତମାନ ସମୟ ଭଲନାହିଁ | ସମୁଦୀ ଆମକୁ ଶକୁନି ପରି ଜଗି ବସିଛି, ଟିକେ କେଉଁଠି କଣା ଦେଖିଲେ, ତା ଭିତରେ ପଶି ଆମକୁ…

Read More

ଜୀବନସାଥୀ (ଭାଗ ୪୩)

Suravi Odia

ଜୀବନସାଥୀ (ଭାଗ ୪୩) ଲେଖିକା: ଶ୍ରୀମତୀ ମମତା ମହାନ୍ତି (ସାମନ୍ତରାୟ) Smt Mamata Mohanty (Samantaray) ….. ଲିପି ଅଙ୍କିତ ସହିତ କଥା ହେଉଥିବାବେଳେ ନିର୍ମଳା ବାହାରକୁ ଯାଇ ନନ୍ଦିନୀର ଫୋନରେ ହୃଷିକେଶଙ୍କୁ କଲ କଲେ । ନନ୍ଦିନୀର ଫୋନରୁ କଲ ଆସିବା ଦେଖି ହୃଷିକେଶ ଭାବିଲେ ନିର୍ମଳା ଲିପିକୁ ମନେଇ ପାରି ନାହାନ୍ତି ।  ସେଥିପାଇଁ ନନ୍ଦିନୀ ଫୋନ କରିଛି । କିନ୍ତୁ ନନ୍ଦିନୀ ପରିବର୍ତ୍ତେ ନିର୍ମଳାଙ୍କ ଆନନ୍ଦରେ ଉତ୍‍ଫୁଲିତ କଣ୍ଠସ୍ୱର ଶୁଣି ସେ ଆଶ୍ଚର୍ଯ୍ୟ ହୋଇଗଲେ । ତାଣ୍ଗକ ଆଶ୍ଚର୍ଯ୍ୟକୁ ଦ୍ୱିଗୁଣିତ କରି ନିର୍ମଳା ତାଙ୍କୁ ଲିପି ତାଜି ହେବା ଖବର ଶୁଣେଇ ଦେଇ କହିଲେ, ସେମାନେ ତ ଲିପି ଉପରେ ସବୁ ଛାଡିଦେଇଥିଲେ । ଏବେ ପରିଜାବାବୁଙ୍କୁ କହିବା ଶିଘ୍ର ନିର୍ବନ୍ଧ ଓ ବାହାଘର ଦିନ ଫାଇନାଲ କରିବେ । ମୁଁ କାଲି…

Read More

ଜୀବନସାଥୀ (ଭାଗ ୪୨)

Suravi Odia

ଜୀବନସାଥୀ (ଭାଗ ୪୨) ଲେଖିକା: ଶ୍ରୀମତୀ ମମତା ମହାନ୍ତି (ସାମନ୍ତରାୟ) Smt Mamata Mohanty (Samantaray) ….. ବାଟଯାକ ନିର୍ମଳା ଅନେକକଥା ଭାବି ଚାଲିଥିଲେ | ମଝିରେ ମଝିରେ ତାଙ୍କ ଭାବନାରେ ବ୍ୟାଘାତ ଜନ୍ମାଇ ନନ୍ଦିନୀର ଫୋନ ଆସୁଥିଲା | ସେ ବାରମ୍ବାର ପଚାରି ଚାଲିଥିଲା, ଅପା, ତୁ ଏବେ କୋଉଠି ଅଛୁ | ନନ୍ଦିନୀ ଘର ପାଖ ହୋଇ ଆସିବା ବେଳକୁ ନିର୍ମଳାଙ୍କର ମନେପଡିଗଲା, ସେ ପିଲାଙ୍କ ପାଇଁ କିଛି ଆଣି ନାହାନ୍ତି | ତେଣୁ ବାଟରେ ଗାଡି ଅଟକାଇ ସେ କିଛି ଫଳ, ବିସ୍କୁଟ, ମିକଶ୍ଚର ଓ ଚକଲେଟ କିଣିଲେ |  ନନ୍ଦିନୀ ଘରେ ପହଞ୍ଚିବା ମାତ୍ରେ ନନ୍ଦିନୀ ତାଙ୍କୁ ଖୁସିରେ କୁଣ୍ଢେଇ ପକାଇଲା | ପିଲାମାନେ ସ୍କୁଲ ଯାଇଥିଲେ ଓ ନନ୍ଦିନୀର ସ୍ୱାମୀ ଅଫିସ ଯାଇଥିଲେ | ଘରେ ସୁବଳକୁ ମିଶେଇ ସେମାନେ…

Read More

ଜୀବନସାଥୀ (ଭାଗ ୪୧)

Suravi Odia

ଜୀବନସାଥୀ (ଭାଗ ୪୧) ଲେଖିକା: ଶ୍ରୀମତୀ ମମତା ମହାନ୍ତି (ସାମନ୍ତରାୟ) Smt Mamata Mohanty (Samantaray) ….. ବେଶ କିଛିଦିନ ପରେ ଦିନେ ଘର ସଜାଡ଼ିବାବେଳେ ନିର୍ମଳାଙ୍କ ନଜର ତାଙ୍କର ପୁରୁଣା ଆଲବମ ଉପରେ ପଡିଗଲା | ସେଇଟି ତାଙ୍କର ପୁରୁଣାଦିନର ବାପଘରର ଅଭୁଲା ସ୍ମୃତି ଭାବରେ ସେ ସାଇତି ରଖିଥିଲେ | ଏହା ଭିତରେ ତାଙ୍କ ବିବାହର ତିରିଶ ବର୍ଷ ବିତିଗଲାଣି | କେତେ ଶୀଘ୍ର ଦିନଗୁଡ଼ା ବିତିଗଲା ସତରେ !!ଏବେ ପଛକୁ ଚାହିଁଲେ,ଆଖି ପାଉନି | ବାପା ମାଆଙ୍କର କେବେଠାରୁ ସ୍ୱର୍ଗବାସ ହେଲାଣି | ସେ ସଜଡା ସଜାଡି କାମ ସେଇଠି ରଖି ଆଲ୍ବମର ପୃଷ୍ଠା ପରେ ପୃଷ୍ଠା ଓଲଟାଇ ମନେ ମନେ ଅତୀତର କଥା ଭାବି ଚାଲିଥିଲେ | ପରିବାରରେ ସେମାନେ ଦୁଇ ଭଉଣୀ ଓ ଗୋଟିଏ ଭାଇ ଥିଲେ | ନନ୍ଦିନୀ…

Read More

ଜୀବନସାଥୀ (ଭାଗ ୪୦)

Suravi Odia

ଜୀବନସାଥୀ (ଭାଗ ୪୦) ଲେଖିକା: ଶ୍ରୀମତୀ ମମତା ମହାନ୍ତି (ସାମନ୍ତରାୟ) Smt Mamata Mohanty (Samantaray) ….. ନିର୍ମଳା ସ୍ଥାଣୁ ପରି ବସିଥିବାର ଦେଖି ହୃଷୀକେଶ ତାଙ୍କ ପାଖକୁ ଆସି କହିଲେ, ଫୋନ ତଳେ ପଡିଛି, ତମେ ଏମିତି ନିଶ୍ଚଳ ହୋଇ ବସିଛ, କଥା କଣ ??  ଲିପି ମନା କରିଦେଲା ନାଁ କଣ ? ନିର୍ମଳା ପ୍ରକୃତିସ୍ଥ ହୋଇ ତଳୁ ଫୋନ ଉଠାଇ ନେଲେ ଓ ଦୀର୍ଘଶ୍ଵାସ ଛାଡି କହିଲେ, ହଁ | ହୃଷୀକେଶ କହିଲେ, ମୁଁ ଜାଣେ ପରା, ତମେ ଭାବିଥିଲ, ଝିଅମାନେ ଭାରି ଶସ୍ତା ; ଯେତେବେଳେ ଇଛା ନାଁ କହି, ଗୋଡ଼ରେ ଆଡେଇ ଦେବ, ପୁଣି କେତେବେଳେ ହଁ କହି କୋଳେଇ ନେବ | ବୁଝିଲ, ଆଜିକାଲିର ଝିଅମାନେ ହେଉଛନ୍ତି, କାଉଁରିଆ କାଠି | ଭାଙ୍ଗିଯିବେ ପଛକେ, ନଇଁବେ ନାହିଁ |…

Read More