ଜୀବନ ର ଲକ୍ଷ୍ୟ

Suravi Digital Magazine in Odia

ଜୀବନ ର ଲକ୍ଷ୍ୟ

ଲେଖକ: ଶ୍ରୀ ହରେକୃଷ୍ଣ ସାହୁ

Shree Harekrushna Sahu

**********[*****]**********


…..

ପିଲାଦିନେ aim of your life ରଚନାଟି ଅନେକ ଥର ଲେଖିଛନ୍ତି। ରଚନା ଅନୁଯାୟୀ ଅମେ କେବେ ଲକ୍ଷ୍ୟ ପାଖରେ ପହଞ୍ଚି ପାରି ନାହାନ୍ତି।

କଲାମ ମହାଶୟ ଯେତେବେଳେ ଡଙ୍ଗା ତିଆରିରେ ବାପାଙ୍କୁ ସାହାଯ୍ୟ କରୁଥିଲେ ସେତେବେଳେ ବୈଜ୍ଞାନିକ ହେବାକଥା ଚିନ୍ତା କରିନଥିଲେ। ଖବର କାଗଜ ହକର୍ ଥିଲାବେଳେ ବୈଜ୍ଞାନିକ ହେବା କଥା ଭାବି ନଥିଲେ। ବୈଜ୍ଞାନିକ ହେବା ପରେ ରାଷ୍ଟ୍ରପତି ହେବା ଲକ୍ଷ୍ୟ ତାଙ୍କର ନଥିଲା।

ଆବ୍ରାହମ୍ ଲିଙ୍କନ୍ ରାସ୍ତାକଡରେ ଇଲେକ୍ଟ୍ରି ଖୁଣ୍ଟ ତଳେ ପାଠ ପଢିଲା ବେଳେ ରାଷ୍ଟ୍ରପତି ହେବାର ଲକ୍ଷ୍ୟ ତାଙ୍କ ମନକୁ ଆସିନଥିଲା।

ନବୀନ କିଛିବର୍ଷ ତଳେ ମୂଖ୍ୟମନ୍ତ୍ରୀ ହେବା କଥା ଚିନ୍ତା କରିନଥିଲେ।

ଜି.ଡି.ବିରଳା ମେଣ୍ଢା ଚରାଇଲା ବେଳେ ଆଜିର ପରିସ୍ଥିତି କୁ ଲକ୍ଷ୍ୟ ରେ ପରିଣତ କରିନଥିଲେ।

ଡାକ୍ତର,ଇଞ୍ଜିନିୟର ବା ଆଇ. ଟି. ପ୍ରୋଫେସନାଲ୍ ହେବାର ଛୋଟମୋଟ ଲକ୍ଷ୍ୟ ରଖିଥିବା ସମସ୍ତ ମଣିଷ ବି ନିଜର ଲକ୍ଷ୍ୟ ପୁରଣ କରି ପାରନ୍ତି ନାହିଁ।

ପାଦେ ପାଦେ ଆଗେଇଲା ବେଳେ ମଣିଷ କେବଳ ଚେଷ୍ଟା କରୁଥାଏ ଆଉଟିକେ ଆଗକୁ ଯିବାପାଇଁ। ସେହି ଚେଷ୍ଟାରୁ ଯାହା ଫଳ ମିଳିଥାଏ।

ନିଜର ପରିବେଶ,ଲୋକ ସଂପର୍କ,ପାରିପାର୍ଶ୍ୱିକ ଅବସ୍ଥା ଓ ସାମାଜିକ ସୁଯୋଗ ମଣିଷକୁ ଯେମିତି ତିଆରି କରେ ସେ ସେମିତି ହୋଇଯାଏ। କେତେବେଳେ ବଡ଼ ବଡ଼ ଆଶା ଅନେକ ଅଦୃଶ୍ୟ ଚାପରେ ଧ୍ୱଂସ ହୋଇଯାଏ ତ କେତେବେଳେ ଲକ୍ଷ୍ୟହୀନ ଅଯୋଗ୍ୟ ମଣିଷଟି ଖୁବ୍ ଉଚ୍ଚକୁ ଉଠିଯାଏ। ଏମ୍ ଅଫ୍ ୟୋର୍ ଲାଇଫ୍ ରଚନାଟି ନିୟମିତ ଲେଖା ଚାଲିଥାଏ। କିନ୍ତୁ ଲକ୍ଷ୍ୟ,ଆଶା,କାମନା,ସ୍ୱପ୍ନ ସବୁ ନିଜ ନିଜ ଯାଗାରେ ନିରବ ହୋଇ ରହିଯାଆନ୍ତି।

…..


…..

Shree Harekrushna

ଶ୍ରୀ ହରେକୃଷ୍ଣ ସାହୁ


ଏହି ଲେଖାକୁ ଏଠି ମଧ୍ୟ ପଢିପାରିବେ: “Facebook


Article Source Inspiration, Reference:
Personal, News papers, Books & Internet 


Image Source: Personal or Internet 


Tag: Harekrushna Sahu ହରେକୃଷ୍ଣ ସାହୁ


© Copyright Reserved by the Author 


ଏହି ଲେଖାଟି ପଢିଥିବାରୁ ଅଶେଷ ଅଶେଷ ଧନ୍ୟବାଦ ।
ଲେଖକଙ୍କୁ ଓ “ସୁରଭି ଓଡିଆ” ପରିବାରକୁ ଉତ୍ସାହିତ କରିବା ପାଇଁ ଲେଖାକୁ
(୧) ଏହି ୱେବ୍ସାଇଟ (ସୁରଭି ଓଡିଆ)ରେ ଲାଇକ (ପସନ୍ଦ) କରନ୍ତୁ , ମନ୍ତବ୍ୟ ଦିଅନ୍ତୁ ଓ ସେୟାର କରନ୍ତୁ ।
(୨) ଏହି ୱେବ୍ସାଇଟ(ସୁରଭି ଓଡିଆ)ର  ଫେସବୁକ-ପେଜ‍ ରେ ମଧ୍ୟ ଲାଇକ (ପସନ୍ଦ) କରନ୍ତୁ , ମନ୍ତବ୍ୟ ଦିଅନ୍ତୁ ଓ ସେୟାର କରନ୍ତୁ ।
ପୁଣିଥରେ ଧନ୍ୟବାଦ

Related posts

Leave a Comment