ଜୀବନସାଥୀ (ଭାଗ ୪୦)

Suravi Odia

ଜୀବନସାଥୀ (ଭାଗ ୪୦)

ଲେଖିକା: ଶ୍ରୀମତୀ ମମତା ମହାନ୍ତି (ସାମନ୍ତରାୟ)

Smt Mamata Mohanty (Samantaray)


…..

ନିର୍ମଳା ସ୍ଥାଣୁ ପରି ବସିଥିବାର ଦେଖି ହୃଷୀକେଶ ତାଙ୍କ ପାଖକୁ ଆସି କହିଲେ, ଫୋନ ତଳେ ପଡିଛି, ତମେ ଏମିତି ନିଶ୍ଚଳ ହୋଇ ବସିଛ, କଥା କଣ ??  ଲିପି ମନା କରିଦେଲା ନାଁ କଣ ? ନିର୍ମଳା ପ୍ରକୃତିସ୍ଥ ହୋଇ ତଳୁ ଫୋନ ଉଠାଇ ନେଲେ ଓ ଦୀର୍ଘଶ୍ଵାସ ଛାଡି କହିଲେ, ହଁ |

ହୃଷୀକେଶ କହିଲେ, ମୁଁ ଜାଣେ ପରା, ତମେ ଭାବିଥିଲ, ଝିଅମାନେ ଭାରି ଶସ୍ତା ; ଯେତେବେଳେ ଇଛା ନାଁ କହି, ଗୋଡ଼ରେ ଆଡେଇ ଦେବ, ପୁଣି କେତେବେଳେ ହଁ କହି କୋଳେଇ ନେବ | ବୁଝିଲ, ଆଜିକାଲିର ଝିଅମାନେ ହେଉଛନ୍ତି, କାଉଁରିଆ କାଠି | ଭାଙ୍ଗିଯିବେ ପଛକେ, ନଇଁବେ ନାହିଁ | ସବୁ ଦୋଷ ତମର | ଲିପି କଥା ଜାଣି ସୁଦ୍ଧା, ତର ତର ହୋଇ ଅକି ବାହାଘର କରିବା କଣ ଦରକାର ଥିଲା ? ଖାଲି ତ ଯୌତୁକ ଲୋଭ ତମକୁ ଗ୍ରାସିଗଲା !! ନିର୍ମଳା କହିଲେ, ସବୁ ଭୁଲ ମୋର, ତମର କିଛି ଭୁଲ ନାହିଁ ?

ହୃଷୀକେଶ କହିଲେ, ମୁଁ କଣ ମନା କରୁଛି ? ଯଦି ସେତିକିବେଳେ ପ୍ରମୋଶନର ଭୁତ ମୋ ମୁଣ୍ଡରେ ଚଢି ନଥାନ୍ତା, ମୁଁ ତମକୁ ସିଧା ସିଧା ମନା କରିଦେଇଥାନ୍ତି ! ଅକି ବି କଣ ଛୋଟିଆ ? ସୁନା ପିଲାଟି ପରି ହଁ କରି ବେଦିରେ ବସି ପଡିଲା ! ସେତିକିବେଳେ ସେ ଯଦି ନାହିଁ କରି ଘରୁ ଚାଲି ଯାଇଥାଆନ୍ତା, ଆମେ କଣ ତାକୁ ଜବରଦସ୍ତି କରି ପାରିଥାଆନ୍ତୁ ?

ନିର୍ମଳା ପ୍ରତିବାଦ କରି କହିଲେ, ତା ଦୋଷ ଦିଅନାହିଁ | ମିଶ୍ର ବାବୁଙ୍କ କଥା ତମର ମନେନାହିଁ ? ପୁଅ ତାଙ୍କ ପ୍ରସ୍ତାବରେ ରାଜି ନହୋଇ ଘରୁ ଚାଲିଯିବାରୁ, ସ୍ୱାମୀ ସ୍ତ୍ରୀ ଦୁଇଜଣଯାକ ବିଷ ପିଇ ଆତ୍ମହତ୍ୟା କରିଦେଲେ | ଅକି ସେକଥା ଭଲଭାବେ ଜାଣିଥିଲା | ଖାଲି ଆମରି ସମ୍ମାନ ରକ୍ଷା ପାଇଁ ସେ ତାର ଜୀବନକୁ ବାଜି ଲଗେଇ ଦେଲା | ଆଜିକାଲି ଏମିତି ପୁଅ ମିଳିବା ମୁସ୍କିଲ | ଜାଣିଛ, ସେ ସିନା ଆମ ମନ ରଖିବା ପାଇଁ ବାହା ହୋଇଥିଲା , ସେମାନଙ୍କ ଭିତରେ ସ୍ୱାମୀ ସ୍ତ୍ରୀ ସମ୍ପର୍କ ନଥିଲା | ସେଇଥିପାଇଁ ତ ବୋହୂ ବାୟାଣୀ ପରି କାହାକୁ ମାରିବ ହାଣିବ, ହେଉଥିଲା !

ହୃଷୀକେଶ କହିଲେ, ଆରେ ତମେ ତ ଭାରି ଭୟଙ୍କର ଲୋକ ଦେଖୁଛି, ସବୁ କଥା ଜାଣି ମତେ ଲୁଚେଇ ରଖିଥିଲ ? ନିର୍ମଳା କହିଲେ, ତମେ ଜାଣିଥିଲେ, ଅଧିକା କଣ ଟା କରି ପକେଇ ଥାଆନ୍ତ ଯେ ? ହୃଷୀକେଶ ମୁଣ୍ଡ ହଲେଇ କହିଲେ, ଠିକ କଥା, ଲେଡି ଗୁଡ଼ କହୁଣୀକୁ ବୋହି ସାରିଥିଲା, ମୋର ଆଉ କଣ କରିବାର ଥିଲା ଯେ, ମୁଁ କରି ଥାଆନ୍ତି ?? ଗୋଟେ ସତକଥା କହିବି ? ନିର୍ମଳା କିଛି ନକହି ତାଙ୍କ ଆଡକୁ ଚାହିଁଲେ | ହୃଷୀକେଶ ଗମ୍ଭୀର ହୋଇ କହିଲେ, ବେଳେବେଳେ ଏମିତି ଭଲ ପିଲାଙ୍କ ଜୀବନ ଆମପରି ଖରାପ ବାପା ମାଆମାନେ ନଷ୍ଟ କରିଦିଅନ୍ତି !

ନିର୍ମଳା ବିରକ୍ତ ହୋଇ କହିଲେ, କାହିଁକି ସବୁବେଳେ ଏମିତି କଥା କହି, କଟା ଘାଆରେ ଲୁଣ ଛିଟା ଦେଉଛ ? ହୃଷୀକେଶ କହିଲେ, ହଉ, ଯାହା ହେବାର ଥିଲା, ହୋଇଗଲା | ଏଥର ଅକିକୁ ବାହା ହେବାପାଇଁ ରାଜି କରେଇ ତାପାଇଁ ଝିଅଟିଏ ଦେଖ | ତାର ଲମ୍ବା ଜୀବନ ପଡିଛି, ସେ କଣ ଚିରଦିନ ଆମ ଭୁଲର ପ୍ରାୟଶ୍ଚିତ୍ତ କରି ଚାଲିଥିବ ?

ନିର୍ମଳା କହିଲେ, ଥରେ ମୋ ପସନ୍ଦରେ ବାହାଘର କଲି ଯେ, ସେ ଜେଲରେ ପଶିଲା | ପୁଣି ଆଉଥରେ ସେମିତି କରି ତାକୁ ଫାଶୀ ଖୁଣ୍ଟରେ ଝୁଲେଇବି ନାଁ କଣ ?ପୃଥିବୀ ପ୍ରଳୟ ହୋଇଯାଉ ପଛକେ, ଆଉ ସେ ଭୁଲ କରିବିନି | ଯାହା କରିବି, ଭାବିଚିନ୍ତି ପୁଅକୁ ପଚାରି କରିବି, ଯେତେ ଡେରି ହେଉ ପଛେ | (କ୍ରମଶଃ) 

…..


…..

…..

Smt Mamata Mohanty

ଶ୍ରୀମତୀ ମମତା ମହାନ୍ତି


ଏହି ଲେଖାକୁ ଏଠି ମଧ୍ୟ ପଢିପାରିବେ: “Facebook“, “ସାହିତ୍ୟ ମାଧୁର୍ଯ୍ୟ“, “mamatagapakabita.blogspot.com“, “Pratilipi-Odia”


Article Source Inspiration, Reference:
Personal, News papers, Books & Internet 


Image Source: Personal or Internet 


Tag: Mamata Mohanty (Samantaray) ମମତା ମହାନ୍ତି (ସାମନ୍ତରାୟ)


© Copyright Reserved by the Author 


ଏହି ଲେଖାଟି ପଢିଥିବାରୁ ଅଶେଷ ଅଶେଷ ଧନ୍ୟବାଦ ।
ଲେଖିକାଙ୍କୁ ଓ “ସୁରଭି ଓଡିଆ” ପରିବାରକୁ ଉତ୍ସାହିତ କରିବା ପାଇଁ ଲେଖାକୁ
(୧) ଏହି ୱେବ୍ସାଇଟ (ସୁରଭି ଓଡିଆ)ରେ ଲାଇକ (ପସନ୍ଦ) କରନ୍ତୁ , ମନ୍ତବ୍ୟ ଦିଅନ୍ତୁ ଓ ସେୟାର କରନ୍ତୁ ।
(୨) ଏହି ୱେବ୍ସାଇଟ(ସୁରଭି ଓଡିଆ)ର  ଫେସବୁକ-ପେଜ‍ ରେ ମଧ୍ୟ ଲାଇକ (ପସନ୍ଦ) କରନ୍ତୁ , ମନ୍ତବ୍ୟ ଦିଅନ୍ତୁ ଓ ସେୟାର କରନ୍ତୁ ।
ପୁଣିଥରେ ଧନ୍ୟବାଦ

Related posts

Leave a Comment