ସ୍ପୋକନ୍ ଇଂଲିଶ୍

ସ୍ପୋକନ୍ ଇଂଲିଶ୍ ଲେଖିକା: ଶ୍ରୀମତୀ ଚିନ୍ମୟୀ ବାରିକ Author: Smt Chinmayee Barik

ସ୍ପୋକନ୍ ଇଂଲିଶ୍   ଲେଖିକା: ଶ୍ରୀମତୀ ଚିନ୍ମୟୀ ବାରିକ Author: Smt Chinmayee Barik ….. ଗତ ବର୍ଷ ଶୀତ ସକାଳର ଦିନଟି ମୁଁ କେବେ ବି ଭୂଲି ପାରିନି । ଭୂଲିବାକୁ ବି ଚାହେଁନି । ଯେମିତିକି କିଛି ସ୍ମୃତି ରହି ରହି ମିଠା ଯନ୍ତ୍ରଣା ଦେଉଥାଏ ଆଉ କିଛି ମନେ ପକାଇ ଦେଉଥାଏ ବାରମ୍ବାର । ମୁଁ ବାଧ୍ୟ ହୁଏ ସେ ସ୍ମୃତିକୁ ସବୁ ଶୀତରେ ଭୋଗିବାକୁ । ମୁଁ ବାଧ୍ୟ ହୁଏ ସେ ନରମ କୋମଳ ମୁହଁଟିକୁ ବନ୍ଦ ଆଖିରେ ବାରବାର ଦେଖିବାକୁ । * * * * * ସେଦିନ ମୁଁ ତରବରରେ ମୋ କୋଚିଂ ସେଣ୍ଟର୍ ଆଡକୁ ଧାଇଁଥାଏ । କାରଣ ଏଇଆ ଯେ ସେତେବେଳକୁ ମୋର ଅଧଘଣ୍ଟାଏ ଡେରି ହୋଇ ସାରିଥିଲା । ମୁଁ ଏକ ପ୍ରକାର…

Read More

ଶ୍ରମଣ

ଶ୍ରମଣ ଲେଖିକା: ଶ୍ରୀମତୀ ଚିନ୍ମୟୀ ବାରିକ Author: Smt Chinmayee Barik

ଶ୍ରମଣ   ଲେଖିକା: ଶ୍ରୀମତୀ ଚିନ୍ମୟୀ ବାରିକ Author: Smt Chinmayee Barik ….. ମୋ ହାତ ଥରୁଛି । ବାହାରେ କିନ୍ତୁ ଶୀତ ନାହିଁ । ପ୍ରଥମେ ତ ମୋ ଗୋଡ ଥରିଲା । ମୁଁ ଚାଲୁ ଚାଲୁ ଅଟକି ଗଲି ଆଉ ତା’ପରେ ଧୂମ୍ କରି ତଳେ ପଡିଗଲି । ସେଇ ସମୟଟା କଲେଜ୍ ରେ ହିଁ ଥିଲା । ମୁଁ ଉଠିବାକୁ ଚେଷ୍ଟା କରି ପୁଣି ଥରେ ମୁହଁ ମାଡି ପଡିଗଲି । ମୋତେ ଦେଖି କିଛି ହସିଲେ ,କିଛି ଦୂରେଇ ଗଲେ ।  ମୋ ପ୍ରେମ ମୋତେ ଦୂରରୁ ଥାଇ ଦେଖୁଥିଲା । ମୁଁ ତାକୁ ଅନାଇଥିଲି ଟିକିଏ ସାହାରା ପାଇଁ । ତା’ଆଖିରେ କିନ୍ତୁ ଗୋଟିଏ ଅବିଶ୍ୱାସର ଆଭାସ ଥିଲା ।  ସେ ମୋ ଠାରୁ ଦୂରେଇ ଯାଇ ଆଗକୁ ଚାଲି…

Read More

ଚୋର

ଚୋର

ଚୋର   ଲେଖିକା: ଶ୍ରୀମତୀ ଚିନ୍ମୟୀ ବାରିକ Smt Chinmayee Barik ….. କେହି ଜଣେ ମୋତେ ଅପେକ୍ଷା କରିଛନ୍ତି ବୋଲି ସ୍କୁଲ୍ ପିଅନ୍ ଆସି ମୋତେ ଜଣାଇଲା । ମୁଁ ଘଣ୍ଟା ଦେଖିଲି । ଆଉ ପନ୍ଦର ମିନିଟ୍ ବାକି ଅଛି ପିରିୟଡ୍ ସରିବାକୁ । ପିଅନ୍ କୁ କହିଲି ତାଙ୍କୁ ଗେଷ୍ଟ ରୁମ୍ ରେ ବସାଅ । ମୁଁ କ୍ଲାସ୍ ସାରି ଯାଉଛି । * * * * * ଗେଷ୍ଟ ରୁମ୍ କୁ ପଶିବା ମାତ୍ରେ ସେ ଆସି ମୋତେ ଜୁହାରଟେ ପକାଇଲା । ମୁଁ ଆଶ୍ଚର୍ଯ୍ୟ ହୋଇ ତାକୁ ଅନାଇଲି ଆଉ ନ ଜାଣି ପାରିବାର ଆଖିରେ ପ୍ରଶ୍ନ କଲି କିଏ ବୋଲି ? :ଆପଣ ମୋତେ ଜାଣି ପାରିଲେନି ନା ? :ଉଁ…ଜାଣି ପାରୁନି ଠିକ୍ ରେ ।…

Read More

ନିଃଶବ୍ଦ ପୃଥିବୀ

ନିଃଶବ୍ଦ ପୃଥିବୀ

ନିଃଶବ୍ଦ ପୃଥିବୀ   ଲେଖିକା: ଶ୍ରୀମତୀ ଚିନ୍ମୟୀ ବାରିକ Smt Chinmayee Barik ….. କେଉଁ ଜିନିଷ ମୋର ଥିଲା ଯେ ଆଜି ମୋ ହାତରୁ କିଛି ଚାଲି ଯାଉଛି ବୋଲି ଦୁଃଖ କରିବି ? ନିଜର ଯାହା ବୋଲି ମଣିଷ ଭାବେ ସେଇଟା ହିଁ ତା’ହାତରୁ ଖସିଯାଏ । ସବୁ ତ ଭାଗ ଭାଗ ହେଉଥିଲା । ଘରର ଆଗ ପଛ , ଧାନ କିଆରିର ଏଫାଳ ସେଫାଳ , ଆମ୍ବ ଗଛର ମୁଣ୍ଡ ଗଣ୍ଡି , ପୋଖରୀର ଏପାରି ସେପାରି ସବୁ କିଛି। ଏମିତି ଭାଗ ତ ଅନେକ ଦେଖିଥିଲି ଆଗରୁ ଗାଁ ପଞ୍ଚାୟତରେ ହେଲେ ଆଜି ଭାଗ ହେଉଛି ଆମ ଘରେ । ମୁଁ ଆଉ ମୋ ସାନ ଭାଇ ଭିତରେ । ବାପା ଚାଲି ଯାଇଛନ୍ତି । ତା ‘ପଛେ ପଛେ…

Read More

ସାଁଝା ଚୂଲା

ସାଁଝା ଚୂଲା

ସାଁଝା ଚୂଲା   ଲେଖିକା: ଶ୍ରୀମତୀ ଚିନ୍ମୟୀ ବାରିକ Smt Chinmayee Barik ….. ଗୋଟିଏ ଶୂନ୍ୟ ଷ୍ଟେଜ୍ ଉପରେ ମୁଁ ସବୁବେଳେ ଚଢିଯାଏ । ମୁହଁ ସାମ୍ନାରେ ଗୋଟିଏ ଖାତା ଗୁଡାଇ ମାଇକ୍ରୋଫୋନ୍ ଟେ ତିଆରି କରେ ଆଉ ଆଖି ବୁଜି ଅନର୍ଗଳ ଭାଷଣ ଦିଏ ଯେମିତି କି ଏଇ ଏବେ ଏବେ ବୋଧେ ମୁଁ ଜ୍ଞାନପୀଠ ପୁରସ୍କାର ପାଇଛି କି ବୁକର୍ ପ୍ରାଇଜ୍ ଟେ ପାଇ ଯାଇଛି । କିଛି ସମୟ ପରେ ମୋ କାନ ଅପେକ୍ଷା କରେ କିଛି କରତାଳିକୁ କିନ୍ତୁ କିଛି ଶୁଭେନା ମୋତେ । ମୁଁ ଗୋଟିଏ ଖାଲି ଷ୍ଟେଜ୍ ଉପରେ ଥାଏ ଆଉ ମୋ ଆଖି ଆଗରେ ଏକ ଜନ ଶୂନ୍ୟ ସମାରୋହ ଥାଏ । ମୁଁ ଟିକେ ହସେ ଆଉ ତା’ପରେ ଷ୍ଟେଜ୍ ଉପରୁ ଓହ୍ଲାଇ ଆସେ ।…

Read More

ଶୂନ୍ୟସ୍ଥାନ

ଶୂନ୍ୟସ୍ଥାନ

ଶୂନ୍ୟସ୍ଥାନ  ଲେଖିକା: ଶ୍ରୀମତୀ ଚିନ୍ମୟୀ ବାରିକ Smt Chinmayee Barik ….. ନାଗେଶ୍ ଯେଉଁଠି ଶୁଏ ଠିକ୍ ତା’ଆଖି ସାମ୍ନାରେ ଗୋଟିଏ ବଡ କୋଠା ଠିଆ ହୋଇ ଥାଏ । ନାଗେଶ୍ ନିଜ ପୁରା ଦେହରେ କମ୍ବଳଟିଏ ଢାଙ୍କିଲା ପରେ ତା’ଆଖି ଯୋଡିକ ଜୁଳୁ ଜୁଳୁ ହୋଇ ଅନାଇ ଥାଏ ସେଇ କୋଠା ଆଡକୁ । ସେ କୋଠାରୁ ଠିକ୍ ରାତି ଏଗାର ପରେ ବାହାରନ୍ତି ସେ । ଶୁଣିଛି ସେ କାଳେ ଜଣେ ଦେହଜୀବି । ତାଙ୍କ କଡରେ ଗୋଟିଏ ବଳ ଶାଳୀ ଲୋକ ଛାତି ଫୁଲାଇ ଚାଲୁଥାଏ । ବୋଧେ ସେ ତାଙ୍କର ଖୁବ୍ ନିଜ ଲୋକଟିଏ ହୋଇଥିବ । ନାଗେଶ୍ ନିଜର କଡ ଲେଉଟାଏ । ସାମ୍ନାରେ ଛାତ ବଦଳରେ ସାରା ଆକାଶଟା ଦେଖା ଯାଏ । ଗଛ ଫାଙ୍କରେ ବେଳେ ବେଳେ…

Read More

ମିସେସ୍ ଡବାବାଲା ଓ ରାୟ ବାହାଦୂର

ମିସେସ୍ ଡବାବାଲା ଓ ରାୟ ବାହାଦୂର

ମିସେସ୍ ଡବାବାଲା ଓ ରାୟ ବାହାଦୂର  ଲେଖିକା: ଶ୍ରୀମତୀ ଚିନ୍ମୟୀ ବାରିକ Smt Chinmayee Barik ….. ତାଙ୍କ ନାମ ହିଁ ତାଙ୍କର ପ୍ରଥମ ଶତ୍ରୁଥିଲା । ତାଙ୍କ ନାମ ଥିଲା ମିସେସ୍ ରୋମି ଡବାବାଲା । ତାଙ୍କର ଏମିତି ଗୋଟିଏ ନାମ ଶୁଣି ସମସ୍ତେ ହସୁଥିଲେ , ଅବଶ୍ୟ ତାଙ୍କ ଆଗରେ ନୁହେଁ ତାଙ୍କ ପଛରେ ଏସବୁ ହେଉଥିଲା । ଆମେ ମାନେ ବି ଡବାବାଲା ଟାଇଟେଲ୍ କୁ ନେଇ ଅନେକ ବାଖ୍ୟା କରୁଥିଲୁ । ଭାବୁଥିଲୁ ତାଙ୍କ ଚଉଦ ପୁରୁଷ ନିଶ୍ଚୟ ଡବା ତିଆରି କରି ଚଳୁଥିବେ । ସେଥିଲାଗି ତ ତାଙ୍କ ନାମ ଡବାବାଲା ହୋଇଛି । ଏସବୁ ଭାବିବାର କଥା ଥିଲା ଯାହା, ହେଲେ କେହି ତାଙ୍କୁ ସାହାସ କରି କେବେ କିଛି ପଚାରି ପାରୁ ନ ଥିଲେ । ଏବେ…

Read More

ଲଣ୍ଠନ

Lanthana Story

ଲଣ୍ଠନ ଲେଖିକା: ଶ୍ରୀମତୀ ଚିନ୍ମୟୀ ବାରିକ Smt Chinmayee Barik ….. ରାତି ହେଲେ ସେ ନିଜର ଦ୍ୱିତଳ କୋଠାର ବାଲକୋନୀରେ ବସିବାର ଦେଖାଯାଆନ୍ତି । ସେ କେଉଁ ଆଡେ ଗୋଟିଏ ଅନାଇ ଥାଆନ୍ତି ।  ଲାଗେ ଯେମିତି ଡେରାଡୁନ୍ ର ପାହାଡ ଭର୍ତ୍ତି ଥାକ ଥାକ ଘରକୁ ଗଣୁଥାଆନ୍ତି ଅଥବା ଆକାଶର ତାରା ସହ କିଛି କଥା ହେଉ ଥାଆନ୍ତି । ଏମିତି ବି ହୋଇ ପାରେ ସେ କାହାକୁ କିଛି ନିର୍ଦ୍ଧେଶ ଦେଲାଭଳି ଭଙ୍ଗୀରେ କିଛି କହୁଥାଇ ପାରନ୍ତି । କଣ କରନ୍ତି ସେ ସଠିକ୍ ଭାବରେ ଜଣା ପଡେନି କିନ୍ତୁ ଦୂରରୁ ତାଙ୍କ ହାତ ଏମିତି ସଞ୍ଚାଳନ ହୁଏ ଯେ ଲାଗେ ସେ ଯେମିତି କିଛି ଗୋଟାଏ ଗଣୁଛନ୍ତି । ସେ କିଏ ,କଣ କରନ୍ତି ଅବା କେଉଁଠାରୁ ଆସିଛନ୍ତି କେହି କିଛି…

Read More

Sample Post: ଶ୍ରୀମତୀ ଚିନ୍ମୟୀ ବାରିକ Smt Chinmayee Barik

Suravi Digital Magazine in Odia

ଲେଖିକା ଶ୍ରୀମତୀ ଚିନ୍ମୟୀ ବାରିକଙ୍କ ନମୁନା ପୃଷ୍ଠାକୁ ସ୍ୱାଗତ । Welcome to Sample Post of Author Smt Chinmayee Barik. ….. ….. ….. ….. Smt Chinmayee Barik ଶ୍ରୀମତୀ ଚିନ୍ମୟୀ ବାରିକ ଏହି ଲେଖାକୁ ଏଠି ମଧ୍ୟ ପଢିପାରିବେ: “Facebook“, “Website 1”, “Website 2” Article Source Inspiration, Reference: Personal, News papers, Books & Internet  Image Source: Personal or Internet  Tag: Chinmayee Barik ଚିନ୍ମୟୀ ବାରିକ © Copyright Reserved by the Author  ଏହି ଲେଖାଟି ପଢିଥିବାରୁ ଅଶେଷ ଅଶେଷ ଧନ୍ୟବାଦ । ଲେଖିକାଙ୍କୁ ଓ “ସୁରଭି ଓଡିଆ” ପରିବାରକୁ ଉତ୍ସାହିତ କରିବା ପାଇଁ ଲେଖାକୁ (୧) ଏହି ୱେବ୍ସାଇଟ (ସୁରଭି ଓଡିଆ)ରେ ଲାଇକ (ପସନ୍ଦ) କରନ୍ତୁ , ମନ୍ତବ୍ୟ ଦିଅନ୍ତୁ…

Read More

ଗୁରୁଦିବସରେ ମୋର କିଛି ସ୍ମୃତି

ଗୁରୁଦିବସରେ ମୋର କିଛି ସ୍ମୃତି

ଗୁରୁଦିବସରେ ମୋର କିଛି ସ୍ମୃତି ଲେଖିକା: ସୁଶ୍ରୀ ଚିନ୍ମୟୀ ବାରିକ  Chinmayee Barik ଘର ପଛପଟରେ ହିଁ ଥିଲା ମୋ ସ୍କୁଲ୍ ..ଯେଉଁଥି ଲାଗି ମୋତେ ଯିବା ଆସିବା ଲାଗି ଦୁଇଟି ବାଟ ମିଳି ଯାଉଥିଲା ।ସମୟଥିଲେ ସିଧାରାସ୍ତାରେ ଯାଉଥିଲି ଆଉ ସମୟ ନ ଥିଲେ ଘର ପାଚେରୀ ରୁ ହୁମ୍ପା ମାରି ସ୍କୁଲ୍ ରେ ହାଜର ହେଉଥିଲି । ଖଣ୍ଡିଆ ମଣ୍ଡିଆ ସ୍କୁଲ୍ ..ଖପର ଘର ।ଦିନରେ ସୂର୍ଯ୍ୟ ଦିଶେ ,ରାତିରେ ଜହ୍ନ,ବର୍ଷାରେ ମେଘ ଆଉ ଶୀତରେ ଥୋପା ଥୋପା କୁହୁଡି ବି ଦିଶେ ।ସେଇ ଖପର ଘରଭିତରେ ଆମ ମାନଙ୍କର କେଁ କଟର୍ ର ଉଚ୍ଚ ଆବାଜ୍ ଜଣାଇ ଦିଏ ଯେ ଏଠି ବହୁତ ପିଲା ପଢନ୍ତି ।ହଁ..ସ୍କୁଲ୍ ର ହାଲତ ଖରାପ ଥିଲେ ବି ପିଲା ସଂଖ୍ୟା ପ୍ରଚୁର ଥିଲେ କାରଣ ଏହି…

Read More