ଆମ ସ୍କୁଲର ନୀତିବାକ୍ୟ ସମ୍ବନ୍ଧରେ

ଆମ ସ୍କୁଲର ନୀତିବାକ୍ୟ ସମ୍ବନ୍ଧରେ

ଆମ ସ୍କୁଲର ନୀତିବାକ୍ୟ ସମ୍ବନ୍ଧରେ

ଲେଖକ: ଶ୍ରୀ କୁମାର ଅରୋଜ୍ୟୋତି

Author: Shree Kumar Aurojyoti


…..

* ସତ୍ୟାନ୍ନ ପ୍ରମଦିତବ୍ୟଂ ଧର୍ମାଚ୍ଚ *

|| ଆମ ସ୍କୁଲର ନୀତିବାକ୍ୟ ସମ୍ବନ୍ଧରେ ||

ଆମେ ପାଠ ପଢିବା ସମୟରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଅନେକ ନୀତିବାକ୍ୟ ସମ୍ପର୍କରେ ଆସିଛୁ ଓ ସେଗୁଡିକୁ ମନେରଖିଛୁ । ଯେପରିକି –

ସତ୍ୟମେବ ଜୟତେ – (ଭାରତର ନୀତିବାକ୍ୟ)

ୟତୋ ଧର୍ମସ୍ତତୋ ଜୟଃ – (ଉଚ୍ଚତମ ନ୍ୟାୟାଳୟର ନୀତିବାକ୍ୟ)

ସତ୍ୟଂ ଶିଵଂ ସୁନ୍ଦରମ୍ – (ଦୂରଦର୍ଶନର ନୀତିବାକ୍ୟ)

ବହୁଜନହିତାୟ ବହୁଜନସୁଖାୟ – (ଆକାଶବାଣୀର ନୀତିବାକ୍ୟ)

ଯୋଗକ୍ଷେମଂ ବହାମ୍ୟହମ୍ – (ଭାରତୀୟ ଜୀବନ ବୀମା ନିଗମର ନୀତିବାକ୍ୟ)

ଓ ଏହିପରି ଅନେକ …

ତେବେ ଅନେକ ସମୟରେ ଆମେ ଆମର ଶିକ୍ଷାନୁଷ୍ଠାନର (ସ୍କୁଲ ବା କଲେଜର) ନୀତିବାକ୍ୟକୁ ମନେ ରଖିବାକୁ ଚେଷ୍ଟା କରିନଥାଉ କିମ୍ବା ଯଦିବା ମନେରଖୁ, ତାହାକୁ ବୁଝିବାକୁ ଚେଷ୍ଟା କରିନଥାଉ । ଏ ପ୍ରସଙ୍ଗରେ ଆଜି ମୁଁ ଆଲୋକପାତ କରିବାକୁ ଚାହିଁବି ଆମ ପୁରୀ ଜିଲ୍ଲା ସ୍କୁଲର ନୀତିବାକ୍ୟ ସମ୍ବନ୍ଧରେ ।

ପୁରୀ ଜିଲ୍ଲା ସ୍କୁଲ ଆମ ଓଡ଼ିଶାର ଅତି ପୁରାତନ ସ୍କୁଲମାନଙ୍କ ମଧ୍ୟରୁ ଅନ୍ୟତମ ଯାହାକି ୧୮୫୩ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସମେତ ପଞ୍ଚସଖା, ଭକ୍ତକବି ମଧୁସୂଦନ ରାଓ ଓ ଓଡ଼ିଶାର ଅନେକ ଲବ୍ଧପ୍ରତିଷ୍ଠିତ ବ୍ୟକ୍ତି ଏହି ଗୌରବମୟ ଶିକ୍ଷାନୁଷ୍ଠାନରେ ବିଦ୍ୟାଲାଭ କରିବାର ସୌଭାଗ୍ୟ ହାସଲ କରି ପରବର୍ତ୍ତୀ ସମୟରେ ଦେଶ ତଥା ଜାତି ପାଇଁ ଅଶେଷ ସୁନାମ ଅର୍ଜନ କରିବାରେ ସଫଳ ହୋଇଥିଲେ । ଏହିସବୁ ମହାପୁରୁଷମାନଙ୍କର ପ୍ରସିଦ୍ଧିରେ ସେମାନଙ୍କର ବ୍ୟକ୍ତିଗତ ପ୍ରଚେଷ୍ଟା, ଅଧ୍ୟବସାୟ, ଶୃଙ୍ଖଳା, ଅନୁଶାସନ ଆଦିର ଭୂମିକା ତ ନିଶ୍ଚୟ ରହିଛି, ହେଲେ ଏ ଦିଗରେ ସେମାନଙ୍କର ଚରିତ୍ର ତଥା ବ୍ୟକ୍ତିତ୍ୱର ମୂଳଦୁଆ ସ୍ଥାପନ କରିବାରେ ସ୍କୁଲର ଭୂମିକାକୁ କେବେହେଲେ ଅସ୍ବୀକାର କରାଯାଇପାରିବ ନାହିଁ । ତେବେ ସ୍କୁଲର ସେହି ଭୂମିକା ବା ମହାନ ଶିକ୍ଷାକୁ ଆମେ ଯଦି ସଂକ୍ଷେପରେ ଉପସ୍ଥାପନ କରିବା, ତାହା ଏହିପରି ହେବ –

“ସତ୍ୟାନ୍ନ ପ୍ରମଦିତବ୍ୟଂ ଧର୍ମାଚ୍ଚ ।”

ଏହାହିଁ ପୁରୀ ଜିଲ୍ଲା ସ୍କୁଲର ନୀତିବାକ୍ୟ ବା motto ଯାହା ଦେଶ ତଥା ଜାତି ପାଇଁ ସୁନାମ ଆଣିଥିବା ଏହି ସ୍କୁଲର ଅଗଣିତ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱ, କର୍ମ ଓ ଜୀବନରେ ପ୍ରତିଫଳିତ ହୁଏ ।

ଏହି ନୀତିବାକ୍ୟଟି ତୈତ୍ତିରୀୟୋପନିଷଦ୍ ଶିକ୍ଷାବଲ୍ଲୀ, ଅନୁବାକ-୧୧, ଶ୍ଲୋକ-୧ ରୁ ଉଦ୍ଧୃତ ଯାହାର ଅର୍ଥ ହେଉଛି

(ଗୁରୁକୁଳରେ ରହୁଥିବା ଶିଷ୍ୟମାନଙ୍କୁ ଆଚାର୍ଯ୍ୟ ବେଦ ପଢ଼ାଇ ଉପଦେଶ ଦେଉଛନ୍ତି) –

“ସତ କହିବାରେ ତଥା ଧର୍ମାଚରଣ କରିବାରେ ପ୍ରମାଦ (ଭ୍ରାନ୍ତି/ଅସାବଧାନତା)ର ବଶବର୍ତ୍ତୀ ହୁଅନାହିଁ ।”

ଏଠାରେ ସତ୍ୟ ଓ ଧର୍ମର ଅର୍ଥ କଲେ ଉପସ୍ଥାପନର ପାଠ୍ୟ ବିସ୍ତୃତ ହୋଇଯିବ । ତେବେ ଆମେ ଏତିକି ବୁଝିବା ଯେ ଜୀବନର ପ୍ରତ୍ୟେକ ଦୋଛକିରେ ଆମେ ଏହି ସତ୍ୟ ଓ ଧର୍ମକୁ ନେଇ ଦ୍ବନ୍ଦ୍ୱରେ ପଡିବା ଏବଂ ସେତିକିବେଳେ ଆମେ ଅର୍ଜନ କରିଥିବା ବିଦ୍ୟା ହିଁ କାମରେ ଆସିବ ଏହି ସତ୍ୟ ଓ ଧର୍ମର ମାର୍ଗକୁ ଚିହ୍ନିବା ପାଇଁ ।

ସତ୍ୟମେବ ଜୟତେ ନାନୃତଂ

…..


…..

Shree Kumar Aurojyoti

ଶ୍ରୀ କୁମାର ଅରୋଜ୍ୟୋତି


ଏହି ଲେଖାକୁ ଏଠି ମଧ୍ୟ ପଢିପାରିବେ: “Facebook” , “ayurdwar.com


Article Source Inspiration, Reference:
Personal, News papers, Books & Internet 


Image Source: Personal or Internet 


Tag: Kumar Aurojyoti କୁମାର ଅରୋଜ୍ୟୋତି


© Copyright Reserved by the Author 


ଏହି ଲେଖାଟି ପଢିଥିବାରୁ ଅଶେଷ ଅଶେଷ ଧନ୍ୟବାଦ ।
ଲେଖକଙ୍କୁ ଓ “ସୁରଭି ଓଡିଆ” ପରିବାରକୁ ଉତ୍ସାହିତ କରିବା ପାଇଁ ଲେଖାକୁ
(୧) ଏହି ୱେବ୍ସାଇଟ (ସୁରଭି ଓଡିଆ)ରେ ଲାଇକ (ପସନ୍ଦ) କରନ୍ତୁ , ମନ୍ତବ୍ୟ ଦିଅନ୍ତୁ ଓ ସେୟାର କରନ୍ତୁ ।
(୨) ଏହି ୱେବ୍ସାଇଟ(ସୁରଭି ଓଡିଆ)ର  ଫେସବୁକ-ପେଜ‍ ରେ ମଧ୍ୟ ଲାଇକ (ପସନ୍ଦ) କରନ୍ତୁ , ମନ୍ତବ୍ୟ ଦିଅନ୍ତୁ ଓ ସେୟାର କରନ୍ତୁ ।
ପୁଣିଥରେ ଧନ୍ୟବାଦ

Related posts

5 Thoughts to “ଆମ ସ୍କୁଲର ନୀତିବାକ୍ୟ ସମ୍ବନ୍ଧରେ”

  1. I’m really impressed together with your writing skills
    and also with the layout to your blog. Is this a paid topic or did you modify it your self?
    Either way keep up the excellent quality writing, it’s rare to look a
    great blog like this one these days..

  2. Why viewers still make use of to read news papers when in this technological
    globe the whole thing is existing on web?

  3. My developer is trying to convince me to move to .net from PHP.
    I have always disliked the idea because of the costs. But he’s tryiong none the less.

    I’ve been using WordPress on numerous websites for
    about a year and am anxious about switching to another platform.
    I have heard fantastic things about blogengine.net.
    Is there a way I can transfer all my wordpress content
    into it? Any kind of help would be really appreciated!

  4. Hello there! This is my first visit to your blog! We are
    a team of volunteers and starting a new initiative in a community in the same niche.
    Your blog provided us useful information to work on. You have done a marvellous job!

  5. I think the admin of this website is actually working hard
    in support of his website, since here every stuff is quality based stuff.

Leave a Comment