ବିଜୟ ବୈଜୟନ୍ତୀ
ଲେଖା: ଅଧ୍ୟାପକ ଶ୍ରୀ ହିମାଂଶୁ ଶେଖର ରଥ
ଅଫିସ୍ ରୁ ଫେରି ଶାନ୍ତି ରେ କିଛି ସମୟ ବିତେଇବା ଲକ୍ଷ ନେଇ ଲନ୍ ରେ ପଦଚାରଣ କରୁଥିଲା କିରଣ । ବହୁଦିନର ଝାମେଲା ତୁଟିଲା । ଭାବୁଥିବା ଆଶା ଫଳବତୀ ହେଇଚି । ତଥାପି ମନଟା କାହିଁକି ହାଲ୍କା ଲାଗୁନି କୋଉଠି କିଛି ଭୁଲ୍ କରିଛି କି ସେ । ଏତେ ଦିନର ବୁଝାମଣାକୁ ପାଦରେ ଠେଲିଦେଇ ସେ କଣ ଠିକ୍ କରିଚି କି ଭୁଲ୍ କରିଚି ସେ ହିସାବ କରିବା ହୁଏତ ଏତେ ସହଜ ନୁହେଁ ଯଦିଓ ତଥାପି କଣ କରିଥାନ୍ତା ସେ । ବିଧୁଶେଖର ବି କିଛି ଶୁଣିଲେନି ତା କଥା । ଭାରି ଜିଦିଆ ସ୍ୱାଭିମାନୀ ବି । ମୋ ମାନସିକତାକୁ ବୁଝିଲେନି ବୋଲି ବିରକ୍ତ ରେ ଅନେକ ଥର ଭର୍ତ୍ସନା କରିଚି । ବାଧିଥିବ ନିଶ୍ଚିତ ତାଙ୍କୁ ସେଥିପାଇଁ ଭାରି ଚୁପ୍ଚାପ୍ ହେଇଯାଇଚନ୍ତି । ସବୁବେଳେ ଗୁମ୍ସୁମ୍ ସାଙ୍ଗସାଥିଙ୍କ ସହ ବି ମିଶୁନାହାଁନ୍ତି । ଶୁଣିଚି କାହାକୁ ନକହି ଢେର୍ କାନ୍ଦିଚନ୍ତି । କେହି ତାଙ୍କୁ ବୁଝିଲେନି କୁଆଡେ ଏ ଯାଏ । ପରିବାର ଲୋକେ ବି ।
ଭାରି ଏକେଲା ମଣିଷଟି । ମତେ ହିଁ ତାଙ୍କର ଭାରି ବିଶ୍ବାସ ମନ ଖୋଲି ସବୁକଥା ମୋ ଆଗରେ ହିଁ କହିପାରନ୍ତି । ଛଳ ଛଳ ଝରଣାଟି ଭଳି ଲୋଟି ପଡନ୍ତି ଆତ୍ମୀୟତା ରେ । ତାଙ୍କର ଏ ଅସହାୟତା ମୁଁ କଣ ସତରେ ବୁଝିପାରିନି ନା ବୁଝି ବି ପରିସ୍ଥିତି ଚାପରେ ଏଡେ ଆପଣାର ଲୋକଟି ପାଖରୁ ଦୁରେଇ ରହିଚି । କିଏ ଦବ ସେ ଉତ୍ତର । ଅତୀତ ତ ଆଦୌ କ୍ଷମା ଦେବନି ମତେ । ମୋ ମନ କଥା ସେ ବି କଣ ଠିକ୍ ବୁଝିପାରୁଚନ୍ତି କି । ତଥାପି ଆଜିର ଘଟଣା ରେ ମୋ ବିବେକ ତ ଆଦୌ କ୍ଷମା କରୁନି । ତାଙ୍କର ସବୁ ଉପକାରକୁ ଯଦିଚ ମୁଁ ଭୁଲିନି ତଥାପି ମୋ ସମ୍ମାନ ଓ ଅହଂକାର ପାଇଁ ମୋ ପାଖରେ ମୁଣ୍ଡ ନଇଁବାକୁ ବାଧ୍ୟ କରି ସତରେ ମୁଁ ଭୁଲ୍ କରିଚି ହେଲେ କଣ କରିବି ସେ କଣ ବୁଝିବେ ମୋ କଥା । ଏକଥା ଭାବୁ ଭାବୁ ହଠାତ୍ ଖବର ପାଇଲି ସେ ଆଉ ଏ ଜଗତରେ ନାହାନ୍ତି । ମୁଁ ନିଜକୁ ଆଦୌ କ୍ଷମା କରିବା ଅବସ୍ଥାରେ ନଥିଲି ।
Image Source: Internet