ଜୀବନସାଥୀ (ଭାଗ ୪୮)

ଜୀବନସାଥୀ (ଭାଗ ୪୮)

ଲେଖିକା: ଶ୍ରୀମତୀ ମମତା ମହାନ୍ତି (ସାମନ୍ତରାୟ)

Author: Smt Mamata Mohanty (Samantaray)


…..

ସମସ୍ତେ ମନଖୁସିରେ ଏକାଠି ଖାଇବାବେଳେ ଅଙ୍କିତ ହୃଷୀକେଶଙ୍କୁ କହିଲା, ବାବା, କାଲି ଆମେ ବେଳାବେଳି ଘରୁ ବାହାରିଯାଇ, ବାହାରେ ବ୍ରେକଫାଷ୍ଟ କଲେ ଭଲ ହେବନି ? ହୃଷୀକେଶ ଓ ସୁଧାକର ଏକା ସାଙ୍ଗରେ କହିଲେ, ବହୁତ ଭଲହେବ |  ହୃଷୀକେଶ ନନ୍ଦିନୀ ଓ ସମରଙ୍କୁ କହିଲେ, ତମେମାନେ ବି ଆମ ସାଙ୍ଗରେ ଚାଲ, ବାହାଘର ଆଉ ଅଳ୍ପଦିନ ରହିଲା, ଆମକୁ ସପିଙ୍ଗ ରେ ସାହାଯ୍ୟ କରିବ |  ସମର କୁଣ୍ଠିତ ସ୍ୱରରେ କହିଲା, ଅତି ବେଶି ହେଲେ, ଦୁଇଦିନ ପାଇଁ ମୁଁ ଯାଇପାରେ, ତାଠାରୁ ଅଧିକ ଦିନ ରହି ପାରିବିନି |  କାଲି କିନ୍ତୁ ମୁଁ ଆପଣମାନଙ୍କ ସାଙ୍ଗେ ଯାଇ ପାରିବିନି, ମତେ ଅଫିସ ଯାଇ ଛୁଟି ଆଣିବାକୁ ପଡିବ |  ସମର କଥା ଶୁଣି ନିର୍ମଳାଙ୍କ ମୁହଁ ଶୁଖିଗଲା |  ସମର କହିଲା, ଗୋଟେ କାମ କରିବା |  ନନ୍ଦିନୀ ପିଲାଙ୍କୁ ନେଇ ଯାଉ |  ମୁଁ ଅଫିସରୁ ଛୁଟି ନେଇ, ଯେମିତିହେଲେ, ସନ୍ଧ୍ୟାରେ ପହଞ୍ଚିଯିବି |  ହୃଷୀକେଶ କହିଲେ, ଅଫିସ କଥା, ନିୟମ କାନୁନ ମାନିବାକୁ ପଡିବ |  କିନ୍ତୁ ତମେ ଯେମିତିହେଲେ ଆସିବ , ଛୁଟି ମିଳିଲା ନାହିଁ ବୋଲି କହିବନି |  ସମର ହସି ହସି କହିଲା, ନାଁ ଭାଇ, ସେମିତି ହେବନି |  

ଯେତେ ଚଞ୍ଚଳ କାମ ସାରିଲେ ବି ସମସ୍ତେ ବାହାରୁ ବାହାରୁ ଆଠଟା ହେଲା |  ତା ଭିତରେ ନନ୍ଦିନୀ ସମର ପାଇଁ ରୋଷେଇ କରି ଦେଇଥିଲା |  ସୁବଳ ଟାକ୍ସିରେ ସୁଧାକରଙ୍କ ପରିବାର ବସିଲେ ଓ ଇନୋଭାରେ ବାକି ସମସ୍ତେ ବସିଲେ |  ଅଙ୍କିତର ଖୁସିର ସୀମା ନଥିଲା |   ମଝିରେ ବାରମ୍ବାର ଗାଡି ରୋକି କେତେବେଳେ ଜଳଖିଆ , କେତେବେଳେ ଚା’, ପୁଣି କେତେବେଳେ କାକୁଡି ଇତ୍ୟାଦି ସେମାନେ ଖାଉଥିଲେ |  ବିଭିନ୍ନ ସ୍ଥାନ ବୁଲି ସେମାନେ ଦୁଇଟା ବେଳେ ଲଞ୍ଚ କଲେ |  ଅପରାହ୍ନରେ ନାଲି ଚା’ ପିଇ ଘରେ ପହଞ୍ଚିବା ବେଳକୁ ସନ୍ଧ୍ୟା ହୋଇ ଯାଇଥିଲା |  ତା ଭିତରେ ଖୁସି ଗପ, ଫଟୋ ଉତ୍ତୋଳନ , ଅନ୍ତାକ୍ଷରୀ ଇତ୍ୟାଦି ସବୁ ଚାଲିଥିଲା |  ଏକାସାଙ୍ଗେ ଡିନର ଖାଇଦେଇ ଘରକୁ ଯିବାପାଇଁ ହୃଷୀକେଶ ସୁଧାକରଙ୍କୁ କହୁଥିଲେ |  କିନ୍ତୁ ପେଟ ଖରାପ କଥା କହି, ସୁଧାକର ରାଜି ହେଲେନାହିଁ |  

ରାତି ଆଠଟା ବେଳକୁ ସମର ଆସି ପହଞ୍ଚିଗଲା |  ତା ପରଦିନ କଣ କଣ କାମ ଅଗ୍ରାଧିକାର ଭିତ୍ତିରେ କରାଯିବ, ତାର ତାଲିକା ଚୂଡାନ୍ତ କରି, ସମସ୍ତେ ରୁଟି ତରକାରୀ ଖାଇ ଶୋଇପଡିଲେ |  ସକାଳେ ହୃଷୀକେଶ ଚା’ ପିଇ ସମ୍ବାଦପତ୍ର ପଢୁଥିବାବେଳେ ସୁବ୍ରତଙ୍କ ଫୋନ ଆସିଲା |  ସେ କହିଲେ, ମୋର ତ ଝିଅ ଚାଲିଗଲା, ତେଣୁ ସବୁଦିନ ପାଇଁ ଆପଣଙ୍କ ସହିତ ମୋର ସମ୍ପର୍କ ତୁଟିଗଲା |  ଏଥର ଆପଣ ମୁଁ ଦେଇଥିବା ଟଙ୍କା , ସୁନା ଓ ଯୌତୁକ ସାମଗ୍ରୀ ଇତ୍ୟାଦି ଯାହା ମୁଁ ଆପଣଙ୍କୁ ବାହାଘର ବେଳେ ଦେଇଥିଲି, ସେ ସବୁ ମତେ ତାଲିକା କରି, ଫେରେଇଦେଲେ ଭଲ ହୁଅନ୍ତା |  

ତାଙ୍କ କଥା କିଏ ଶୁଣୁଛୁକି ନାହିଁ, ହୃଷୀକେଶ ଏପଟ ସେପଟ ଚାହିଁ ଦେଖିଲେ |  ତାପରେ ଗେଟ ପାଖକୁ ଯାଇ କହିଲେ, ମୁଁ ଏକଥା ବହୁତ ଦିନରୁ ଭାବିଲିଣି |  କାଳେ ଆପଣ ଖରାପ ଭାବିବେ, ସେଥିପାଇଁ କିଛି କହୁ ନଥିଲି |  ମତେ ଆପଣ କିଛିଦିନ ସମୟ ଦିଅନ୍ତୁ,  ଆସନ୍ତା ରବିବାର ସୁଦ୍ଧା ଆପଣଙ୍କର ସବୁ ଜିନିଷ ଆପଣଙ୍କ ଘରେ ମୁଁ ପହଞ୍ଚେଇ ଦେବି |  ଏହାପରେ ସୁବ୍ରତ ହଁ କି ନାଁ କିଛି ନକହି ଫୋନ ରଖିଦେଲେ |  

ହୃଷୀକେଶ ତାପରେ ଆସି ପୂର୍ବପରି ଚା’ ପିଇ ପେପର ପଢିବାରେ ମନଦେଲେ |  କିନ୍ତୁ ଆଉ ତାଙ୍କୁ ପେପର ପଢିବାକୁ ଇଚ୍ଛା ହେଉ ନଥିଲା |  ଖୁସିର ମୁହୂର୍ତ୍ତରେ ଏକଥା ଘରେ କହି, ସେ କାହାର ମନ ଅଶାନ୍ତି କରିବାକୁ ଚାହୁଁ ନଥିଲେ |  ନନ୍ଦିନୀ ଯିବାପରେ ଯାହାକିଛି କରିବେ ଭାବି ସେପର୍ଯ୍ୟନ୍ତ ନୀରବ ରହିବାକୁ ସେ ଉଚିତ ମନେକଲେ |   (କ୍ରମଶଃ)

…..


…..

…..

Smt Mamata Mohanty

ଶ୍ରୀମତୀ ମମତା ମହାନ୍ତି


ଏହି ଲେଖାକୁ ଏଠି ମଧ୍ୟ ପଢିପାରିବେ: “Facebook“, “ସାହିତ୍ୟ ମାଧୁର୍ଯ୍ୟ“, “mamatagapakabita.blogspot.com“, “Pratilipi-Odia”


Article Source Inspiration, Reference:
Personal, News papers, Books & Internet 


Image Source: Personal or Internet 


Tag: Mamata Mohanty (Samantaray) ମମତା ମହାନ୍ତି (ସାମନ୍ତରାୟ)


© Copyright Reserved by the Author 


ଏହି ଲେଖାଟି ପଢିଥିବାରୁ ଅଶେଷ ଅଶେଷ ଧନ୍ୟବାଦ ।
ଲେଖିକାଙ୍କୁ ଓ “ସୁରଭି ଓଡିଆ” ପରିବାରକୁ ଉତ୍ସାହିତ କରିବା ପାଇଁ ଲେଖାକୁ
(୧) ଏହି ୱେବ୍ସାଇଟ (ସୁରଭି ଓଡିଆ)ରେ ଲାଇକ (ପସନ୍ଦ) କରନ୍ତୁ , ମନ୍ତବ୍ୟ ଦିଅନ୍ତୁ ଓ ସେୟାର କରନ୍ତୁ ।
(୨) ଏହି ୱେବ୍ସାଇଟ(ସୁରଭି ଓଡିଆ)ର  ଫେସବୁକ-ପେଜ‍ ରେ ମଧ୍ୟ ଲାଇକ (ପସନ୍ଦ) କରନ୍ତୁ , ମନ୍ତବ୍ୟ ଦିଅନ୍ତୁ ଓ ସେୟାର କରନ୍ତୁ ।
ପୁଣିଥରେ ଧନ୍ୟବାଦ

Related posts

Leave a Comment