ବିଦଗ୍ଧ ପ୍ରେମୀଙ୍କ କାହାଣୀ

ବିଦଗ୍ଧ ପ୍ରେମୀଙ୍କ କାହାଣୀ ଲେଖକ: ଶ୍ରୀ ସୁଶାନ୍ତ ପୁରୋହିତ ପାର୍ଥ

ବିଦଗ୍ଧ ପ୍ରେମୀଙ୍କ କାହାଣୀ

ଲେଖକ: ଶ୍ରୀ ସୁଶାନ୍ତ ପୁରୋହିତ ପାର୍ଥ

ମୋର ସବୁଦିନ ଅଭ୍ୟାସ ସକାଳେ ପ୍ରାତଃ ଭ୍ରମଣ ରୁ ଫେରି ପ୍ରାୟ 6 30 ରେ କପେ ଚା ଧରି ବାରଣ୍ଡା ରେ ଥିବା ଆରାମଦାୟକ ବେତ ଚଉକିରେ ବସିବି ଓ ସକାଳୁ ଖବରକାଗଜ ପିଲା ଟି ସେଇଠି ଦେଇଯାଇଥିବା ଖବର କାଗଜ ଓଲଟେଇବି । ବାରଣ୍ଡା ର ଅବସ୍ଥିତି ଏପରି ଯେ ପଡ଼ା ଭିତର କୁ ଯାଇଥିବା ରାସ୍ତା ର ବୁଲାଣି ସେଇ ଜାଗା ରେ ଓ ଘର ସମ୍ନା ରେ ଗୋଟିଏ ଖାଲି ପ୍ଲଟ କାହିଁ କେତେଦିନରୁ ସେମିତି ପଢିଛି । ପ୍ଲଟ କୁ ଲାଗିଥିବା ଡାକ୍ତର ସାହେବ ଙ୍କ ଘର । ସେହି ପ୍ଲଟ ଟି ଖାଲି ପଡ଼ିଥିବାରୁ ସେଇଠି ସମସ୍ତେ ମଇଳା ଆବର୍ଜନା ପକେଇବା ସ୍ୱାଭାବିକ । ତେଣୁ ଡାକ୍ତର ବାବୁ ସେଇ ପ୍ଲଟ ର ମାଲିକ ର ଠିକଣା ବଡ଼ କଷ୍ଟ ରେ ଆଣି ତାଙ୍କୁ ଫୋନ କଲେ । ଯଦି ତୁମର ଘର ବନେଇବାର ନାହିଁ , ମୋତେ ପ୍ଲଟ ଟି ଵିକି ଦିଅ । ବଜାର ଦର ଠୁ ଅଧିକ ମାଗିଲେ ବି ଦେବି । କିନ୍ତୁ ପ୍ଲଟ ମାଲିକ କହିଲା ନା ମୋର ଏବେ ଘର ଭି ବନେଇବାର ନାହିଁ କି ବିକିବାର ନାହିଁ । ବେସ , ତା ପରଠୁ ସେଇ ପ୍ଲଟ ସେମିତି ଅଳିଆ ଗଦା ହେଇ ପଡିଛି ।

ତେବେ ଆମ କାହାଣୀ ର ସମ୍ପର୍କ ପ୍ଲଟ ରେ ନାହିଁ ।ପ୍ଲଟ ଉପର ଦେଇ ଡାକ୍ତର ସାହେବ ଙ୍କ ଘରକୁ ଯାଇଥିବା ଇଲେକ୍ଟ୍ରି ତାର ଉପରେ ରହିଲା ।

ଇଲେକ୍ଟ୍ରି ତାର ଟି ଖୁମ୍ବ ରୁ ଝୁଲିକି ଡାକ୍ତର ବାବୁ ଙ୍କ ଘର ଉପର ମହଲା କୁ ଯାଇଥାଏ । ଖାଲି ଥିବା ପ୍ଲଟ ଉପରୁ ଦେଇ ଯାଇଥାଏ । ମୁ ପ୍ରଥମେ ଲକ୍ଷ୍ୟ କରୁ ନଥିଲି । ପରେ ଦେଖିଲି ସେହି ତାର ଉପରେ 3 ଟି କଳା ଚଡ଼େଇ ଆସି ସବୁଦିନେ ବସୁଛନ୍ତି । ଗୋଟିଏ ଟିକେ ବଡ଼ ଆକାର ର । ଆଉ ଦୁଇଟି ସାନ । ସାନ ୨ଟି ବଡ଼ ଚଡେଇ ଠୁ ଟିକେ ଦୂର ରେ ବସନ୍ତି ଓ ଲାଗି ଲାଗି ବସନ୍ତି । ମଝିରେ ମଝିରେ ସେଇ ଦୁଇଟି ମଧ୍ୟ ରୁ ଗୋଟିଏ ଖଣ୍ଡ ଉଡା ଦେଇ ଫେର ଆସି ବସିଯାଏ । ସେ ଯଦି ଟିକିଏ ଦୂର ରେ ବସିଲା ଅର ଟି ସଂଗେ ସଂଗେ ଘୁଂଚି ଆସି ତା ଦେହ କୁ ଲାଗିକି ବସେ । ଦୁଇ ଚଡେଇ ନିଶ୍ଚୟ ପ୍ରେମିକ ପ୍ରେମିକା ଆଉ ତାଙ୍କ ଆବ ଭାବ ରୁ ଜଣା ପରେ ସେମାନେ ପରସ୍ବର କୁ ଗଭୀର ଭାବେ ଭଲ ପାଆନ୍ତି ।

ଏକା ବସୁଥିବା ଚଡେଇ ଟି ହୁଏତ ତାଙ୍କର ନିଜର କିଏ ହେଇଥିବ । ସେ କିନ୍ତୁ ଚୁପ ଚାପ ବସେ କିଛି ସମୟ ଓ ତା ପରେ ଉଡି ପଳେଇ ଯାଏ । ପ୍ରେମୀ ଯୁଗଳ କିନ୍ତୁ ସେମିତି ବସିଥାନ୍ତି , ଚଳ ଚଞ୍ଚଳ ଓ କ୍ରୀଡାରତ ଥାଆନ୍ତି । ମୁଁ ଉଠିକି କାର୍ଯ୍ୟ କୁ ଯିବା ସମୟ ରେ ପୁଣି ଲକ୍ଷ କରେ ସେମାନେ ଥାଆନ୍ତି । ତେବେ ସନ୍ଧ୍ୟା ସମୟ ରେ ଫେରିଲା ବେଳେ ଆଉ ସେହି ଚଡେଇ ମାନେ ନ ଥାନ୍ତି ତାର ଉପରେ ।

ଏଇମିତି ଅନେକ ଦିନ ଚାଲିଲା । ଏପରି କୌଣସି ଦିନ ନାହିଁ ସେଇ ଚଡେଇ ମନେ ଅସନ୍ତିନି ।ମୁଁ ଦିନ କୁ ଦିନ ଆଗ୍ରହୀ ହୋଇ ତାଙ୍କ ବ୍ୟବହାର କୁ ବେସି ଲକ୍ଷ୍ୟ କଲି । ଖୁବ ମାନବୀୟ ଲାଗିଲା ତାଙ୍କର ଭାବ ଭାଙ୍ଗି । କଣ କହୁଥିବେ ସେମାନେ ? କିପରି ଭାବ ଆଦାନ ପ୍ରଦାନ କରୁଥିବେ? ଗୋଟିଏ ଚଡେଇ ବେଳେ ବେଳ ଆର ଟିର ବେକ ଉପରେ ନିଜ ବେକ ଘସି ଦେଉଥାଏ । ନିବିଡ଼ ପ୍ରେମ ର ନିଦର୍ଶନ ବାରି ହଉଥାଏ ।

ଏମିତି ଦିନେ ….

ଦିନେ ସେଇ ବଡ଼ ଚଡେଇ ଆଉ ଆସିଲା ନାହିଁ । ତା ପରେ କେତେ ଦିନ ମୁଁ ଉତ୍କଣ୍ଠିତ ହେଇ ଖୋଜିଲି , ଆଖ ପାଖ ରେ ମଧ୍ୟ ଦେଖିଲି । ନା ସେ ଆଉ ଆସିଲାଣି । ହୁଏତ କେଉଁଠି ବଡ଼ ଚଡେଇ ବା ଚିଲ ର ଶିକାର ହେଇ ଯାଇଥିବ ।

ଏମିତି ଅନେକ ଦିନ ଯାଏ ଚାଲିଲା । ସକାଳେ ମୋ ବାରଣ୍ଡା ର ଦୃଶ୍ୟପଟ ର ଏକ ନିୟମିତ ଅଂଶ ହେଇଯାଇଥିଲେ କଳା ଚଡେଇ ଦୁଇଟି ଓ ସେମାନଙ୍କ ସହ ମୋର ସମ୍ପୃକ୍ତି ହୋଇଯାଇଥିଲା କହିଲେ ଅତୁକ୍ତି ହେବ ନାହିଁ । ସବୁଦିନେ ମୁ ସମ୍ବାଦପତ୍ର ଲେଉଟିଲା ବେଳେ ଲକ୍ଷ କରେ ସେମାନଙ୍କୁ । ଖୁବ ଶାନ୍ତି ଅନୁଭୂତ ହୁଏ ମନ ରେ । ପ୍ରକୃତି ସତରେ କି ବିଚିତ୍ର । ଏତେ ସାନ ଦୁଇ ଚଡେଇ , କଥା କହି ପାରନ୍ତି ନି , ସବୁଦିନ ସେହି ଦିନ ର ଖାଦ୍ୟ ସଂଗ୍ରହ କରିବାକୁ ହୁଏ , ଜୀବନ ର ନିରାପତ୍ତା ନାହିଁ , ସର୍ବଦା ସଜାଗ ରହିବାକୁ ହୁଏ , ଅଥଚ ଶାଶ୍ୱତ ପ୍ରେମ କେତେ ତାଂକ ଭିତରେ । ମଣିଷ ଟିଏ ହୁଏତ ଏତେ ଗଭୀର ପ୍ରେମ ଦଉ ନଥିବ ।ଏତେ ନିସ୍ୱାର୍ଥ ପ୍ରେମ ସତେ ….

ଦିନେ କିନ୍ତୁ ଭାରି ବ୍ୟସ୍ତ ଲାଗିଲା ମୋତେ । ରବିବାର ହେଇଥିବାରୁ ସେଦିନ ଟିକେ ଡେରି ରେ ଉଠି ଚା ଧରି ମୋ ନିର୍ଧାରିତ ସ୍ଥାନ କୁ ଯାଇ ବସିଲି । ତାର ଉପକୁ ନଜର ଦେଲି । ଏ କଣ? ସାନ ଚଦେଇ ରୁ ମାତ୍ର ଗୋଟିଏ ଆସି ବସିଛି । ସେ ପୁଣି ଚୁପ ଚାପ । ଭାବିଲି ଆର ଟି ବୋଧେ କିଛି ଖାଦ୍ୟ ଆଣିବାକୁ ଟିକେ ଦୂର କୁ ଯାଇ ଥିବ । ବଳେ ଆସିବ । ପେପର ପଢ଼ିଲି କିଛି ସମୟ । ଫେର ଦେଖିଲି , ନା ସେ ଏକା ବସିଛି । ଆଉ ତାର ଭାବ ଭଙ୍ଗୀ ରୁ ନୈରାଶ୍ୟ ଥିବାର ବାରି ହଉଛି । ନାହିଁ ତାର ସେଇ ଚାଲ ଚଞ୍ଚଳ ଅଙ୍ଗୀ ଭାଙ୍ଗି । ଯେପରି ଅତୀବ ଶୋକ ରେ ବସିଛି , ସେହି ପରି ସେଇ ଗୋଟିକ ବସି ରହିଲା । ମୋ ମନ ଭି ଦୁଃଖ ବିବ୍ରତ ହେଇ ଗଲା। ଏଣେ ତେଣେ ଅନେଇଲି ଆସିକି । ସବୁ ତାର କୁ ଦେଖିଲି । ନା , ଆର ଚଦେଇ ର ଦେଖା ନଥିଲା । ତା ପରେ ଲଗାତାର ମାସେ ଯାଏ ସେଇ ଗୋଟିକ ଚଡ଼େଇ ଆସି ବସେ । କିନ୍ତୁ ନିରବ ରେ , ଶୋକ ମୁଦ୍ରା ରେ ଯେପରି । ତା ପରେ ଦିନେ ହଠାତ ସେଇଟା ମଧ୍ୟ ଆସିଲାନି। ହୁଏତ ନିଜ ପ୍ରେମିକା ର ରାଇଜ ଆର ପାରି କୁ ଚାଲିଗଲା ।

20 ବର୍ଷ ପରେ ….

ମୁଁ ଚାକିରୀ ରୁ ଅବସର ନେଲି । ବ୍ୟସ୍ତ ବହୁଳତାର ଜୀବନ ରୁ ସମୟ ବହୁଳତା ଭିତର କୁ ଆସିଲେ ମଧ୍ୟ ଅଶେଷ ଶାନ୍ତି ଅନୁଭବ କଲି । ସାରସ୍ବତ ସାଧନା ପାଇଁ ବହୁ ଦିନ ରୁ ମନ ରେ ଥିବା ଅଭିଳାଷ ପାଇଁ ରାସ୍ତା ଏବେ ମୁକ୍ତ ହେଇହଲା । ସବୁଦିନ ସକାଳୁ ଶୀଘ୍ର ନିତ୍ୟକର୍ମ ସାରି ଚାକିରୀ ଜୀବନ ର ଝୀଂଝଟ ଭିତର କୁ ଆଉ ଯିବାର କିଛି ଆବଶ୍ୟକତା ରହିଲା ନାହିଁ । ନିଜ ସମୟ ର ସମ୍ପୁର୍ଣ ମାଲିକ ନିଜେ ହେଇଯିବା ପରିଲାଗିଲା ।

କିନ୍ତୁ ସକାଳ ର ଅଭ୍ୟାସ ସେହି ପରି ରହିଲା । ପୁଣି ସେଇ ଚା କପି, ପୁଣି ସେଇ ଆରାମ ବେତ ଚଉକି ଓ ପୁଣି ସେଇ ଖବରକାଗଜ । ସମ୍ନା ପ୍ଲଟ ଟି ଏବେ ଭି ଖାଲି । ଏବେ ଭି ସେଇଠି ମଇଲା ଭର୍ତି । ଡାକ୍ତର ବାବୁଙ୍କ ଘର କୁ ଇଲେକ୍ଟ୍ରି ତାର ଭି ସେମିତି ଯାଇଛି । ଖାଲି ଭିଡ଼ ବଢିଛି ରାସ୍ତା ରେ । ପଡ଼ା ଭିତରେ କାହିଁକେତେ ଦୂର ଯାଏ ନୂଆ ଘର ସବୁ ହେଇଗଲାଣି । ପାଖ ଘର ସବୁ ଭି ଆହୁରି ବଢେଇଦେଲେନି କେତେ କଣ ।

ଦିନେ କିନ୍ତୁ ସକାଳୁ ଆଖି ଟି ଚାଲିଗଲା ସେଇ ଡାକ୍ତର ବାବୁ ଙ୍କ ଘର କୁ ଯାଇଥିବା ସେଇ ତାର ଉପରକୁ । ଇୟେ କଣ ?

ତାର ଉପରେ ସେଇ ଦୁଇ ସାନ କଳା ଚଡେଇ ଯେ ????? ଭୁଲ ଦେଖିଲି କି ? । ନାଁ ଠିକ ସେଇ 20 ବର୍ଷ ଆଗ ପରି। ଲାଗି ଲାଗି ହେଇ ବସୁଛନ୍ତି , ଖଣ୍ଡି ଉଡ ଦେଇ ଗୋଟିଏ ଯାଇକି ଫେର ଆସି ଟିକେ ଦୁରେ ବସିଲେ ଆରଟା ଘୁଂଚି ଆସୁଛି ବେଗେ , ଠିକ 20 ବର୍ଷ ଆଗ ପରି …….

ପୁନର୍ଜନ୍ମ ବିଶ୍ୱାସୀ ମୁ ନଥିଲି । ତେବେ ଏଇଟଦେଖିଲା ପରେ ମୋତେ ଲାଗିଲା ନିଶ୍ଚେ ଏଇମାନେ ସେଇ 20 ବର୍ଷ ଅଗର ପ୍ରେମୀ ଯୁଗଳ , ଫେର ଫେରିଛନ୍ତି ନିଜ ନିଡ଼ ଗଢିବାକୁ, ସେଇ ଅମର ପ୍ରେମ ର ନିଡ଼ ।

© Copyright Reserved  by the Author

Related posts

Leave a Comment