କାଳିଆରେ କାଳିଆ

Suravi Odia Sri Jahannatha

କାଳିଆରେ କାଳିଆ

ଲେଖକ: ଶ୍ରୀ ଧୀରେନ୍ କୁମାର ବେହେରା Shree Dhiren Kumar Behera
____________
କୁଟ କପଟିଆ ହେ ଚକାଆଖିଆ
ରଣଛଡା କାହ୍ନୁ ଲହୁଣୀ ଖିଆ
ପରଘର ଗଳା ପିରତି ରଙ୍କୁଣା
ଗୋପ ଦୁଷ୍ଟ ଲାଟ ଜାମୁ ରଙ୍ଗିଆ
ମୋହନ ମୁରାରି ଆହେ ବଂଶୀଧାରୀ,
କୃଷ୍ଣ ଚକ୍ରଧର ଶିଖି ଚୁଳିଆ
କାଳିଆରେ ତୁ ତ ବଡ ଛଳିଆ
ଜଗତରେ ନାହିଁ କେ ତୋ ଭଳିଆ…..

ଜଳଦ ପାଦପ ଆକାଶ ସମୁଦ୍ର
ଜଳଚର ଅବା ସେ ସ୍ଥଳଚର
ଭୁତଳ ପାତାଳ ସବୁଠି ତୋ ଖେଳ
ଆତ୍ମା ହୃଦ ମନ ସଚରାଚର
ବ୍ୟଥିତ ଅତୀତ ଆଜ ଭବିଷ୍ୟତ
ସବୁଠି ତୋ ଲୀଳା ଗୋପ ଛଳିଆ
କାଳିଆରେ ତୁ ତ ବଡ ଛଳିଆ
ଜଗତରେ ନାହିଁ କେ ତୋ ଭଳିଆ…..

ଗୋବର୍ଦ୍ଧନ ଧାରୀ କ୍ରୁର ହତ୍ୟାକାରୀ
ଅସୁର ନିଧନେ ତୋ ଅବତାର
ଜଗତର ଦୁଃଖ କର ପ୍ରଶମିତ
କରୁଣା ନିଦାନ କୃପା ସାଗର
ମୋତେ କେବେ ଦୟା କରିବୁ ହେ ପ୍ରଭୁ
ବୈକୁଣ୍ଠ ବିହାରୀ ଘନ କାଳିଆ
କାଳିଆରେ ତୁ ତ ବଡ ଛଳିଆ
ଜଗତରେ ନାହିଁ କେ ତୋ ଭଳିଆ…..

ଲେଖାଟି ପଢିଥିବାରୁ ଧନ୍ୟବାଦ ।
ଲେଖା ପଢି ଉଭୟ ୱେବ୍‍ସାଇଟ୍‍ ଓ ଫେସ୍‍ବୁକ୍‍ ରେ ଲାଇକ ଓ ସେୟାର କରିବେ ବୋଲି ଅନୁରୋଧ ଓ ଆଶା ।
ନିଜର ସୁଚିନ୍ତିତ ମତାମତ ଦେଇ ସୁରଭି ପରିବାରକୁ ଉତ୍ସାହିତ କରନ୍ତୁ ।

Tag: Dhiren Kumar Behera ଧୀରେନ୍ କୁମାର ବେହେରା
© Copyright Reserved by the Author

Related posts

Leave a Comment