ରାତି ପାହି ହେଲା ସକାଳ

Suravi Odia Sri Jahannatha

ରାତି ପାହି ହେଲା ସକାଳ

କବି: ଅଧ୍ୟାପକ ହିମାଂଶୁ ରଥ

Suravi Odia Sri Jahannatha
Suravi Odia Sri Jahannatha

ରାତି ପାହି ହେଲା ସକାଳ
ହରିଦ୍ବାରେ ଶୁଭେ ଚହଳ
ଜୀବନ ଯନ୍ତ୍ରଣା ଅସହ୍ୟ ହେଉଛି
ଶରଣ ଯାଉଚି ହେ ଆଦିମୁଳ
ବଳାଇଛି ମନ ହେ କଞ୍ଜନୟନ
ଦେଖୁଥିବି ତମ ଚନ୍ଦ୍ର ବଦନ
ପକ୍ଷ ଦେଇଥିଲ ପାଣ୍ଡବଙ୍କୁ ବୋଲି
ବିଲୟ ହୋଇଲେ କୌରବ ସୈନ୍ୟ 
ଟଙ୍କଧର ପରା ତୁମଠୁ ଅଭିନ୍ନ
ତୁମେ ଟଙ୍କଧର ନନ୍ଦନନ୍ଦନ
ନାଗଲୋକ ଠାରୁ ସ୍ୱର୍ଗଲୋକ ଯାଏଁ
ନାମକୁ ଗାଆନ୍ତି ବ୍ରହ୍ମାନନ୍ଦନ
ଏଣୀଗଣ ପ୍ରାୟେ ଏ ମୋହର ମନ
ଲୋଭଗ୍ରସ୍ତ ପୁଣି ମାୟାରେ ଆଛନ୍ନ
ତୁମ୍ଭ ବିନା କିନ୍ତୁ ଏ ସଂସାରେ ମୋର
ଜଣେ କେହି ନାହିଁ ଆପଣା ଜନ
କରଯୋଡି ମାଗୁଛି ଏତିକି
କଳାରୁଦ୍ରମଣି ପଦାରବିନ୍ଦରେ
ରଖିଥାଅ ସଦା ମୋର ମତିକି

Related posts

Leave a Comment