ହେ କୃଷ୍ଣ

Sri Krushna

ହେ କୃଷ୍ଣ ଲେଖା:  Harekrushna Sahu *****************[ କ୍ଷୁଦ୍ରଗଳ୍ପ ]***************** ଫୁଲଟି ଫୁଟୁଥିଲା। ଠିକ୍……. ଶ୍ରୀକୃଷ୍ଣ ଙ୍କ ସମ୍ମୁଖରେ। ହାତ ପାହାନ୍ତାରେ। ଶ୍ରୀରାଧା ବସିଥିଲେ ପ୍ରାକୃତିକ ଭାବେ ସୁସଜ୍ଜିତ କୁଞ୍ଜର ସୁଶୀତଳ ଛାୟା ତଳେ। କହ୍ନେଇ ତାଙ୍କ କୋଳରେ ମୁଣ୍ଡ ରଖି ଅବଲୋକନ କରୁଥିଲେ ଦେବୀଙ୍କ ଅପୂର୍ବ ସୁନ୍ଦର ମୁଖମଣ୍ଡଳର ଶୋଭା। ଫୁଲଟି ଫୁଟୁଥିଲା। ତା’ସହିତ କାମନାଟିଏ ମୁକୁଳିତ ହେଉଥିଲା ଖୁବ୍ ନିରବରେ। ଫୁଲଟି ଦେଖୁଥିଲା ଶ୍ରୀରାଧାଙ୍କ ଅପରୂପ ସୌନ୍ଦର୍ଯ୍ୟକୁ। ମୁଗ୍ଧ ହେଉଥିଲା। ନିଶବ୍ଦରେ ପ୍ରାର୍ଥନା କରୁଥିଲା -ହେ କୃଷ୍ଣ ! ଆଜି ଶ୍ରୀରାଧା ଖୁବ୍ ସୁନ୍ଦର ଦେଖା ଯାଉଛନ୍ତି। ମୋ ମନରେ ତାଙ୍କ ପ୍ରତି ପ୍ରେମ ଭାବ ଜାଗୃତ ହେଲାଣି। ନିଜକୁ ମୁଁ ଆଉ ସମ୍ବରଣ କରି ପାରୁନାହିଁ। କୃପାକରି ମୋତେ ତୋଳିନିଅ ତୁମର ଦୁଇ ଦିବ୍ୟ ହସ୍ତରେ। ଖଞ୍ଜିଦିଅ ସୁନ୍ଦରୀ ରାଧିକାଙ୍କ ଘନକୃଷ୍ଣ କୁନ୍ତଳରେ।…

Read More

ବୋଉ

bou

ବୋଉ ଲେଖକ: ହରେକୃଷ୍ଣ ସାହୁ ଓଡିଶା ର ନିଜସ୍ୱ ଓ ମଧୁର ଶବ୍ଦ ହେଲା ବୋଉ। ଶାଶୁ ଶ୍ୱଶୁର ପୁତ୍ରବଧୂ କୁ ବୋହୁ ବୋଲି ସମ୍ବୋଧନ କରନ୍ତି।ଦେଢଶୁର ଓ ବଡଯାଆ ତାକୁ ବୋହୁ ଡାକନ୍ତି। ନଣନ୍ଦ ଦିଅର ମାନେ ନୂଆବୋହୂ ଡାକନ୍ତି। ନବବଧୂଟି ସନ୍ତାନଟିଏକୁ ଜନ୍ମଦିଏ। ସେହି ଶିଶୁଟି ପରିବାର ର ଏହି ଲୋକମାନଙ୍କ କୋଳରେ ବଢେ। ବୁଢାବାପା, ବୁଢିମା, ବଡବାପା, ବଡମା, ଦାଦା,  ପିଉସୀନାନୀ ଇତ୍ୟାଦିଙ୍କ ମୁହଁରୁ ସବୁବେଳେ ଗୋଟିଏ ଶବ୍ଦଶୁଣେ।ବୋହୁ । ତେଣୁ ଶିଶୁଟି ମଧ୍ୟ ସେମାନଙ୍କ ସହିତ ସାମିଲ ହୋଇ ‘ବୋହୁ’ ଡାକିବାକୁ ଚେଷ୍ଟା କରେ।  କିନ୍ତୁ ‘ବୋହୁ’ଶବ୍ଦର ‘ହୁ’ଅକ୍ଷରଟି ଉଚ୍ଚାରଣ କରିପାରେ ନାହିଁ।  ତାର କୋମଳ କଣ୍ଠରେ ‘ହୁ’ଅକ୍ଷରଟି ‘ଉ’ହୋଇଯାଏ।   ବୋହୁ , ଶିଶୁ କଣ୍ଠରେ ହୋଇଯାଏ ବୋଉ। ଦୁଇଟି ଅକ୍ଷର ର ଅନ୍ତରଙ୍ଗ ଶବ୍ଦଟିଏ ବୋଉ। ଯାହାକୁ ଆଜିବି ଆମ…

Read More