ବାରିପଦା ଡେଏଜ୍ (ସୌମ୍ୟ ସମ୍ପର୍କ)

ବାରିପଦା ଡେଏଜ୍ (ସୌମ୍ୟ ସମ୍ପର୍କ) ଲେଖକ: ହରେକୃଷ୍ଣ ସାହୁ (Harekrushna Sahu) 🔸🔸🔸🔸🔸[ ସୌମ୍ୟ ସମ୍ପର୍କ ]🔸🔸🔸🔸🔸 ୧୯୮୫ ମସିହା। ଓଡିଶାର ପ୍ରଥମ ପ୍ରତ୍ନତତ୍ତ୍ୱବିତ ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟଙ୍କ ପ୍ରତିଷ୍ଠିତ ସାହିତ୍ୟାନୁଷ୍ଠାନ,ବାରିପଦା ସାହିତ୍ୟ ସଂସଦ ର ବାର୍ଷିକ ଉତ୍ସବ । ମୂଖ୍ୟ ଅତିଥି ହିସାବରେ ନିମନ୍ତ୍ରିତ ହୋଇଥାନ୍ତି ସମ୍ବାଦର ସମ୍ପାଦକ ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପଟ୍ଟନାୟକ। ସଂସଦର ସବୁଠୁ କନିଷ୍ଠ ସଦସ୍ୟ ହିସାବରେ ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ସେବକ ଭାବରେ ମୋତେ ମୁତୟନ କରାଯାଇଥାଏ। ଇରାଜୀରେ କହିଲେ ମୁଁ ଥାଏ ତାଙ୍କର Escort. ସିଏ କୁଆଡେ ଯିବେ, ବାରିପଦାର କେଉଁ କେଉଁ ସ୍ଥାନ ଦେଖିବେ , କିଏ ତାଙ୍କୁ ସାକ୍ଷାତ କରିବ ସବୁକିଛି ଦାୟିତ୍ୱ ମୋ ଉପରେ ନ୍ୟସ୍ତ ଥାଏ । ସେଦିନ ଜଗନ୍ନାଥ ମନ୍ଦିର ରେ ପ୍ରସାଦର ବ୍ୟବସ୍ଥା ହୋଇଥାଏ। ସାହିତ୍ୟ ସଂସଦର ଅନେକ ସଦସ୍ୟଙ୍କ ସହିତ ଖାଇବାକୁ…

Read More

ବାରିପଦା ଡେଏଜ୍ (କାମ ବିଜ୍ଞାନ – ନିଷିଦ୍ଧ ପୁସ୍ତକ)

ବାରିପଦା ଡେଏଜ୍ (କାମ ବିଜ୍ଞାନ – ନିଷିଦ୍ଧ ପୁସ୍ତକ) ଲେଖକ: ହରେକୃଷ୍ଣ ସାହୁ (Harekrushna Sahu) ——-(କାମ ବିଜ୍ଞାନ – ନିଷିଦ୍ଧ ପୁସ୍ତକ )——- ସେତେବେଳକୁ ଆମ ଗାଁ ରେ କାମ ବିଜ୍ଞାନ ବହି ବିଷୟରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥାଏ। ବଡ଼ ବଡ଼ ପିଲାମାନେ ନିଜ ନିଜ ଭିତରେ କଥାବାର୍ତ୍ତା କଲେବି ଆମଭଳି ଛୋଟ ପିଲାଙ୍କ ପାଖରେ ଖବର ପହଞ୍ଚି ଯାଉଥାଏ। ସେ ବହି ମିଳିବା ସେତେବେଳେ ଖୁବ୍ କଷ୍ଟଦାୟକ ଥିଲା। ପାଖ ଆଖରେ ବହି ଦୋକାନ ନଥିଲା। ହାଟପାଳି ମାନଙ୍କରେ ଯାହା ବହିଖାତା କିଣିବାକୁ ମିଳେ। ସେଠି ବି ଏ ବହି ମିଳୁ ନଥାଏ। ଗାଁ ର ବଡ଼ଭାଇଟିଏ ଥରେ ମତେ କହିଲା – କୃଷ୍ଣ, ତୁ ତ ଏତେ ମେଳାଯାତ୍ରା ବୁଲୁଛୁ, ମୋ ପାଇଁ ଗୋଟେ କାମ ବିଜ୍ଞାନ ବହି ଆଣିଦେବୁ ?…

Read More

ବାରିପଦା ଡେଏଜ୍ (ହଳେ ଚପଲ)

ବାରିପଦା ଡେଏଜ୍ (ହଳେ ଚପଲ) ଲେଖକ: ହରେକୃଷ୍ଣ ସାହୁ (Harekrushna Sahu) ——————[ ହଳେ ଚପଲ ]——————   ବାରିପଦାରୁ ଫେରିଲା ପରେ ସେଠାରୁ ଯେଉଁ ଚପଲ ହଳକ ପିନ୍ଧି ଆସିଥିଲି ସେ ହଳକ କଷ୍ଟେମଷ୍ଟେ ଛ ମାସ ଚଳିଗଲା। ପିରିଖ କଣ୍ଟା ବାଡ଼େଇ, ସୂତାରେ ସିଲେଇ କରି ସମ୍ପୂର୍ଣ୍ଣ ଅଦରକାରୀ ହେଲା ପର୍ଯ୍ୟନ୍ତ ପିନ୍ଧିଥିଲି। ଆଉ ହଳେ ଚପଲ କିଣିବା ମୋ ବାପାଙ୍କ ପକ୍ଷେ ସମ୍ଭବ ନଥିଲା। କାରଣ ବାପାଙ୍କ ମତ ହେଲା କୋଡ଼ିଏ କିଲୋ ଚାଉଳ ର ପଇସା ବଦଳରେ ହଳେ ଚପଲ କିଣିବା ପୁରା ବେକାର କଥା। ବାପା ମୋର ଫେରିବାଲା ଥିଲେ। ଓଡ଼ିଶାର ବିଭିନ୍ନ ମେଳା ମାନଙ୍କୁ ବୁଲୁଥିଲେ ବେପାର ପାଇଁ। ପିଲାମାନଙ୍କ ପାଇଁ ଖେଳନା ଓ ରୋଲ୍ଡଗୋଲ୍ଡ ର ଇମିଟେସନ୍ ଗହଣାର ଦୋକାନଟିଏ ଧରି ବୁଲୁଥିଲେ। ମୁଁ ବି ତାଙ୍କ…

Read More

ବାରିପଦା ଡେଏଜ୍ (ବିରସ କାହାଣୀ – 2)

ବାରିପଦା ଡେଏଜ୍ (ବିରସ କାହାଣୀ – 2) ଲେଖକ: ହରେକୃଷ୍ଣ ସାହୁ (Harekrushna Sahu) ————– ବିରସ କାହାଣୀ – 2 ]————– ବାରିପଦା ର ସମୟ ଗୁଡ଼ିକ ଅନେକ ପଛକୁ ଚାଲିଗଲାଣି। ଦୁଃଖ ହେଉ କି ସୁଖ ହେଉ ସ୍ମୃତି ହୋଇ ଯାଇଛି। ସ୍ମୃତି ଗୁଡ଼ିକ ନିଖୁଣ ଭାବରେ ଆଉ ମନେ ନାହିଁ। ମୋର ମନେ ହେଉଛି ଯେମିତି ଦୁଃଖ ଗୁଡ଼ିକ ଗୋଟେ ବଡ଼ ମୁଣ୍ଡା ବା ବୋଝ ହୋଇ ମୋର ସ୍ମୃତି କୋଷରେ ରହି ଯାଇଛି। ମୋ ଜୀବନଟିକୁ ମନଇଚ୍ଛା ତିଆରି କରି ଲୁଚି ଯାଇଛି। ନିପଟ ଗାଁ ରୁ ଯାଇ ଗୋଟେ ସହରରେ ପହଞ୍ଚିଲା ପରେ ବାରିପଦା ମତେ ଖୁବ୍ ଆକର୍ଷଣୀୟ ଲାଗିଥିଲା। ଦାରିଦ୍ର୍ୟ ରୁ ବାହାରି ପ୍ରାଚୁର୍ଯ୍ୟ ରେ ପ୍ରବେଶ କଲାପରେ ବିହ୍ୱଳିତ ହୋଇଯାଇଥିଲି। କିନ୍ତୁ ମୋର କଳ୍ପନା ଆଦୌ ସତ୍ୟ…

Read More

ବାରିପଦା ଡେଏଜ୍ (ବିରସ କାହାଣୀ-1)

ବାରିପଦା ଡେଏଜ୍ (ବିରସ କାହାଣୀ-1) ଲେଖକ: ହରେକୃଷ୍ଣ ସାହୁ (Harekrushna Sahu) 🔸🔸🔸🔸🔸[ ବିରସ କାହାଣୀ-1 ]🔸🔸🔸🔸🔸   ଅଚାନକ ଜଣେ ଧନୀଲୋକ ମୋର ଦାୟୀତ୍ୱ ନେଇ ପାଠ ପଢାଇବାକୁ ଆଗ୍ରହୀ ହେଲେ। ନେଇଗଲେ ମତେ ବାରିପଦା। MKC HIGH SCHOOL ରେ ଏଣ୍ଟ୍ରାନ୍ସ ଦେଇ ସମ୍ଭ୍ରାନ୍ତ ଜିଲ୍ଲା ସ୍କୁଲ ରେ ପାଠ ପଢିଲି। କେମିତି କେଜାଣି ମୋ ପ୍ରତି ସଦୟ ଥିବା ବ୍ୟକ୍ତିଙ୍କୁ ମୁଁ ବାପା ଡାକୁଥିଲି। ତାଙ୍କ ପତ୍ନୀଙ୍କୁ ମା’ । ମୁଁ ଜାଣେ ମୁଁ ନିଜେ ଏପରି କେବେ ଡାକି ନଥିବି।ମତେ କେହି ଶିଖାଇ ଥିବ ନିଶ୍ଚୟ। ପ୍ରାୟତ ଦେଖାଯାଏ ବାବୁଘର ସାଆନ୍ତାଣୀଙ୍କୁ ସମସ୍ତେ ମାଆ ଡାକନ୍ତି।ମାଲିକଙ୍କୁ ବାବୁ ନହେଲେ ବାପା ଡାକନ୍ତି।ମୋ କ୍ଷେତ୍ର ରେ ସେମିତି ବି ହୋଇଥାଇ ପାରେ। ଗାଁ ରେ ବାପା ମା’ଙ୍କୁ ଛାଡି ଆସିଥିଲି। ଛାଡି ଆସିଥିଲି…

Read More

ବାରିପଦା ଡେଏଜ୍ (ପିଲାଦିନ)

ବାରିପଦା ଡେଏଜ୍ (ପିଲାଦିନ) ଲେଖକ: ହରେକୃଷ୍ଣ ସାହୁ (Harekrushna Sahu) ————————[ ପିଲାଦିନ ]———————— ମୁଁ ଜନ୍ମ ହେଲା ବେଳକୁ ମୋ ବାପା ଜଣେ ଫେରିବାଲା ଥିଲେ। ଏଇଠୁ କଥାଟା ଆରମ୍ଭ କରିବା। ୟାକୁ ଇତିହାସ କୁହାଯିବ।ଏହାଠୁ ପଛକୁ ଗଲେ ପୁରାଣ ହୋଇଯିବ। ପୁରାଣ ଗୁଡାକର ଆଜିକାଲି କଣ ମୂଲ୍ୟ ଅଛିଯେ। ମୋ ବାପା, ଗୋଟେ ବଡ ବୁଜୁଳା(bundle) ,ଗୋଟେ କାଠବାକ୍ସ,ବାଉଁଶ ଦଶବାର ଖଣ୍ଡ ଧରି ଓଡିଶା ସାରା ବୁଲନ୍ତି। ଏ ମେଳାରୁ ସେ ମେଳା,ଏ ପର୍ବରୁ ସେ ପର୍ବକୁ। ତାରପୋଲିନ ର ଛୋଟିଆ ଛାମୁଣ୍ଡିଆଟିଏ କରି ତା ତଳେ ପାଲ ପକେଇ ଖେଳନା ଦୋକାନ ମେଲେଇ ଦିଅନ୍ତି। ରଙ୍ଗ ବେରଙ୍ଗର ବେଲୁନ ଫୁଲେଇ ଦୋକାନ ସାରା ଟାଙ୍ଗି ଦିଅନ୍ତି। ସବୁଠୁ ଆକର୍ଷଣୀୟ ହେଲା ତାଙ୍କ କାଠବାକ୍ସ। ଦୁଇ ଆଡକୁ ମେଲାକରି ଖୋଲିଦେଲେ କାଚ କଭର ତଳେ…

Read More

ବାରିପଦା ଡେଏଜ୍ (ମୋ ଜନ୍ମ ବୃତ୍ତାନ୍ତ)

ବାରିପଦା ଡେଏଜ୍ (ମୋ ଜନ୍ମ ବୃତ୍ତାନ୍ତ) ଲେଖକ: ହରେକୃଷ୍ଣ ସାହୁ (Harekrushna Sahu) ————–( ମୋ ଜନ୍ମ ବୃତ୍ତାନ୍ତ )————–   ଆମ ଗାଁ ର କଥା।  ଗୁନିଆ (ଗୁଣମଣି) ସହିତ ପାରା(ପାର୍ବତୀ)ର ବାହାଘର ହୋଇଗଲା। ଦି ତିନି ବର୍ଷ ବିତିଗଲା। ତାଙ୍କର ଛୁଆଟିଏ ହେଲାନି। ଗୁନିଆର ସାଙ୍ଗରେ ଯେଉଁମାନେ ବାହା ହୋଇଥିଲେ ସେମାନଙ୍କର ଛୁଆପିଲା ହୋଇସାରିଥାଏ। ଡେରିରେ ହେଲେବି ଯାହାକିଛି ଗୋଟେ ଫଳିବ ବୋଲି ଆଶା ଥାଏ। ସମୟ ଯାଉ ଯାଉ ୟା ଭିତରେ ଦଶବର୍ଷ ବିତିଗଲା। ଛୁଆଟିଏ କୋଳକୁ ଆସିଲା ନାହିଁ।  ଆଉ କିଛି ହେବନି। ଆଶା ଟିକକ ଉଜ୍ଜଳ ହୋଇ ଶେଷକୁ ଲିଭି ଗଲାଣି। ପାରା ର ନାମଟା ବାଞ୍ଝ ଓ ଗୁନିଆର ନାଁ ଆଣ୍ଠୁକୁଡ଼ା ହୋଇସାରିଲାଣି। ଲୋକେ ଶୁଣେଇ ଶୁଣେଇ କହିଲେଣି – ଶଃ…. ଆଜି ବାଞ୍ଝ ଟା ମୁହଁ ଚାହିଁ…

Read More

ବାରିପଦା ଡେଏଜ୍ (ପ୍ରେମ ଶତକର ଗୋଟିଏ ପୃଷ୍ଠା)

ବାରିପଦା ଡେଏଜ୍ (ପ୍ରେମ ଶତକର ଗୋଟିଏ ପୃଷ୍ଠା) ଲେଖକ: ହରେକୃଷ୍ଣ ସାହୁ (Harekrushna Sahu) ——-( ପ୍ରେମ ଶତକର ଗୋଟିଏ ପୃଷ୍ଠା )——-   ଶୀତଦିନ ଆସିଲେ, ବାରିପଦା ସହରରେ ପହଞ୍ଚି ଯାଆନ୍ତି ନେପଳୀ ସ୍ୱେଟର ବିକାଳି ଦଳ। ମହାରାଣୀ ଲକ୍ଷ୍ମୀ କୁମାରୀ ଧର୍ମଶାଳା ରେ ପ୍ରଥମେ ରହି ,ସେଇଠୁ ଭାଗ ଭାଗ ହେଇଯାଆନ୍ତି। କିଛି ଯାଆନ୍ତି ରାଇରଙ୍ଗପୁର, କିଛି ଉଦଳା, ବେତନଟୀ। ତାଙ୍କ ନେତୃତ୍ୱ ନିଅନ୍ତି ଜଣେ ମହିଳା। କାରଣ ସିଏ ବାରିପଦା ସହରକୁ ପ୍ରଥମ ଆବିଷ୍କାର କରିଥିଲେ। ରେଳଗାଡିରେ ଆସି ବାଲେଶ୍ଵର ରେ ପହଞ୍ଚି ସେଠୁ ଆସିଥିଲେ ବାରିପଦା। କଚେରୀ ବଜାର ରାସ୍ତା କଡ଼ରେ ସେମାନେ ଦୋକାନ ଲଗାନ୍ତି। ଫୁଟପାଥ୍ ରେ। ବଡ଼ ବଡ଼ ସ୍ଥାୟୀ ଦୋକାନୀ ମାନେ ତାଙ୍କୁ ଶତ୍ରୁ ଭାବନ୍ତି। କାରଣ ସେମାନେ ତାଙ୍କ ଜିନିଷ ଶସ୍ତା ରେ ବିକ୍ରି କରନ୍ତି।…

Read More

ବାରିପଦା ଡେଏଜ୍ (ପ୍ରଥମ ପ୍ରେମ)

ବାରିପଦା ଡେଏଜ୍ (ପ୍ରଥମ ପ୍ରେମ) ଲେଖକ: ହରେକୃଷ୍ଣ ସାହୁ (Harekrushna Sahu) —————[ ପ୍ରଥମ ପ୍ରେମ ]—————   ହାଇସ୍କୁଲ ବୟସର ସମୟ। ହାଇସ୍କୁଲ୍ ବୟସ ବୋଇଲେ ଏଇ ଚଉଦ ବର୍ଷ। ମୋର ସବୁ ସାଙ୍ଗ ମାନଙ୍କର ପ୍ରେମିକା ଥାଏ। ଜଣ ଜଣ ଙ୍କର ଏକାଧିକ ପ୍ରେମିକା ଥା’ନ୍ତି। ମୁଁ ଏକା। ମୋ ମନ ବେଳେବେଳେ ଏଥିପାଇଁ ଦୁଃଖି ହେଇଯାଏ। ସମସ୍ତଙ୍କର ଚିଠି ଆସେ। ସାଙ୍ଗହେଇ ପଢ଼ୁ। ସାଙ୍ଗମାନେ ମୋ ଠାରୁ କବିତା, ସାହିତ୍ୟିକ ଭାଷା ନେଇ ଚିଠିରେ ଯୋଡ଼ନ୍ତି। ନୂଆବର୍ଷ ଗ୍ରିଟିଂ ସମୟ ବେଳକୁ ମୁଁ ସେଲେବ୍ରିଟି ପାଲଟି ଯାଏ। କିନ୍ତୁ ମୋ ମନରେ ଦୁଃଖ। ମୋର କେହି ନାହିଁ। ଥାଆନ୍ତା ହେଲେ କେହି। ମୋ ପାଖକୁ କେହି ଚିଠିଟିଏ ଲେଖନ୍ତା । ମୁଁ ବି ଖୁସି ହୁଅନ୍ତି। ସାହିତ୍ୟିକ ଭାଷା ଆଉ କବିତା ଯୋଡ଼ି…

Read More

ବାରିପଦା ଡେଏଜ୍ (ସନ୍ନ୍ୟାସୀ ନିହାର ମହାନ୍ତି)

ବାରିପଦା ଡେଏଜ୍ (ସନ୍ନ୍ୟାସୀ ନିହାର ମହାନ୍ତି) ଲେଖକ: ହରେକୃଷ୍ଣ ସାହୁ (Harekrushna Sahu) ——-[ ସନ୍ନ୍ୟାସୀ ନିହାର ମହାନ୍ତି ]——-   ଭଦ୍ରକ କଲେଜ ଆଗରେ ଷ୍ଟେଚ୍ୟୁଟିଏ ଅଛି। ପ୍ରତିଷ୍ଠାତା ଛକଡି ମହାନ୍ତିଙ୍କର। ତାଙ୍କ ବଡପୁଅ ବିପିନ୍ ମହାନ୍ତି ରୁହନ୍ତି ବାରିପଦାରେ। ଟାଉନ୍ ଥାନା ଠିକ୍ ସାମ୍ନାରେ। ବ୍ୟବସାୟ ପାଇଁ ଭଦ୍ରକରୁ ଯାଇ ଅଛନ୍ତି ବାରିପଦାରେ। ସତୁରି ମଶିହାରେ ଆମେ ତାଙ୍କ ଘରେ ଭଡାରେ ରହୁଥିଲୁ। ଘରରୁ ଫାଳେ ଆମର ଫାଳେ ତାଙ୍କର। ପୁରା ସ୍ନେହି ପରିବାର। ମୁଁ ଅନୁଭବ କରିନି ଆମେ ଭଡାଟିଆ ବୋଲି। ସେମାନେ ସତ୍ୟସାଇ ଭକ୍ତ। ପୁରା ତାଙ୍କ ପରିବାର ସାଇ ଅନୁଗତ । ତାଙ୍କ ଘରଟା ସବୁବେଳେ ମହ ମହ ବାସୁଥାଏ। ଯେମିତି ଏଠି ସବୁବେଳେ ଠାକୁର ଚଳପ୍ରଚଳ କରୁଛନ୍ତି କି। ତାଙ୍କ ବଡପୁଅ ନାଁ ନିହାର। ପାଠ ପଢା ପ୍ରତି…

Read More