ଧୋତି ଗାମୁଛା (ଭାଗ ୨)

ଧୋତି ଗାମୁଛା

ଧୋତି ଗାମୁଛା (ଭାଗ ୨) ଲେଖକ/କବି: ଶ୍ରୀ ଧୀରେନ୍ କୁମାର ବେହେରା Author/ Poet: Shree Dhiren Kumar Behera ….. ପାଚେରୀ ପାଖରେ ଗଛରେ ଚଢ଼େଇ ଉଆସକୁ ତାଙ୍କ ଲୁଚେଇ ନେଲେ । ହାତ ମୁଁହ ଦେହ ଧୋଇ ଦେଲେ ମୋର ନିଜ ଜରି ଲୁଗା ପିନ୍ଧେଇ ଦେଲେ ।୧୧। ତାଙ୍କଠୁ ସୁନ୍ଦର ଭାରି ମନୋହର ଚମକ ଚେହେରା ଯୁବକ ପରି  । ଏତେ ଦିନ ପରେ ଦର୍ପଣ ଆଗରେ ନିଜକୁ ଦେଖି ମୁଁ ଗଲି ଯେ ଡରି ।୧୨।   ଏମନ୍ତ ରୁପକୁ ମୋ ସୁଶୀଳା ଦେଖି ଉହାଡେ ନିଶ୍ଚୟ ମାରିବ ଆଖି  । ପିଲାମାନଙ୍କର ଶୁଖିଲା ବଦନ ମନେ ପଡ଼ି ମୁହଁ ଗଲା ମୋ ଶୁଖି ।୧୩। ସତ୍ୟଭାମା ଆସି କହିଗଲେ ହସି ରସିକ ଶେଖର ସଅଳ ଆସ  । ଧୋତି ପିନ୍ଧେଇଲେ…

Read More

କୁମାର ପୂର୍ଣ୍ଣିମା

କୁମାର ପୂର୍ଣ୍ଣିମା

କୁମାର ପୂର୍ଣ୍ଣିମା ଲେଖକ/ କବି: ଶ୍ରୀ ବୈକୁଣ୍ଠନାଥ ଖଟୁଆ Shree Baikunthnath Khatua ….. କୁଆଁର ପୂନେଇ ଖେଳ ଝିଅମାନଙ୍କର ମେଳ ॥ ଚଉରାମୂଳରେ ପୂଜା ସାଙ୍ଗସାଥି ମେଳ ଖୋଜା ॥ କରନ୍ତି କୁମାର ପୂଜା ପାଇବାକୁ ଦିବ୍ୟ ରାଜା ॥ କୁମାରଙ୍କ ଜନ୍ମ କାହାଣୀ ହରଷ ହୁଅନ୍ତି ଶୁଣି ॥ ଶିବ-ପାର୍ବତୀଙ୍କ ପୁତ୍ର ଶରବଣେ ହେଲେ ଜାତ ॥ ଷଡମୁଖ ଦୁଇହାତ ଦେଖିବାକୁ ସୁନ୍ଦର ସୁତ ॥ ହେଲେ ଦେବ ସେନାପତି ମାରିଲେ ତାରକା ପତି ॥ ଚିର କୁମାର ସେ ହେଲେ ଦେବରେ ଗଣା ନ ହେଲେ ॥ ଦେଖିବାକୁ କନ୍ଦର୍ପ ସରି ପୂଜନ୍ତି ତେଣୁ କୁମାରୀ ॥ ଏହି ଯେ କୁମାରୋସ୍ଛବ ଏହା କୁମାରୀଙ୍କ କାର୍ଯ୍ୟ ॥ ….. କୁମାର ପୂର୍ଣ୍ଣିମା ବହୁ ପ୍ରଚଳିତ ଗୀତ । କୁଆଁର ପୂନେଇ ଜହ୍ନ ଲୋ,…

Read More

ଯୁଗେ ଯୁଗେ

ବଣଭୋଜି ବେଶ

ଯୁଗେ ଯୁଗେ ଲେଖକ/ କବି: ଶ୍ରୀ ବୈକୁଣ୍ଠନାଥ ଖଟୁଆ Shree Baikunthnath Khatua ….. ଯୁଗେ ଯୁଗେ ପ୍ରଭୁ ତୁମ୍ଭେ ଅବତରି ଭାରା ନିବାରଣ କଲ ଦିତିଙ୍କର ପୁତ୍ର ଦୈତ୍ୟ ବଂଶେ ଜାତ ହିରାଣାକ୍ଷକୁ ବଧିଲ ॥ ପିତା ତାହାଙ୍କର କଶ୍ୟପ ଋଷି ଯେ ଦିତିଙ୍କ ଗର୍ଭରେ ଦୈତ୍ୟ ପୂର୍ବ ଜନ୍ମେ ସ୍ଵର୍ଗେ ଦୁଇ ଦ୍ଵାରପାଳ ଜୟବିଜୟ ଏହା ସତ୍ୟ ॥ ମହାଲକ୍ଷ୍ମୀ ଥରେ ଦେଖା କରିବାକୁ ବିଷ୍ଣୁଙ୍କ ପାଖକୁ ଗଲେ ଅଭିଶାପ ଦେଲେ ମହାଲକ୍ଷ୍ମୀ ତାଙ୍କୁ ଜନ୍ମ ହୁଅ ଦୈତ୍ୟ କୂଳେ ॥ ବଡ ହିରଣ୍ୟକଶିପୁ ସାନ ହିରଣାକ୍ଷ ପରେ ଜନ୍ମ ମରୁତଗଣ ବେଦ ବିଦ୍ୟା ଦେଖି ଲୋଭେ ବଶବର୍ତ୍ତୀ ଚାହିଁଲ ନେବାକୁ ପୁଣ ॥ ହିରଣାକ୍ଷ ଦୈତ୍ୟ ଲୁଚାଇ ରଖିଲା ବେଦ ସମୁଦ୍ର ଭିତର ଚୋରାଇବା ନୁହେଁ ଅଶୁଦ୍ଧ ଅକ୍ଷର ଶୁଦ୍ଧାଶୁଦ୍ଧ ନ କଲା…

Read More

ଧୋତି ଗାମୁଛା (ଭାଗ ୧)

ଧୋତି ଗାମୁଛା

ଧୋତି ଗାମୁଛା (ଭାଗ ୧) ଲେଖକ/ କବି : ଶ୍ରୀ ଧୀରେନ୍ କୁମାର ବେହେରା Author/ Poet: hree Dhiren Kumar Behera ….. ସକାଳୁ ସକାଳୁ ଶୀତଳ ସମୀରେ ଦ୍ବାରିକାରେ କୃଷ୍ଣ ହୋଇଲେ ଦେଖା । ସାଥିରେ ତାଙ୍କର ନ ଥିଲେ କେହି ତ ମନ ମାରି ଠିଆ ତଟରେ ଏକା ।୧। ଦେଖୁ ଦେଖୁ ତାଙ୍କ ଚାହାଣିଟା ବାଙ୍କ ଅଧରେ ଆସିଲା ରହସ୍ୟ ହସ । ପ୍ରଣାମ କରିବା ଆଗରୁ କୋଳେଇ ଘେନିଗଲେ ମୋତେ ହୋଇ ହରଷ ।୨। ଚଟାଣରେ ନେଇ ପାଖରେ ବସେଇ ପଚାରି ବସିଲେ ଖବର ମୋର । ତାଙ୍କ ହସ ଦେଖି ଭୁଲି ଯାଇଥିଲି ଦୁଃଖ ସୁଖ ଆଉ ଅତୀତ ମୋର ।୩। ହସି ଦେଇ ତାଙ୍କୁ ଗଳେ ଲଗେଇଲି ଗୋପ ନଗରୀର କହ୍ନେଇ ଭାବି । ଆଜିବି ସେପରି…

Read More

ଚିତ୍ରଲେଖା-୧୩

ଚିତ୍ରଲେଖା-୧୩

ଚିତ୍ରଲେଖା-୧୩ ଲେଖକ: ଶ୍ରୀ ଧୀରେନ୍ କୁମାର ବେହେରା Shree Dhiren Kumar Behera ….. ଭାବି ମୁଁ ନଥିଲି ଦେଖା ହେବ ବୋଲି ତୋ ପରି ସୁନ୍ଦରୀ ଜୀବନେ ମୋର । ଦେଖୁ ଦେଖୁ ମୋତେ ଲାଗୁଥିବ ସତେ ପିରତି ସମ୍ପର୍କ ବହୁ ଦିନର ।୧। ଆଗ ତୁ କହିବୁ ମୋ ମନ ମୋହିବୁ ଆଗ ଖୋଲି ଦେଇ ହୃଦ ଦୁଆର । ମୁଁ କହିବା ଆଗୁ ମୋତେ ଦେଇ ଦେବୁ ତୋର ଯୋଗାଯୋଗ ଫୋନ୍ ନମ୍ବର ।୨।   ରୂପ ଜଗତର ରାଣୀ ହୋଇ ଥିବୁ ସରସ୍ଵତୀ ସମ ଜ୍ଞାନ ଗୁଣର । ସଙ୍ଗୀତ ପରାଏ କଥା ଝରୁଥିବ ମାଦକତା ଥିବ ଓଠରେ ତୋର ।୩। ଚାଲିରେ ତୋହର ଫୁଟୁଥିବ ଫୁଲ ମନ ମୋହୁଥିବ ଶରୀର ତୋର । ତୋ ଚାରି ପାରୁଶେ ଗୁଣୁଗୁଣୁ ଗୀତେ…

Read More

ଶିଳା ପଦ୍ମାବତୀ (ଭାଗ ୧୩)

କୋଣାର୍କ ଶୀଳା ପଦ୍ମାବତୀ Konark Shila Padmabati

ଶିଳା ପଦ୍ମାବତୀ (ଭାଗ ୧୩) ଲେଖକ: ଶ୍ରୀ ଧୀରେନ୍ କୁମାର ବେହେରା Shree Dhiren Kumar Behera ….. ପ୍ରାଚୀ ଗଙ୍ଗବଂଶ କୈବର୍ତ୍ତ ନରେଶ ଚୋଳ ରାଜଜେମା ମାଆଟି ଯା’ର । ଅନନ୍ତ ବର୍ମନ ଚୋଡ଼ଗଙ୍ଗ ଦେବ ତିଆରି କରିଛି ପୁରୀ ମନ୍ଦିର ।୧୨୧ । ପାଞ୍ଚ ବରଷର ହୋଇଥିଲା ସିଏ ବାପ ଚାଲିଗଲା ସରଗ ପୁର । ତ୍ରିକଳିଙ୍ଗ ଅଧି-ପତି ସେ ହୋଇଛି କଳିଙ୍ଗ ଉତ୍କଳ କୋଶଳ ବୀର ।୧୨୨।  ତା’ର ବଂଶଧର ନରସିଂହ ଦେବ ନିର୍ମାଣ କରିଛି ସେ କୋଣାରକ । ହରେଇଛି ରାଢ, ଗୌଡ ଓ ବରେନ୍ଦ୍ର ତୁର୍କୀ ଅଫଗାନ ବଙ୍ଗ ଶାସକ ।୧୨୩।  ବାଲେଶ୍ଵର ଠାରୁ ପ୍ରତି ଜନପଦେ ନିର୍ମାଣିଛି ତାର ବିଜୟ ଲେଖ ଲେଖ ନୁହେଁ ସିଏ ମନ୍ଦିରର ମାଳ ରୈବଣିଆ ଦୁର୍ଗ ଠୁ କୋଣାରକ ।୧୨୪। ତା ବିଜୟ…

Read More

ହୃଦୟ ଭରା ଏଇ ଦୁନିଆ

Suravi Odia Online Magazine

ହୃଦୟ ଭରା ଏଇ ଦୁନିଆ On the eve of “World Heart Day” ************************************************************* ହୃଦୟର ଏହି ଶୂନ୍ୟତାକୁ ଆଜି ପଚାରି ମୁଁ ଯେବେ ଶୁଣେ, ପ୍ରତାରଣା କିଏ କାହାକୁ ଦେଇଛି, ପ୍ରତିଧ୍ୱନି କହେ ତୁମେ । ******** ତୁମେ ମୋ’ ମନର ସୀମାରେଖା ଡେଇଁ, ସହଜେ ପାରିଛ ଯାଇ, ହେଲେ ମୋ’ ପାଦଟି ତୁମ ସ୍ମୃତିରେଖା ଟପି ଯାଇପାରି ନାହିଁ, ଜାଣେନା କାହିଁକି ମୋ’ ନୀରବତାକୁ ବିରହ ତୁମର ନିତି ଚୁମେ । ******** ଥିଲା ସେ କିପରି ଭାବପ୍ରବଣତା ହସୁଛି ମୁଁ ମନେ ମନେ, ତୋଳିବାକୁ ଏକ କୁହୁଡ଼ିର ଘର, ବାହାରିଥିଲି ମୁଁ ଦିନେ, ସେ କୁହୁଡ଼ି ଘର ଗଲା ଭାଙ୍ଗି ଯା’ର, ପ୍ରୀତିର ପ୍ରାଚୀର ଥିଲ ତୁମେ । ************************************************************* Hrudayara Ayi Sunyataku Aji Pachari Mu Jebe Sune…

Read More

ଶିଳା ପଦ୍ମାବତୀ (ଭାଗ ୧୨)

କୋଣାର୍କ ଶୀଳା ପଦ୍ମାବତୀ Konark Shila Padmabati

ଶିଳା ପଦ୍ମାବତୀ (ଭାଗ ୧୨) ଲେଖକ: ଶ୍ରୀ ଧୀରେନ୍ କୁମାର ବେହେରା Shree Dhiren Kumar Behera ….. ସୂରୁଜ ଲମ୍ପଟ ଚନ୍ଦ୍ରାବଳୀ ଭେଟ ପାଇ ବଳାତ୍କାର କରିବା ଆଶେ । ଧରିଥିଲା ବୋଲି ଚନ୍ଦ୍ରଭାଗା କୂଳେ ସୂରୁଯ ମନ୍ଦିର ମାଟିରେ ମିଶେ ।୧୧୧। ଅଭିଶାପ କା’ର ପଡ଼ିଗଲା ଅବା ଉନ୍ମତ୍ତ ସୂର୍ଯ୍ୟଙ୍କୁ ପତିବ୍ରତାର । ସହିପାରିଲାନି ପତିବ୍ରତା ତାତି କୋଣାର୍କ ଯା ପାଇଁ ଭାଙ୍ଗି ଚୁର୍ମାର ।୧୧୨। ବଡ଼ ଠାକୁରଙ୍କ ଆଦେଶରେ ଅବା ସୂର୍ଯ୍ୟଙ୍କ ମନ୍ଦିର କି ହତଭାଗା । ତାଙ୍କର ମନ୍ଦିର ଗହଳ ଚହଳ ଅବହେଳା ଆଜି କି ଚନ୍ଦ୍ରଭାଗା ।୧୧୩। ସୁଉଚ୍ଚ ପାଚେରୀ ଦେଉଳେ ଆବୋରି ମେଘନାଦ ବୋଲି ଗରବେ କୁହ । କୋଣାର୍କ ଦେଉଳ ପଥରରେ ଗଢା ସୂର୍ଯ୍ୟ ମନ୍ଦିରର ଅଲିଭା ଲୁହ ।୧୧୪। ନୀଳ କନ୍ଦରରେ ବସିଥିଲା ଜଗା କୋଣାର୍କ…

Read More

ଶିଳା ପଦ୍ମାବତୀ (ଭାଗ ୧୧)

କୋଣାର୍କ ଶୀଳା ପଦ୍ମାବତୀ Konark Shila Padmabati

ଶିଳା ପଦ୍ମାବତୀ (ଭାଗ ୧୧) ଲେଖକ: ଶ୍ରୀ ଧୀରେନ୍ କୁମାର ବେହେରା Shree Dhiren Kumar Behera ….. ହାପୁଡୁ ହାପୁଡୁ ବୋହି ଯାଉଥିଲା ଶିବେଇ ସାନ୍ତାରା ମାଣ୍ଡିଆ ଜାଉ । ହାତଠୁ ଦୁରରେ ଗରମ ଥାଇ ବି ଶିତଳ ହୋଇଛି ସେ ଖାଉ ଖାଉ ।୧୦୧। ସତୁରି ମିଟର ଉଚ୍ଚତା ମନ୍ଦିର ଦୁର୍ବଳ ହୋଇଛି ଭିତ୍ତିଭୂମିଟି । ତାସ ଘର ପରି କଳା କଳାକୃତି ଭୁକମ୍ପେ ଆଦରି ନେଇଛି ମାଟି ।୧୦୨। ଦୁଇ ଶତ ବର୍ଷ ଉଲ୍ଲାସ ଓ ହର୍ଷ ଲାଗି ରହିଥିଲା ଯାହାର ପାଶେ । କ୍ଷୀଣ ହୋଇଗଲା ମରି ହଜିଗଲା ଯବନ ସେନାର ପାଦ ପରଶେ ।୧୦୩। ବାର ବାର କରି ଆଠ ଥର ଯିଏ ସହିଛି ଯବନ ଆକ୍ରୋଶ ଦାଉ । ଧିରେ ଧିରେ ଯିଏ ହୋଇ ହତଶିରୀ ଦୁନିଆଁ ବକ୍ଷରୁ…

Read More

ଶିଳା ପଦ୍ମାବତୀ (ଭାଗ ୧୦)

କୋଣାର୍କ ଶୀଳା ପଦ୍ମାବତୀ Konark Shila Padmabati

ଶିଳା ପଦ୍ମାବତୀ (ଭାଗ ୧୦) ଲେଖକ: ଶ୍ରୀ ଧୀରେନ୍ କୁମାର ବେହେରା Shree Dhiren Kumar Behera ….. ଯା ତତ୍ବାବଧାନେ ସବୁ ଶିଳ୍ପୀ ଦିନେ ତୋଳି ଥିଲେ କଳା ଏ କଳାକୃତି । ଚାରି ସସ୍ର ନିଶି ବିରହରେ ବସି ଭୂଲି ପରିବାର ପତ୍ନୀର ପ୍ରିତି ।୯୧। କଳା ଶୀଳା ଖୋଦି ଖୋଜିଛି ପିରତି ଦେଇ ଜୀବନ୍ୟାସ ନବ ଯୁବତୀ । କାଳ ବଳେ ଶିଳ୍ପୀ ଗଲା କାହିଁ ଛପି ଖୋଜଇ ପିରତି ଏ ଶୀଳାସତୀ ।୯୨। ବିଂଶ କୋଟି ଘଡ଼ି ରକତ ନିଗାଡି ଦେଇଥିଲା ଯା’ରେ ନବ ଯୌବନ । ଶୀଳା ପଦ୍ମାବତୀ ନୟନରେ ଭିତି ପ୍ରୀୟତମ ବିନା ଉଚ୍ଚାଟ ମନ ।୯୩। ତିନି ଲକ୍ଷ ନିଶି ଅଭିସାରୀ ସାଜି ଖୋଜେ ପ୍ରୀୟତମ ନିବିଡ଼ ପ୍ରୀତି । କେତେ କଳାକାର ଏଇ କଳିଙ୍ଗର ସରସ…

Read More