ଗୁରୁ ଦିବସ

ଶ୍ରୀ ଧୀରେନ୍ କୁମାର ବେହେରା

ଗୁରୁ ଦିବସ

ଲେଖକ: ଶ୍ରୀ ଧୀରେନ୍ କୁମାର ବେହେରା Shree Dhiren Kumar Behera

————-

ଆଷାଢ଼ ପୂର୍ଣ୍ଣିମା ଗୁରୁଙ୍କ ମହିମା ହିନ୍ଦୁ ଜୈନ ବୌଦ୍ଧ ପାଳନ କରେ ।

ଭାରତ ନେପାଳ ଉତ୍ସବ ମୁଖର ବ୍ରହ୍ମା ବିଷ୍ଣୁ ଶିବ ଗୁରୁ ଭାବରେ ।୧।

ଦେବ ଗୁରୁ ବୃହସ୍ପତିଙ୍କର ପାଇଁ ଗୁରୁ ଦିବସଟି ପାଳନ ହୁଏ ।

ସବୁ ଗ୍ରହଙ୍କର ଅଢେଇ ଗୁଣା ସେ ଦିବ୍ୟଜ୍ଞାନ ଜ୍ୟୋତି ଆଲୋକ ଦିଏ ।୨।

ବ୍ୟାସ ଅଙ୍ଗୀରାଶ ଅଗ୍ନିଦେବ ସିଏ ଗୁରୁ ଭାବେ ହିନ୍ଦୁ କରଇ ପୂଜା ।

ଅଜ୍ଞାନ ଅନ୍ଧାର କରନ୍ତି ସେ ଦୂର ଜାଳି ଜ୍ଞାନ ଦୀପ ବିଶ୍ବାସ ଉର୍ଜା ।୩।

ଆଧୁନିକ ଯୁଗ ଆସିଲା ପରଠୁ କର୍ମ ପ୍ରତିବଦ୍ଧ ଆନ୍ତର୍ଜାତୀୟ ।

ଦିବସ ଗୁଡ଼ିକ ବାଣ୍ଟି ଦେଇଅଛି ହୋଇଅଛି ଯାହା ଗୈାଣ ବା ହେୟ ।୪।

ଅକ୍ଟୋବର ପାଞ୍ଚ ତାରିଖକୁ ପରା ଗୁରୁ ଦିବସଟି ପାଳଇ ବିଶ୍ବ ।

ପୃଥିବୀ ଭୂଖଣ୍ଡେ ସର୍ବାଧିକ ଦେଶେ ଏହି ଦିନ ଗାଏ ଗୁରୁଙ୍କ ଯଶ ।୫।

କରୋନା କାଳେ ଶିକ୍ଷା ପୁନଃରୁଦ୍ଧାର ପୁନଃ ଜୀବିତ ଯେ କରିବା ପାଇଁ ।

ବିଶ୍ଵର ଡାକରା ଗୁରୁ ଦିବସରେ ସବୁ ଦେଶ ଛନ୍ତି ହାତ ମିଳେଇ ।୬।

ସେପ୍ଟେମ୍ବର ପାଞ୍ଚ ଗୁରୁ ଦିବସଟି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ନାମେ ।

ଥରେ ଗୁରୁ ମାନେ ତାଙ୍କ ଜନ୍ମଦିନେ ସମ୍ବର୍ଦ୍ଧନା କଲେ ହର୍ଷିତ ମନେ ।୭।

ଉଣେଇଶ ପଁଷଠିର ସେ ସଭାରେ ଘୋଷଣା ହେଇଛି ଗୁରୁ ଦିବସ ।

ବର୍ଷକ ପରଠୁ ପାଳନ ହେଉଛି ଖୁସି ହୁଏ ଗୁରୁ ସକଳ ଶିଷ୍ୟ ।୮।

ଆନ୍ଧ୍ର ବନାରସ ବିଶ୍ବ ବିଦ୍ୟାଳୟ କୁଳପତି ସିଏ ଉତ୍ତମ ଗୁରୁ ।

ଦେଶର ପ୍ରଥମ ନାଗରିକ ହୋଇ ଶିକ୍ଷା ରାଷ୍ଟ୍ରପତି ସେ କଳ୍ପତରୁ ।୯।

ସବୁ ଦେଶରେ ଏ ଗୁରୁ ଦିବସଟି ଶିକ୍ଷାବିତ ପାଇଁ ପାଳନ ହୁଏ ।

ସବୁଠାରେ କିନ୍ତୁ ଗୁରୁଙ୍କ ମହିମା ଶିଷ୍ୟଗଣ ମୁଖେ ଆଦୃତ ଥାଏ ।୧୦।

ଛୁଟି ହେଉ ଅବା ନ ହେଉ ସେ ଦିନ ଗୁରୁଙ୍କ ମହିମା ଭାଳେ ଜଗତ ।

କର୍ମ ପାରିତୋଷ ବୁଝେନାହିଁ ଶିଷ୍ୟ ବୁଝେ ଜ୍ଞାନ ଦାନ ଗୁଣ ମହତ ।୧୧।

ଲେଖାଟି ପଢିଥିବାରୁ ଧନ୍ୟବାଦ  

ଲେଖା ପଢି ଉଭୟ ୱେବ୍‍ସାଇଟ୍‍ ଓ ଫେସ୍‍ବୁକ୍‍ରେ ଲାଇକ ଓ ସେୟାର କରିବେ ବୋଲି ଅନୁରୋଧ ଓ ଆଶା  

ନିଜର ସୁଚିନ୍ତିତ ମତାମତ ଦେଇ ସୁରଭି ପରିବାରକୁ ଉତ୍ସାହିତ କରନ୍ତୁ

Tag: Dhiren Kumar Behera ଧୀରେନ୍ କୁମାର ବେହେରା

© Copyright Reserved by the Author

Related posts

Leave a Comment