ଧୋତି ଗାମୁଛା (ଭାଗ ୨)

ଧୋତି ଗାମୁଛା

ଧୋତି ଗାମୁଛା (ଭାଗ ୨) ଲେଖକ/କବି: ଶ୍ରୀ ଧୀରେନ୍ କୁମାର ବେହେରା Author/ Poet: Shree Dhiren Kumar Behera ….. ପାଚେରୀ ପାଖରେ ଗଛରେ ଚଢ଼େଇ ଉଆସକୁ ତାଙ୍କ ଲୁଚେଇ ନେଲେ । ହାତ ମୁଁହ ଦେହ ଧୋଇ ଦେଲେ ମୋର ନିଜ ଜରି ଲୁଗା ପିନ୍ଧେଇ ଦେଲେ ।୧୧। ତାଙ୍କଠୁ ସୁନ୍ଦର ଭାରି ମନୋହର ଚମକ ଚେହେରା ଯୁବକ ପରି  । ଏତେ ଦିନ ପରେ ଦର୍ପଣ ଆଗରେ ନିଜକୁ ଦେଖି ମୁଁ ଗଲି ଯେ ଡରି ।୧୨।   ଏମନ୍ତ ରୁପକୁ ମୋ ସୁଶୀଳା ଦେଖି ଉହାଡେ ନିଶ୍ଚୟ ମାରିବ ଆଖି  । ପିଲାମାନଙ୍କର ଶୁଖିଲା ବଦନ ମନେ ପଡ଼ି ମୁହଁ ଗଲା ମୋ ଶୁଖି ।୧୩। ସତ୍ୟଭାମା ଆସି କହିଗଲେ ହସି ରସିକ ଶେଖର ସଅଳ ଆସ  । ଧୋତି ପିନ୍ଧେଇଲେ…

Read More

ଧୋତି ଗାମୁଛା (ଭାଗ ୧)

ଧୋତି ଗାମୁଛା

ଧୋତି ଗାମୁଛା (ଭାଗ ୧) ଲେଖକ/ କବି : ଶ୍ରୀ ଧୀରେନ୍ କୁମାର ବେହେରା Author/ Poet: hree Dhiren Kumar Behera ….. ସକାଳୁ ସକାଳୁ ଶୀତଳ ସମୀରେ ଦ୍ବାରିକାରେ କୃଷ୍ଣ ହୋଇଲେ ଦେଖା । ସାଥିରେ ତାଙ୍କର ନ ଥିଲେ କେହି ତ ମନ ମାରି ଠିଆ ତଟରେ ଏକା ।୧। ଦେଖୁ ଦେଖୁ ତାଙ୍କ ଚାହାଣିଟା ବାଙ୍କ ଅଧରେ ଆସିଲା ରହସ୍ୟ ହସ । ପ୍ରଣାମ କରିବା ଆଗରୁ କୋଳେଇ ଘେନିଗଲେ ମୋତେ ହୋଇ ହରଷ ।୨। ଚଟାଣରେ ନେଇ ପାଖରେ ବସେଇ ପଚାରି ବସିଲେ ଖବର ମୋର । ତାଙ୍କ ହସ ଦେଖି ଭୁଲି ଯାଇଥିଲି ଦୁଃଖ ସୁଖ ଆଉ ଅତୀତ ମୋର ।୩। ହସି ଦେଇ ତାଙ୍କୁ ଗଳେ ଲଗେଇଲି ଗୋପ ନଗରୀର କହ୍ନେଇ ଭାବି । ଆଜିବି ସେପରି…

Read More

ଚିତ୍ରଲେଖା-୧୩

ଚିତ୍ରଲେଖା-୧୩

ଚିତ୍ରଲେଖା-୧୩ ଲେଖକ: ଶ୍ରୀ ଧୀରେନ୍ କୁମାର ବେହେରା Shree Dhiren Kumar Behera ….. ଭାବି ମୁଁ ନଥିଲି ଦେଖା ହେବ ବୋଲି ତୋ ପରି ସୁନ୍ଦରୀ ଜୀବନେ ମୋର । ଦେଖୁ ଦେଖୁ ମୋତେ ଲାଗୁଥିବ ସତେ ପିରତି ସମ୍ପର୍କ ବହୁ ଦିନର ।୧। ଆଗ ତୁ କହିବୁ ମୋ ମନ ମୋହିବୁ ଆଗ ଖୋଲି ଦେଇ ହୃଦ ଦୁଆର । ମୁଁ କହିବା ଆଗୁ ମୋତେ ଦେଇ ଦେବୁ ତୋର ଯୋଗାଯୋଗ ଫୋନ୍ ନମ୍ବର ।୨।   ରୂପ ଜଗତର ରାଣୀ ହୋଇ ଥିବୁ ସରସ୍ଵତୀ ସମ ଜ୍ଞାନ ଗୁଣର । ସଙ୍ଗୀତ ପରାଏ କଥା ଝରୁଥିବ ମାଦକତା ଥିବ ଓଠରେ ତୋର ।୩। ଚାଲିରେ ତୋହର ଫୁଟୁଥିବ ଫୁଲ ମନ ମୋହୁଥିବ ଶରୀର ତୋର । ତୋ ଚାରି ପାରୁଶେ ଗୁଣୁଗୁଣୁ ଗୀତେ…

Read More

ଶିଳା ପଦ୍ମାବତୀ (ଭାଗ ୧୩)

କୋଣାର୍କ ଶୀଳା ପଦ୍ମାବତୀ Konark Shila Padmabati

ଶିଳା ପଦ୍ମାବତୀ (ଭାଗ ୧୩) ଲେଖକ: ଶ୍ରୀ ଧୀରେନ୍ କୁମାର ବେହେରା Shree Dhiren Kumar Behera ….. ପ୍ରାଚୀ ଗଙ୍ଗବଂଶ କୈବର୍ତ୍ତ ନରେଶ ଚୋଳ ରାଜଜେମା ମାଆଟି ଯା’ର । ଅନନ୍ତ ବର୍ମନ ଚୋଡ଼ଗଙ୍ଗ ଦେବ ତିଆରି କରିଛି ପୁରୀ ମନ୍ଦିର ।୧୨୧ । ପାଞ୍ଚ ବରଷର ହୋଇଥିଲା ସିଏ ବାପ ଚାଲିଗଲା ସରଗ ପୁର । ତ୍ରିକଳିଙ୍ଗ ଅଧି-ପତି ସେ ହୋଇଛି କଳିଙ୍ଗ ଉତ୍କଳ କୋଶଳ ବୀର ।୧୨୨।  ତା’ର ବଂଶଧର ନରସିଂହ ଦେବ ନିର୍ମାଣ କରିଛି ସେ କୋଣାରକ । ହରେଇଛି ରାଢ, ଗୌଡ ଓ ବରେନ୍ଦ୍ର ତୁର୍କୀ ଅଫଗାନ ବଙ୍ଗ ଶାସକ ।୧୨୩।  ବାଲେଶ୍ଵର ଠାରୁ ପ୍ରତି ଜନପଦେ ନିର୍ମାଣିଛି ତାର ବିଜୟ ଲେଖ ଲେଖ ନୁହେଁ ସିଏ ମନ୍ଦିରର ମାଳ ରୈବଣିଆ ଦୁର୍ଗ ଠୁ କୋଣାରକ ।୧୨୪। ତା ବିଜୟ…

Read More

ଶିଳା ପଦ୍ମାବତୀ (ଭାଗ ୧୨)

କୋଣାର୍କ ଶୀଳା ପଦ୍ମାବତୀ Konark Shila Padmabati

ଶିଳା ପଦ୍ମାବତୀ (ଭାଗ ୧୨) ଲେଖକ: ଶ୍ରୀ ଧୀରେନ୍ କୁମାର ବେହେରା Shree Dhiren Kumar Behera ….. ସୂରୁଜ ଲମ୍ପଟ ଚନ୍ଦ୍ରାବଳୀ ଭେଟ ପାଇ ବଳାତ୍କାର କରିବା ଆଶେ । ଧରିଥିଲା ବୋଲି ଚନ୍ଦ୍ରଭାଗା କୂଳେ ସୂରୁଯ ମନ୍ଦିର ମାଟିରେ ମିଶେ ।୧୧୧। ଅଭିଶାପ କା’ର ପଡ଼ିଗଲା ଅବା ଉନ୍ମତ୍ତ ସୂର୍ଯ୍ୟଙ୍କୁ ପତିବ୍ରତାର । ସହିପାରିଲାନି ପତିବ୍ରତା ତାତି କୋଣାର୍କ ଯା ପାଇଁ ଭାଙ୍ଗି ଚୁର୍ମାର ।୧୧୨। ବଡ଼ ଠାକୁରଙ୍କ ଆଦେଶରେ ଅବା ସୂର୍ଯ୍ୟଙ୍କ ମନ୍ଦିର କି ହତଭାଗା । ତାଙ୍କର ମନ୍ଦିର ଗହଳ ଚହଳ ଅବହେଳା ଆଜି କି ଚନ୍ଦ୍ରଭାଗା ।୧୧୩। ସୁଉଚ୍ଚ ପାଚେରୀ ଦେଉଳେ ଆବୋରି ମେଘନାଦ ବୋଲି ଗରବେ କୁହ । କୋଣାର୍କ ଦେଉଳ ପଥରରେ ଗଢା ସୂର୍ଯ୍ୟ ମନ୍ଦିରର ଅଲିଭା ଲୁହ ।୧୧୪। ନୀଳ କନ୍ଦରରେ ବସିଥିଲା ଜଗା କୋଣାର୍କ…

Read More

ଶିଳା ପଦ୍ମାବତୀ (ଭାଗ ୧୧)

କୋଣାର୍କ ଶୀଳା ପଦ୍ମାବତୀ Konark Shila Padmabati

ଶିଳା ପଦ୍ମାବତୀ (ଭାଗ ୧୧) ଲେଖକ: ଶ୍ରୀ ଧୀରେନ୍ କୁମାର ବେହେରା Shree Dhiren Kumar Behera ….. ହାପୁଡୁ ହାପୁଡୁ ବୋହି ଯାଉଥିଲା ଶିବେଇ ସାନ୍ତାରା ମାଣ୍ଡିଆ ଜାଉ । ହାତଠୁ ଦୁରରେ ଗରମ ଥାଇ ବି ଶିତଳ ହୋଇଛି ସେ ଖାଉ ଖାଉ ।୧୦୧। ସତୁରି ମିଟର ଉଚ୍ଚତା ମନ୍ଦିର ଦୁର୍ବଳ ହୋଇଛି ଭିତ୍ତିଭୂମିଟି । ତାସ ଘର ପରି କଳା କଳାକୃତି ଭୁକମ୍ପେ ଆଦରି ନେଇଛି ମାଟି ।୧୦୨। ଦୁଇ ଶତ ବର୍ଷ ଉଲ୍ଲାସ ଓ ହର୍ଷ ଲାଗି ରହିଥିଲା ଯାହାର ପାଶେ । କ୍ଷୀଣ ହୋଇଗଲା ମରି ହଜିଗଲା ଯବନ ସେନାର ପାଦ ପରଶେ ।୧୦୩। ବାର ବାର କରି ଆଠ ଥର ଯିଏ ସହିଛି ଯବନ ଆକ୍ରୋଶ ଦାଉ । ଧିରେ ଧିରେ ଯିଏ ହୋଇ ହତଶିରୀ ଦୁନିଆଁ ବକ୍ଷରୁ…

Read More

ଶିଳା ପଦ୍ମାବତୀ (ଭାଗ ୧୦)

କୋଣାର୍କ ଶୀଳା ପଦ୍ମାବତୀ Konark Shila Padmabati

ଶିଳା ପଦ୍ମାବତୀ (ଭାଗ ୧୦) ଲେଖକ: ଶ୍ରୀ ଧୀରେନ୍ କୁମାର ବେହେରା Shree Dhiren Kumar Behera ….. ଯା ତତ୍ବାବଧାନେ ସବୁ ଶିଳ୍ପୀ ଦିନେ ତୋଳି ଥିଲେ କଳା ଏ କଳାକୃତି । ଚାରି ସସ୍ର ନିଶି ବିରହରେ ବସି ଭୂଲି ପରିବାର ପତ୍ନୀର ପ୍ରିତି ।୯୧। କଳା ଶୀଳା ଖୋଦି ଖୋଜିଛି ପିରତି ଦେଇ ଜୀବନ୍ୟାସ ନବ ଯୁବତୀ । କାଳ ବଳେ ଶିଳ୍ପୀ ଗଲା କାହିଁ ଛପି ଖୋଜଇ ପିରତି ଏ ଶୀଳାସତୀ ।୯୨। ବିଂଶ କୋଟି ଘଡ଼ି ରକତ ନିଗାଡି ଦେଇଥିଲା ଯା’ରେ ନବ ଯୌବନ । ଶୀଳା ପଦ୍ମାବତୀ ନୟନରେ ଭିତି ପ୍ରୀୟତମ ବିନା ଉଚ୍ଚାଟ ମନ ।୯୩। ତିନି ଲକ୍ଷ ନିଶି ଅଭିସାରୀ ସାଜି ଖୋଜେ ପ୍ରୀୟତମ ନିବିଡ଼ ପ୍ରୀତି । କେତେ କଳାକାର ଏଇ କଳିଙ୍ଗର ସରସ…

Read More

ଶିଳା ପଦ୍ମାବତୀ (ଭାଗ ୦୯)

କୋଣାର୍କ ଶୀଳା ପଦ୍ମାବତୀ Konark Shila Padmabati

ଶିଳା ପଦ୍ମାବତୀ (ଭାଗ ୦୯) ଲେଖକ: ଶ୍ରୀ ଧୀରେନ୍ କୁମାର ବେହେରା Shree Dhiren Kumar Behera ….. ଫେରିଛି ରାଗରେ ଫେରିଲା ବାଟରେ ନ ଭାଙ୍ଗି କୋଣାର୍କ ଦୁଃଖରେ ଅତି ଗଛ ଚଢାଳୀଙ୍କୁ ଧରି ଆଣିଅଛି ପିପିଲି ନଗରୁ ଦେଖାଇ ଭିତି ।୮୧। ଚଢିବାର କଳା ଶିଖାଇ ଯେ ଥିଲା ଆତ୍ମହତ୍ୟା ସିଏ କରିଛି ଲାଜେ କୁଳାଙ୍ଗାର ସିଏ କଳାପାହାଡ଼ଟା ନିଜ ଜାତି କୀର୍ତ୍ତି ହରାଏ ଉର୍ଜେ ।୮୨। ଦଧିନଉତିର ତାମ୍ର ଲୈହ କୁମ୍ଭ ଭାଙ୍ଗି ନେଇଥିଲା ଯେ ଦିନ ଚଢି କଳଙ୍କର ଦାଗ ବୋଳି ଦେଇଥିଲା କୋଣାର୍କ ସୁନ୍ଦରୀ ଯେ ଅଭିଆଡି ।୮୩। ଯବନ ଛୁଆଁରେ ମନ ମାରି ବସି କାନ୍ଦୁଛି ନର୍ତ୍ତକୀ ସୁଷମାମୟୀ ଜାତି କାୟା ଗୋତ୍ର କରି ଅପବିତ୍ର କାନ୍ଦେ ଦିନ ରାତି ସେ କଇଁ କଇଁ ।୮୪। ତଥାପି ଛାଡ଼ିନି…

Read More

ଶିଳା ପଦ୍ମାବତୀ (ଭାଗ ୦୮)

କୋଣାର୍କ ଶୀଳା ପଦ୍ମାବତୀ Konark Shila Padmabati

ଶିଳା ପଦ୍ମାବତୀ (ଭାଗ ୦୮) ଲେଖକ: ଶ୍ରୀ ଧୀରେନ୍ କୁମାର ବେହେରା Shree Dhiren Kumar Behera ….. ଦୁଇଥର ଯୁଦ୍ଧ କରି ସୁଲୈମାନ ହାରିଛି ଥରୁଟେ ଜିତିଛି ଥରେ ଯୁଦ୍ଧ କରିବାଟା ସୁଲୈମାନ ନିଶା ଆକବର କିଆଁ ତାହାକୁ ଡରେ ।୭୧। ଆକବର ମୂଲ୍ଲା ସହମତି ଥିଲା ନ ହେଲେ କର୍ଣ୍ଣୀର ଏଡେ ସାହସ କଳିଙ୍ଗ ଉପରେ ଆକ୍ରମଣ କରି ଦେଖାଇ ପାରିବ ଦର୍ପ ସନ୍ଦେଶ ।୭୨। ସେହି କର୍ଣ୍ଣୀ ପରା ଜିତି ସାରିଥିଲା କୋଚ୍ ବିହାରର ରାଜ୍ୟକୁ ଥରେ ମଲି ମଲି ହୋଇ ଗୋଡ଼ ତଳେ ପଡି ନିସର୍ତ୍ତେ ଫେରାଏ ଦିଲ୍ଲୀର ଡରେ ।୭୩। କଳାପାହାଡ଼କୁ ଆଦେଶ ଦେଇଛି ଘୁଞ୍ଚି ଆସିଅଛି ଚାଳିଶି କୋଶ ତା ହେଲେ କାହିଁକି କଳିଙ୍ଗ ‌ସହିଛି କଳାପାହାଡ଼ର ବିଷ ଆକ୍ରୋଶ ।୭୪। ତିନି ବର୍ଷ କାଳ କୋଣାର୍କ ଉପରେ…

Read More

ଶିଳା ପଦ୍ମାବତୀ (ଭାଗ ୦୭)

କୋଣାର୍କ ଶୀଳା ପଦ୍ମାବତୀ Konark Shila Padmabati

ଶିଳା ପଦ୍ମାବତୀ (ଭାଗ ୦୭) ଲେଖକ: ଶ୍ରୀ ଧୀରେନ୍ କୁମାର ବେହେରା Shree Dhiren Kumar Behera ….. ସବୁ ଅଞ୍ଚଳର ବିଦ୍ୱାନ ପଣ୍ଡିତ ପାଖରେ ରଖି ସେ କରିଛି କ୍ଷୟ ହିନ୍ଦୁ ଧରମର ସବୁ ଭଲ ଗୁଣ ଖୋଜି କରିଅଛି ତା’ର ବିଲୟ ।୬୧। ଧରାପଡ଼ି ନାହିଁ ଥରେ ତ କେବେ ହିଁ କଳା ପାହାଡ଼ର ପଛରେ ସିଏ ଦିଲ୍ଲୀ ଦରବାରେ ଭାରତ ଭୂଖଣ୍ଡେ ତା ସକାଶେ କଳା ପାହାଡ଼ ଭୟ ।୬୨। ରାଜିବ ଲୋଚନ ରାଜୁ କଳାଚାନ୍ଦ କଳାପାହାର କି କଳାପାହାଡ଼ ହିନ୍ଦୁ ମନ୍ଦିରକୁ ଭାଙ୍ଗି ଦେଇପରା କରିଦେଇଥିଲା ହିନ୍ଦୁଙ୍କୁ ଜଡ ।୬୩। ଆକବର ପ୍ରୀତି ଥିଲା ଉଡ୍ର ପ୍ରତି ବଙ୍ଗଳା ଶାସକ ଶତୃ ହୋଇଲା ଜାତି ଯିବା କ୍ଷୋଭ ଜିତିଗଲା ପରେ ହିନ୍ଦୁ ମନ୍ଦିରକୁ ଭାଙ୍ଗି ସେ ଦେଲା ।୬୪। କାଉଁରୀ କାମାକ୍ଷା…

Read More