To all Authors & Artist

To all Authors & Artist

+ ସୁରଭି ଓଡିଆ ରେ ୬୦ଟି କ୍ୟାଟେଗୋରୀ ଅଛି ।
+ କଥା, ଗଳ୍ପ, କବିତା, ଆଲୋଚନା, ଇତିହାସ, ସଂସ୍କୃତି, ଧର୍ମ, ବିଜ୍ଞାନ, ଶିଶୁ,, କିଶୋର, କୃଷି, ବାଣିଜ୍ୟ ଇତ୍ୟାଦି ଇତ୍ୟାଦି ।
+ ଆମର ପ୍ରଥମ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହେଲା : ଓଡିଆ ଲୋକେ ସବୁ ପ୍ରକାର ସାହିତ୍ୟ ପଢିବା ସୁଯୋଗ ପାଆନ୍ତୁ । ସେଥିପାଇଁ ଆମେ ୬୦ ପ୍ରକାର କ୍ୟାଟେଗୋରୀ ରଖିଛୁ ।
+ ଆମର ଦ୍ୱିତୀୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହେଲା : ଓଡିଆ ଲେଖକ, କବି, ଅନୁବାଦକ, ସଂଗ୍ରାହକମାନେ ଲେଖିବାର ସୁଯୋଗ ଓ ପ୍ରଚ୍ଛୋହନ ପାଆନ୍ତୁ । ସେଥିପାଇଁ ଆମେ ଅନ୍ୟ ପବ୍ଳିସର/ ପ୍ରକାଶକ ମାନଙ୍କ ଭଳି କୌଣସି Restriction ରଖିନୁ ।
>> ଅନ୍ୟ ପବ୍ଳିସର/ ପ୍ରକାଶକ ମାନେ Restriction ରଖିଥାନ୍ତି : “ଅନ୍ୟ କୌଣସି ଜାଗାରେ ଲେଖିଲେ ହେବନି ” । ଆମର ସେପରି କିଛି Restriction ନାହିଁ ।
>> ଲେଖକ, କବି, ଅନୁବାଦକ, ସଂଗ୍ରାହକମାନେ ଆମ ମାଗଜିନରେ ଲେଖିବା ସହ ଅନ୍ୟ ଯେକୌଣସି ଜାଗାରେ ଲେଖି ପାରିବେ । ସେମାନଙ୍କୁ Copyright ମଧ୍ୟ ମିଳିବ ।
>> ଖାଲି ସେତିକି ନୁହଁ ସେମାନେ ଆମ ମାଗାଜିନରେ ଅନ୍ୟ ମାଗଜିନ ର ନାମ ମଧ୍ୟ ନେଇପାରିବେ ଓ ଲିଙ୍କ ସେୟାର କରି ପାରିବେ ।
>> ଅର୍ଥାତ ଆପଣଙ୍କର କୌଣସି ଲେଖା ଆମ ମାଗାଜିନରେ ପ୍ରକାଶିତ ହେବା ପୂର୍ବରୁ କିମ୍ବା ପରେ ଫେସବୁକରେ କିମ୍ବା ଫେସବୁକ ସାହିତ୍ୟ ଗ୍ରୁପରେ କିମ୍ବା ଅନ୍ୟ କୌଣସି ମାଗାଜିନରେ ପ୍ରକାଶ କରି ପାରିବେ ଓ ସେମାନଙ୍କ ନାମ ମଧ୍ୟ ଆମ ମାଗଜିନରେ ଉଲ୍ଲେଖ୍ୟ କରିପାରିବେ ।
+ ଆମର ତୃତୀୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହେଲା : ଯେଉଁ ପ୍ରକାଶକମାନେ ଓଡିଆ ଭାଷାର ଉନ୍ନତି ପାଇଁ ହାତରୁ ଖର୍ଚ୍ଚ କରି ଯାହାବି କରୁଛନ୍ତି ସେମାନେ ପ୍ରଚ୍ଛୋହନ ପାଆନ୍ତୁ । ସେଥିପାଇଁ ଆମେ ଆମ ମାଗଜିନରେ ସୁଯୋଗ ମିଳିଲେ ସେମାନଙ୍କ ପ୍ରଚ୍ଛୋହନ ନିଶ୍ଚୟ କରିବୁ ।
+ ଆମର ଚତୁର୍ଥ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହେଲା : ଦିନେ ସମୟ ଆସିଲେ ଆମେ ଲେଖକ, କବି, ଅନୁବାଦକ, ସଂଗ୍ରାହକମାନଙ୍କୁ ଏପରିକି ପାଠକ ମାନଙ୍କୁ କିଛି ଆର୍ଥିକ ଲାଭ ବି ଦେଇ ପାରିବୁ । କିନ୍ତୁ ଏହି କଥାଟି ଭବିଷ୍ୟ ପାଇଁ ଆମ ଯୋଜନାରେ ଅଛି ।
***************
+ ସୁରଭି ଓଡିଆ ସହ ଆମେ ସୁରଭି ବସୁଧାରେ ମଧ୍ୟ ସୁରଭି ଓଡିଆର ନିର୍ବାଚିତ ଓଡିଆ ଲେଖାମାନ ଇଂଙ୍ଗ୍ଳିଶ ସମେତ ଅନ୍ୟ ଭାରତୀୟ ଭାଷାରେ ମଧ୍ୟ ଅନୁବାଦ ହୋଇ ପ୍ରକାଶିତ ହେବ ।
+ ବିଶେଷ କରି ଓଡିଶା ଇତିହାସ ଓ ସଂସ୍କୃତି ସମ୍ବନ୍ଧୀୟ ଲେଖା ଗୁଡିକ ଇଂଙ୍ଗ୍ଳିଶ ସମେତ ଅନ୍ୟ ଭାରତୀୟ ଭାଷାରେ ମଧ୍ୟ ଅନୁବାଦ ହୋଇ ପ୍ରକାଶିତ ହେବା ଜରୁରୀ ଅଟେ ।
***************
+ ନିର୍ବାଚିତ ଲେଖାକୁ ନେଇ ଆମେ ଥିମ ଅନୁଯାୟୀ ଇ-ବୁକ ମଧ୍ୟ ଅନୁମତି ନେଇ ପ୍ରକାଶ କରିବୁ ଓ ପ୍ରିଣ୍ଟ ପବ୍ଳିକେଶନ ମଧ୍ୟ କରିବୁ । ଲେଖକ, କବି, ଅନୁବାଦକ, ସଂଗ୍ରାହକମାନେ ଯେପରି ଅଧିକ ଲାଭବାନ ହେବେ ସେ ବ୍ୟବସ୍ଥା କରିବୁ ।
+ ଲେଖକ, କବି, ଅନୁବାଦକ, ସଂଗ୍ରାହକମାନଙ୍କ ଅନୁମତି ପ୍ରଥମେ ନେବୁ ।
***************
ସଂକ୍ଷିପ୍ତରେ କହିଲେ :
+ ୧ମରେ : ପାଠକ ମାନେ
+ ୨ୟରେ : ଲେଖକ ମାନେ
+ ୩ୟରେ : ଅନ୍ୟ ପ୍ରକାଶକ ମାନେ
+ ୪ର୍ଥରେ : ଓଡିଶା ଓ ଓଡିଆ ଭାଷା
ଏ ସମସ୍ତେ ପ୍ରଚାର, ପ୍ରସାର ଓ ପ୍ରଚ୍ଛୋହନ ପାଇବେ ।
କାହା ପାଇଁ କୌଣସି Restriction ନାହିଁ ।
***************
+ Author Page, Author Sitemap, Author DIC ରହିବ ।
***************
+ ଆଜି ଆମେ ନୂଆଁ, କାଲିକି ପୂରୁଣା ହେବୁ ।
+ ଆଜି ଆମର ପାଠକ ଯେତିକି ଅଛନ୍ତି କାଲିକି ଅଧିକ ହେବେ ।
+ କିନ୍ତୁ ଯେତିକି ସ୍ୱାଧିନତା ଆମେ ଦେବୁ ଅନ୍ୟ କେହି ଦେଇ ପାରିବେ ନାହିଁ , ଦେବେନି ମଧ୍ୟ ।
***************
ହଁ କରିବେ କି ନାଇଁ କରିବେ ସେଇଟା ଆପଣଙ୍କ ଇଚ୍ଛାଧିନ ।
କିନ୍ତୁ କାରଣ କହିଲେ ଖୁସି ଲାଗିବ ।
ନହେଲେ ଦୁଃଖ ଲାଗିବ ଯେ କିଛି କାରଣ ନଥାଇ Reject କରିଦେଲେ ।
ଯେମିତିକି ଜଣେ ମହାନ ଲେଖକ କହିଲେ, “ମୁଁ କେବେ ମୋ କାହାଣୀ /ଲେଖା କୁ କେଉଁଠି ପ୍ରକଶନ ପାଇଁ ଦିଏନି ” । 
ଧନ୍ୟବାଦ ।
***************