ପ୍ରେମ ର ସଜ୍ଞା

Suravi Odia

ପ୍ରେମ ର ସଜ୍ଞା

ଲେଖକ: ଶ୍ରୀ ହରେକୃଷ୍ଣ ସାହୁ

Shree Harekrushna Sahu

**********[ଭାବପ୍ରବଣତା ର ସଜ୍ଞା ନିରୂପଣ କରି ହୁଏକି ? ]**********


…..

ପ୍ରେମ ଗୋଟିଏ। ତା’ର ଦୁଇଟି ରୂପ। ପ୍ରଥମଟି ଦିବ୍ୟ ପ୍ରେମ। ଦ୍ୱିତୀୟଟି ମାନବୀୟ ପ୍ରେମ।

ପ୍ରଥମଟି ସ୍ୱାଭାବିକ ନୁହେଁ। ସ୍ୱତଃପ୍ରବୃତ ଭାବରେ ମଣିଷ ଦେହରେ ଏହା ବିକଶିତ ହୁଏନାହିଁ। ଏଥିପାଇଁ ଶିକ୍ଷା ଗ୍ରହଣ କରିବାକୁ ପଡ଼ିଥାଏ। ନିୟମିତ ପାଠ ପଢ଼ିବାକୁ ହୋଇଥାଏ। ନିରନ୍ତର ସାଧନା କରିବାକୁ ହୋଇଥାଏ। ଏହା ହେଲା ଈଶ୍ୱର ପ୍ରେମର କଥା। ଗଭୀର ପ୍ରେମ କଲେ ଈଶ୍ୱରଙ୍କ ପ୍ରେମ ମିଳିଥାଏ। ତା’ପରେ ଦୁହେଁ ଏକ ହୋଇ ଯାଆନ୍ତି।

ଦ୍ୱିତୀୟଟି ସଂପୂର୍ଣ୍ଣ ସ୍ୱାଭାବିକ। ଶରୀରର ପରିବର୍ତ୍ତନ ସହିତ ସ୍ୱତଃ ଏହା ମନକୁ ପ୍ରଭାବିତ କରିଥାଏ। ତେଣୁ ବାଳକଟିଏ ବା ବାଳିକାଟିଏ ବିପରିତ ଲିଙ୍ଗର ଜଣେ ବନ୍ଧୁ ପାଇବାକୁ ବ୍ୟାକୁଳ ହୁଏ। ଏହି ପ୍ରେମର ସଂପୂର୍ଣ୍ଣ ଚିତ୍ରଟି ଏହିପରି ହେବ। ନୂତନ ଓ ଅନ୍ତରଙ୍ଗ ବନ୍ଧୁଟିଏ ପାଇବାପାଇଁ ଭାବପ୍ରବଣତା ଥିବ ଓ ଦେହର ଆକର୍ଷଣ ଥିବ। ଶେଷରେ ଦୁହେଁ ଏକ ହୋଇ ଯାଉଥିବେ।

ପ୍ରେମର ଦୁଇଟି ରୂପ। ଗୋଟେ ଈଶ୍ୱରାଭିମୁଖି। 

ଗୋଟେ ଶରୀରାଭିମୁଖି। ଏହାକୁ ପରସ୍ପର ବିରୋଧୀ ବୋଲି କୁହା ଯାଇପାରେ। ଉପରୋକ୍ତ ଦୁଇଟି କଥା ହେଲା ଗୋଟିଏ ପ୍ରେମର ଦୁଇଟି ରୂପ। ତା’ପରେ ଆଉ ଦୁଇଟି ଗୌଣ ପ୍ରେମ ଅଛି। ଗୋଟିଏକୁ ମଧ୍ୟମ ପ୍ରେମ ଓ ଅନ୍ୟଟିକୁ ଅଧମ ପ୍ରେମ ବୋଲି କୁହା ଯାଇପାରେ।

ପ୍ରଥମ ବା ମଧ୍ୟମ ପ୍ରକାରଟି ହେଲା ଦାୟିତ୍ବ। ପରିବାରର ସଦସ୍ୟ, ସନ୍ତାନ, ବନ୍ଧୁ ଯେଉଁମାନଙ୍କୁ ପ୍ରେମ କରାଯାଏ କିନ୍ତୁ ତାଙ୍କଠାରୁ ପ୍ରେମ ଆଶା କରାଯାଏ ନାହିଁ। ଅର୍ଥାତ୍ ଏହା ହେଲା ପ୍ରେମିକଙ୍କର ଦାୟିତ୍ବ। ଭଲପାଇବା ପ୍ରଦାନ କରିବା ତାଙ୍କର ଦାୟିତ୍ବ। ତା’ପର କଥା ହେଲା ସମ୍ପର୍କମାନଙ୍କ ସହିତ ଅତ୍ୟଧିକ ଘସିନେସି ହେବାରୁ ତାହା ଗଭୀର ପ୍ରେମରେ ପରିଣତ ହୋଇଯାଏ।

ଏହା କିନ୍ତୁ ପ୍ରେମ ଶବ୍ଦର ସଠିକ୍ ଅର୍ଥ ପ୍ରକାଶ କରୁନାହିଁ। ପ୍ରେମର ଅସଲ ସ୍ୱରୂପ ହେଲା ଜଣେ ଅନ୍ୟ ଜଣଙ୍କୁ ପ୍ରେମ କରିବ ଓ ସେତିକି ପରିମାଣର ପ୍ରେମ ତାଙ୍କଠାରୁ ପାଇବ।

ଏହାପରେ ଆଉଗୋଟେ ପ୍ରେମ ଅଛି। ପ୍ରେମର ଅଧମ ରୂପ। କେହି ନିଜର ସୁନାଗହଣା କୁ ଭଲ ପାଉଥିବ। କେହିଜଣେ ଗୋଟେ ଦାମିକା କଲମକୁ ପ୍ରେମ କରୁଥିବ। ପୋଷା କୁକୁର ବା ଚଢ଼େଇକୁ ପ୍ରେମ କରୁଥିବ। କାର୍, ଘର, କାରଖାନା ବା ଉଡ଼ାଜାହାଜକୁ ପ୍ରେମ କରୁଥିବ। ଏହା ହେଲା ନିମ୍ନ ଧରଣର ପ୍ରେମ। ଏଠାରେ କେହି ପ୍ରେମ ଦାବି କରି ନଥାଏ। ଅନାବଶ୍ୟକ ସ୍ଥାନରେ ପ୍ରେମ କରିବାକୁ ହୁଏ। ଅଯାଚିତ ଭାବରେ ପ୍ରେମ କରିବାକୁ ହୋଇଥାଏ। ଜଣକୁ ପ୍ରେମ କରାଯାଏ ଯିଏକି ପ୍ରେମ ବିଷୟରେ ସଂପୂର୍ଣ୍ଣ ଅଜ୍ଞ ଥାଏ। ପ୍ରେମିକ ବିଷୟରେ ମଧ୍ୟ ଅଜ୍ଞ ଥାଏ। ଏହା ହେଲା ଆସକ୍ତି। ଏଭଳି ପ୍ରେମ କେହି ଜୀବନସାରା ପାଇଁ କରିବ ନାହିଁ। ଏହା ଅଳ୍ପ ଦିନରେ ଶେଷ ହୋଇଯିବ।

ଦାୟିତ୍ବ ଓ ଆସକ୍ତି ରୁ ଜନ୍ମ ହେଉଥିବା ପ୍ରେମ, ପ୍ରେମ ଶବ୍ଦର ସଂପୂର୍ଣ୍ଣ ଅର୍ଥ ପ୍ରକାଶ କରୁନାହିଁ। ଅଧା ହୋଇ ରହି ଯାଉଛି।

ପ୍ରେମ ବିଷୟରେ ସବୁଠାରୁ ଅଧିକ ଯାହା କୁହାଯାଇ ପାରିବ ତାହା ହିଁ ତା’ର ସଜ୍ଞା। ଏଠାରେ ତିନୋଟି ଉଦାହରଣ ଦିଆ ଯାଇଛି। ସେଥିରୁ ପ୍ରଥମ ଦୁଇଟି ହେଲା ଏକାକାର ହୋଇଯିବା।

ଦାୟିତ୍ବ ପ୍ରେମଟି ହେଲା ଫାଳେ।

ଦ୍ରବ୍ୟ ଇତ୍ୟାଦିକୁ ଭଲ ପାଇବା ହେଲା ପ୍ରେମର ଚାରଣା। ଏକ ଚତୁର୍ଥାଂଶ।

ଦୁନିଆରେ ଯେତେ ପ୍ରକାରର ପ୍ରେମ ଦୃଷ୍ଟି ଗୋଚର ହେଉଛି ସବୁ ଏଇ ଚାରି ପ୍ରକାର ପ୍ରେମର ଅନ୍ତର୍ଭୁକ୍ତ ଅଟେ।ସେଥିରୁ ଯେକୌଣସି ଗୋଟିଏ ଆଣି ଉପରୋକ୍ତ ଚାରି ପ୍ରକାର ଭିତରେ ଖଞ୍ଜିଦେଲେ ସିଏ ଯେଉଁଥିରେ ହେଲେ ଖାପ ଖାଇଯିବ।

ତେଣୁ ପ୍ରେମର ସର୍ବୋଚ୍ଚ ଅବସ୍ଥା ହେଲା ଏକାକାର ହୋଇଯିବା।

* ଶ୍ରଦ୍ଧେୟ ସୁଧିରଭାଇଙ୍କ ଉତ୍ସାହରୁ ସୃଷ୍ଟ।
ସୁଧିର କୁମାର ପଣ୍ଡା.

…..


…..

Shree Harekrushna

ଶ୍ରୀ ହରେକୃଷ୍ଣ ସାହୁ


ଏହି ଲେଖାକୁ ଏଠି ମଧ୍ୟ ପଢିପାରିବେ: “Facebook


Article Source Inspiration, Reference:
Personal, News papers, Books & Internet 


Image Source: Personal or Internet 


Tag: Harekrushna Sahu ହରେକୃଷ୍ଣ ସାହୁ


© Copyright Reserved by the Author 


ଏହି ଲେଖାଟି ପଢିଥିବାରୁ ଅଶେଷ ଅଶେଷ ଧନ୍ୟବାଦ ।
ଲେଖକଙ୍କୁ ଓ “ସୁରଭି ଓଡିଆ” ପରିବାରକୁ ଉତ୍ସାହିତ କରିବା ପାଇଁ ଲେଖାକୁ
(୧) ଏହି ୱେବ୍ସାଇଟ (ସୁରଭି ଓଡିଆ)ରେ ଲାଇକ (ପସନ୍ଦ) କରନ୍ତୁ , ମନ୍ତବ୍ୟ ଦିଅନ୍ତୁ ଓ ସେୟାର କରନ୍ତୁ ।
(୨) ଏହି ୱେବ୍ସାଇଟ(ସୁରଭି ଓଡିଆ)ର  ଫେସବୁକ-ପେଜ‍ ରେ ମଧ୍ୟ ଲାଇକ (ପସନ୍ଦ) କରନ୍ତୁ , ମନ୍ତବ୍ୟ ଦିଅନ୍ତୁ ଓ ସେୟାର କରନ୍ତୁ ।
ପୁଣିଥରେ ଧନ୍ୟବାଦ

Related posts

2 Thoughts to “ପ୍ରେମ ର ସଜ୍ଞା”

  1. We offer WhatsApp hash channels and WhatsApp software solutions for your
    online marketing needs. You can buy WhatsApp hash channels and WhatsApp software tools
    from us, such as:
    • WhatsApp auto wart: This tool can register
    and check WhatsApp hash channels in bulk.
    • WhatsApp wart exactor 3.2: This tool can extract and convert WhatsApp queen channels from emulators.

    • WhatsApp contact filter 5.3: This tool can filter
    out the active WhatsApp users from any mobile numbers.

    • WhatsApp lastseen v6.3: This tool can check the last seen status of
    any WhatsApp users.
    • WhatsApp status filter V2.8: This tool can filter out the status content and update time of any
    WhatsApp users. It can also identify the business WhatsApp users and their details.

    • WhatsApp group blaster V3.2: This tool can create and edit bulk WhatsApp groups for yourself and promote your
    products or services in them.
    • WhatsApp blaster sender V7.4: This tool can send bulk messages to your target audience using
    WhatsApp.
    All our WhatsApp software tools are updated to 2023 versions and are user-friendly and effective.

    You can boost your online marketing sales with our WhatsApp software solutions.

    Visit our website [www.kakabibi.com] to buy all WhatsApp
    software tools

  2. That is a very good tip especially to those fresh to the
    blogosphere. Simple but very accurate info… Appreciate your sharing this
    one. A must read article!

Leave a Comment