ଯୁଗେ ଯୁଗେ ଲେଖକ/ କବି: ଶ୍ରୀ ବୈକୁଣ୍ଠନାଥ ଖଟୁଆ Shree Baikunthnath Khatua ….. ଯୁଗେ ଯୁଗେ ପ୍ରଭୁ ତୁମ୍ଭେ ଅବତରି ଭାରା ନିବାରଣ କଲ ଦିତିଙ୍କର ପୁତ୍ର ଦୈତ୍ୟ ବଂଶେ ଜାତ ହିରାଣାକ୍ଷକୁ ବଧିଲ ॥ ପିତା ତାହାଙ୍କର କଶ୍ୟପ ଋଷି ଯେ ଦିତିଙ୍କ ଗର୍ଭରେ ଦୈତ୍ୟ ପୂର୍ବ ଜନ୍ମେ ସ୍ଵର୍ଗେ ଦୁଇ ଦ୍ଵାରପାଳ ଜୟବିଜୟ ଏହା ସତ୍ୟ ॥ ମହାଲକ୍ଷ୍ମୀ ଥରେ ଦେଖା କରିବାକୁ ବିଷ୍ଣୁଙ୍କ ପାଖକୁ ଗଲେ ଅଭିଶାପ ଦେଲେ ମହାଲକ୍ଷ୍ମୀ ତାଙ୍କୁ ଜନ୍ମ ହୁଅ ଦୈତ୍ୟ କୂଳେ ॥ ବଡ ହିରଣ୍ୟକଶିପୁ ସାନ ହିରଣାକ୍ଷ ପରେ ଜନ୍ମ ମରୁତଗଣ ବେଦ ବିଦ୍ୟା ଦେଖି ଲୋଭେ ବଶବର୍ତ୍ତୀ ଚାହିଁଲ ନେବାକୁ ପୁଣ ॥ ହିରଣାକ୍ଷ ଦୈତ୍ୟ ଲୁଚାଇ ରଖିଲା ବେଦ ସମୁଦ୍ର ଭିତର ଚୋରାଇବା ନୁହେଁ ଅଶୁଦ୍ଧ ଅକ୍ଷର ଶୁଦ୍ଧାଶୁଦ୍ଧ ନ କଲା…
Category: ପର୍ବପର୍ବାଣୀ, ଯାନିଯାତ୍ରା
ପର୍ବପର୍ବାଣୀ, ଯାନିଯାତ୍ରା
ଶାରଦୀୟ ଶୁଭେଚ୍ଛା ଓ ଅଭିନନ୍ଦନ
Suravi Digital Magazine in Odia ଶାରଦୀୟ ଶୁଭେଚ୍ଛା ଓ ଅଭିନନ୍ଦନ ଜୟ ମା ଦୁର୍ଗା ସୁରଭି ପରିବାର ତରଫରୁ ପବିତ୍ର ଶାରଦୀୟ ଦୁର୍ଗା ପୂଜା ଦଶହରା ଉପଲକ୍ଷେ ଆପଣମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ । From Suravi Family Best Wishes & Congratulations On the Auspicious Occasion of Saradiya Durga Pooja … DEVI DURGA BHAJAN ODIA (SINGHA BAHINI SHAKTI PRADAINI) By Pradipta Ray (Youtube Channel) … Jay Maa Biraja l New Song by Asima Panda l Biraja Prasad l Punyatoya Production … P for Prafulla | Maa Go Mamatamayee Maata | Odia Song by Arpita | By Tarang Music ……
ଚଷା ଭାଇ (୧୦)
ଚଷା ଭାଇ (୧୦) ଲେଖକ: ଶ୍ରୀ ବୈକୁଣ୍ଠନାଥ ଖଟୁଆ Shree Baikunthnath Khatua ….. ମାଘମାସେ ହୁଏ ଅଗିପୋଡା ନଡାକୁଟା ପାଳ ହୁଅଇ ଲୋଡା ପିଲାମାନେ ମିଶି ମଗନ୍ତି ନଡା ଏକାଠି କରି ହୁଏ ଯୋଗଡା ଆଲୋ ସଜନୀଲୋ ଭାବନ୍ତି ମଡା ପୋଡା ॥ ପନିପରିବା ଯାହା ମିଳିଲା ଲୁଣଶୋରିଷ ଯେ ଯାହା ଦେଲା ବ୍ରାହ୍ମଣ ଡାକି କରନ୍ତି ପୂଜା ଖୁସିରେ ଏହା ଲାଗଇ ମଜା ଆଲୋ ସଜନୀଲୋ ପଡୁନି ତା’ର ଖୋଜା ॥ ଏହିଠାରୁ ଅଗ୍ନି ତେଜ ବଢି ଗାଁ ଗାଁ ରେ ହୁଏ ଘର ପୋଡି ଚଳଘର ଥିଲା, ଛପର ନାହିଁ ଅଗିପୋଡା ହୁଏ ସେଥି ପାଇଁ । ଆଲୋ ସଜନୀଲୋ ମନୁ ବିଶ୍ବାସ ନ ଯାଇ ॥ ଅଗ୍ନି ଦେବତା ରୋଗ ଶୋକ ନେଇଯିବ କି ଏହି ବିଶ୍ବାସ ଅଗ୍ନିଶାନ୍ତ ନୋହିବ ରୋଷ…
ମାଆ ତାରିଣୀ
ମାଆ ତାରିଣୀ ଲେଖକ: ଶ୍ରୀ ବୈକୁଣ୍ଠନାଥ ଖଟୁଆ Shree Baikunthnath Khatua ….. ମାଆ ତାରିଣୀ ତୁ ଜଙ୍ଗଲ-ରାଣୀ ତୋ ଆସ୍ଥାନ ଥିଲା ପୂଣ୍ୟ ବୈତରଣୀ ………ମା ତାରିଣୀ । ପୂଣ୍ୟ ବୈତରଣୀ ତୋ ଆଦ୍ୟ ରହଣି ପରେ ଆସିଲୁ ତୁ ଶାଳ ବଣି ……………..ମା ରାଜାଙ୍କ ଚାହାଣି ପଛକୁ ଜାଣି ଅଟକି ଗଲୁ ତୁ ହେଲୁ ବାୟାଣୀ ………. …. ମା ରହିଲୁ ସେଠି ବନବିହାରିଣୀ ଆଦିବାସୀଙ୍କ ବିପଦ ହାରିଣୀ ………………ମା ଗୋବିନ୍ଦ ଭଞ୍ଜ ଆଣିଲେ ପୁରୀରୁ ଭଣି ରାଜାଙ୍କ ପଛେ ନାହିଁ ଟିଣି ଟିଣି ……………ମା ନିଚଳ ପର୍ବତ ରାଶି ଗନ୍ଧ ଜାଣି ଘଟଗାଁ ଆସିଲୁ ଆସ୍ଥାନ ମଣି ……………ମା ପୀଠ ବାରିଗାଁ ଅଟେ ଦାନ୍ତୁଆଣି କହନ୍ତି ଲୋକେ ତୁ ବଣର ମଣି ………… ମା ଦେହୁରୀ ପୂଜନ୍ତି ତୋ ମନ ଜାଣି ଫିଙ୍ଗିଲୁ…
ଭାଗବତ ଜନ୍ମ
ଭାଗବତ ଜନ୍ମ ଲେଖକ: ଶ୍ରୀ ବୈକୁଣ୍ଠନାଥ ଖଟୁଆ Shree Baikunthnath Khatua ….. ଭାଗବତ ଜନ୍ମ ବିଷୟରେ କୁମାର କବି ଅରକ୍ଷିତ ପ୍ରଧାନ ଯାହା ତାଙ୍କ ବହି “ପୌରଣିକ ଜ୍ଞାନ ସମୁଦ୍ର”ରେ ପ୍ରକାଶ କରିଛନ୍ତି, ମୁଁ ତାକୁ ଏଠାରେ ପୁନଃ ଉପସ୍ଥାପନ କରୁଛି । ତାଙ୍କ ଜୀବନୀ ମୁଁ ପଢିଛି । ତାଙ୍କୁ ଯେତେବଳେ ୨ ମାସ ତାଙ୍କ ମା’ ମରିଗଲେ । ତାଙ୍କ ବାପା ପୁଣି ବିବାହ କଲେ । ସାବତ ମା’ର ତାଡ଼ନାରେ, କେତେ ନିଜ ମା’କୁ ଖୋଜିଛନ୍ତି, କେତେ କାନ୍ଦି ଛନ୍ତି, ମା ଚିଲିକାକୁ କେତେ ନିବେଦନ କରିଛନ୍ତି, ତାକୁ ସେ ତାଙ୍କ ଜୀବନୀରେ ଲେଖିଛନ୍ତି । ଏମିତି ଦିନେ ଦିନେ ସେ ଚିଲିକା କୂଳରେ ବସି ନିଜ ମା’କୁ ଅନେକ ଖୋଜିଛନ୍ତି । ମା’କୁ ଡାକିଛନ୍ତି । ସେଇ ଶ୍ମଶାନକୁ ଚାହିଁ…
ସନାତନ ରଥ (୨)
ସନାତନ ରଥ (୨) ଲେଖକ: ଶ୍ରୀ ବୈକୁଣ୍ଠନାଥ ଖଟୁଆ Shree Baikunthnath Khatua ….. ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ସ୍ନାୟୁଶଲ୍ୟଚିକିଶ୍ଚକଙ୍କ ଜନ୍ମ କଟକ ଜିଲ୍ଲା ନରସିଂହପୁର ବ୍ଲକ ଅତଣ୍ଡା ଗ୍ରାମରେ ୧୯ ସେପ୍ଟେମ୍ବର ୧୯୩୪ ଅନ୍ୟତ୍ର ୧୭ ସେପ୍ଟେମ୍ବର ୧୯୩୩ ମସିହାରେ । ତାଙ୍କ ଘରଲୋକ ସେପ୍ଟେମ୍ବର ୧୭ ଲେଖିଛନ୍ତି । ତାଙ୍କର ଦେହାନ୍ତ ୦୯ ଜୁନ ୨୦୨୦ରେ ହେଲା । ତାଙ୍କ ବାପାଙ୍କ ନାମ Some ପ୍ରହରାଜ । ସନାତନ ରଥଙ୍କ ଶ୍ଵଶୁର ବ୍ରହ୍ମପୁର ଇଞ୍ଜିନିଅରିଙ୍ଗ ସ୍କୁଲର ପ୍ରିନିସପାଲ ଉଦଯନାଥ ମିଶ୍ର । ରଥଙ୍କ ବାପଙ୍କର ସେତେବେଳେ ବେପାରବଣିଜ ଥିଲା । ଡାଙ୍ଗରେ ବେପାରବଣିଜ ଚାଲିଥିଲା । ସେତେବେଳେ ମାଲ ପରିବହନ ପାଇଁ ଡଙ୍ଗା ଏକ ମାତ୍ର ଭରସା ଥିଲା । ସ୍ଥଳ ପଥରେ ଶଗଡ ଓ ଥୋଡିଆ ବଳଦଦ୍ଵାରା ପରିବହନ ହେଉଥିଲା । ସେତେବେଳେ…
ରାଧାଷ୍ଟମୀ
ରାଧାଷ୍ଟମୀ ଲେଖକ: ଶ୍ରୀ ବୈକୁଣ୍ଠନାଥ ଖଟୁଆ Shree Baikunthnath Khatua ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ କୃଷ୍ଣଙ୍କର ଜନ୍ମ ଆଉ ସେହି ଭାଦ୍ରବ ଶୁକ୍ଲ ଅଷ୍ଟମୀ ତିଥିରେ ରାଧାଙ୍କର ଜନ୍ମ । କୁହାଯାଏ ପୂର୍ବଜନ୍ମରେ ଚନ୍ଦ୍ରସେଣା ହନୁମାନ ଥିଲେ, କୃଷ୍ଣ ଥିଲେ ରାମ ଓ ରାଧା ସୀରଧ୍ଵଜ ଜନକଙ୍କ କନ୍ୟା ସୀତା ଥିଲେ । ଜନକ ଏକ ସାଙ୍ଗିଆ ନାମ ନୁହେଁ । ଶ୍ରୀକୃଷ୍ଣ ଯେମିତି ଜଣେ ରାଜପୁତ୍ର, ଶ୍ରୀରାଧା ସେମିତି ଜଣେ ରାଜାର ଝିଅ । ବୈଷ୍ଣବମାନଙ୍କ ମତରେ ରାଧାର ଅର୍ଥ ଆରାଧୟତି ଇତି ରାଧା । ଅର୍ଥାତ୍ ଶ୍ରୀକୃଷ୍ଣଙ୍କ ଆରାଧନାର ପ୍ରକୃଷ୍ଟ ସାଧନ ହେଉଛି ରାଧାଭାବ । ଏହା ହେଉଛି ଭଗବାନଙ୍କ ଆଡକୁ ଧାବମାନ ହେବା । ଏହା ହେଉଛି କାନ୍ତ ପ୍ରେମଠାରୁ ଅଧିକ ଭାବମୟ । ରାଧାଙ୍କର ବାପା ଗୋପର ଗୋପାଳ-ରାଜା…
ବଣଭୋଜି ବେଶ, କୋଳିବିକା ବେଶ , ବକାସୁର ବଧ ଓ ଅଘାସୁର ବଧ
ବଣଭୋଜି ବେଶ, କୋଳିବିକା ବେଶ , ବକାସୁର ବଧ ଓ ଅଘାସୁର ବଧ ଲେଖକ: ଶ୍ରୀ ବୈକୁଣ୍ଠନାଥ ଖଟୁଆ Shree Baikunthnath Khatua ଏହି ତିଥିରେ ଭଗବାନ ଚାରୋଟି ବେଶରେ ସଜ୍ଜିତ ହୁଅନ୍ତି । ବଣଭୋଜି ବେଶ ଅତ୍ୟନ୍ତ ଚିତକର୍ଷକ । ମଧ୍ୟାହ୍ନ ଧୂପ ବେଶରେ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ଅଧିକ ଖଣ୍ଡିଏ ଲେଖାଏଁ ମାଳା ଦିଆଯାଇଥାଏ, ଯାହା ଆଜ୍ଞାମାଳା ଭାବେ ପରିତିତ ହୁଏ । ମଧ୍ୟାହ୍ନ ସାରିଲା ପରେ, ରାମ,କୃଷ୍ଣ ଦୁଇ ଚଳନ୍ତି ପ୍ରତିମା ଭିତର ସିଂହାସନଙ୍କୁ ବିଜେ କରନ୍ତି । ଏହା ପରେ ଜନୈକ ପୂଜାପଣ୍ଡା ଶ୍ରୀବଳଭଦ୍ରଙ୍କ ବାଡରୁ ରାମଙ୍କୁ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡରୁ କୃଷ୍ଣଙ୍କୁ ଆଜ୍ଞାମାଳ ଦେବାପରେ ଦୁଇ ପ୍ରତିମା ସେଠାରୁ ବଟଦ୍ଵାରଠାରେ ଥିବା ପାଲିଙ୍କିକୁ ବିଜେ ହୋଇଥାନ୍ତି । ବିମାନବଡୁ ବିମାନକୁ ସିଂହଦ୍ଵାର ଦେଇ ବଡଛତା ମଠ ପାର୍ଶ୍ଵରେ…
ନୂଆଖାଇ (୨)
ନୂଆଖାଇ (୨) ଲେଖକ: ଶ୍ରୀ ବୈକୁଣ୍ଠନାଥ ଖଟୁଆ Shree Baikunthnath Khatua ଜଳ ହେଉଛି ଜୀବନ । ଏହି ଜଳରୁ ଖାଦ୍ୟ ପଦାର୍ଥ ସୃଷ୍ଟି । ତେଣୁ ଖାଦ୍ୟପଦାର୍ଥ ହେଉଛି ଜୀବନ । ମଣିଷର ତିନୋଟି ଜିନିଷ ନିହାତି ଆବଶ୍ୟକ । ଖାଦ୍ୟ ବସ୍ତ୍ର ଓ ବାସସ୍ଥାନ । ବର୍ଷା ଯେତେବେଳେ ହୁଏ, ଅନ୍ନ ସେତେବଳେ ସୃଷ୍ଟି ହୁଏ । ବର୍ଷା ବିଭିନ୍ନ ଦେଶରେ/ଅଞ୍ଚଳରେ ବିଭିନ୍ନ ସମୟରେ ହୁଏ । ଆମ ଭାରତରେ ମୌସୁମୀ ଦ୍ଵାରା ବୃଷ୍ଟିପାତ ହୁଏ । ଶସ୍ୟ ଏହି ସମୟରେ ଉତ୍ପର୍ଣ୍ଣ ହୁଏ । ଗୀତାରେ କୁହା ଯାଇଛି । ଅନ୍ନାଦ୍ ଭବନ୍ତି ଭୂତାନି, ପର୍ଜ୍ଜନ୍ୟାଦନ୍ନସମ୍ଭବଃ । ଯଜ୍ଞାଦ୍ ଭବତି ପର୍ଜ୍ୟନ୍ୟୋ ଯଜ୍ଞଃ କର୍ମସମୁଦ୍ ଭବଂ ଗୀତା ୩/୧୪ ଏହି ନୂଆଖାଇ ପର୍ବ ବିଭିନ୍ନ ଅଞ୍ଚଳରେ ବିଭିନ୍ନ ସମୟରେ ପାଳନ କରଯାଏ । ଏହି…
କାଳିୟଦଳନ ବେଶ (୨)
କାଳିୟଦଳନ ବେଶ (୨) ଲେଖକ: ଶ୍ରୀ ବୈକୁଣ୍ଠନାଥ ଖଟୁଆ Shree Baikunthnath Khatua ଭାଦ୍ରବ ମାସ କୃଷ୍ଣ ଏକାଦଶୀ ଦିନ ଭଗବାନ୍ କଳିୟଦଳନ ବେଶ ହୁଅନ୍ତି । ଦ୍ଵାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ କାଳିନ୍ଦୀ ହ୍ରଦରେ କାଳିୟ ନାଗକୁ ଦଳନ କରିଥିଲେ । ସେହି ସ୍ମୃତିରେ ଶ୍ରୀମନ୍ଦିରରେ କାଳିୟଦଳନ ବେଶ ପାଳନ କରାଯାଏ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସମୟରେ ତିନିଖଣ୍ଡ ଆଜ୍ଞାମାଳ ଲାଗି ହୁଅନ୍ତି । ଧୂପ ସାରି ଭିତରେ ପାଣି ପଡେ ଓ ଦକ୍ଷିଣଘର ଭୋଗ ସରିଲେ ମଦନମୋହନ, ରାମ ଓ କୃଷ୍ଣ ତିନି ଚଳନ୍ତିପ୍ରତିମା ଭିତର ରତ୍ନସିଂହାସନଙ୍କୁ ବିଜେ କରନ୍ତି । ଆଗରୁ ଦିଆଯାଇଥିବା ଆଜ୍ଞାମାଳକୁ ପୂଜାପଣ୍ଡା ଉକ୍ତ ଆଜ୍ଞାମାଳ ଦେବାପରେ ସେଠାରୁ ବଟବୃକ୍ଷ ସମୀପରେ ରଖାଯାଇଥିବା ପାଲିଙ୍କିକୁ ବିଜେ କରିଥାନ୍ତି । ସେଠାରେ ଅପେକ୍ଷା କରିଥିବା ସେବକମାନେ ପାଲିଙ୍କିକୁ ସ୍କନ୍ଧରେ ବହନ…