ବୋଉ

bou

ବୋଉ

ଲେଖକ: ହରେକୃଷ୍ଣ ସାହୁ

ଓଡିଶା ର ନିଜସ୍ୱ ଓ ମଧୁର ଶବ୍ଦ ହେଲା ବୋଉ।
ଶାଶୁ ଶ୍ୱଶୁର ପୁତ୍ରବଧୂ କୁ ବୋହୁ ବୋଲି ସମ୍ବୋଧନ କରନ୍ତି।ଦେଢଶୁର ଓ ବଡଯାଆ ତାକୁ ବୋହୁ ଡାକନ୍ତି। ନଣନ୍ଦ ଦିଅର ମାନେ ନୂଆବୋହୂ ଡାକନ୍ତି।

ନବବଧୂଟି ସନ୍ତାନଟିଏକୁ ଜନ୍ମଦିଏ। ସେହି ଶିଶୁଟି ପରିବାର ର ଏହି ଲୋକମାନଙ୍କ କୋଳରେ ବଢେ। ବୁଢାବାପା, ବୁଢିମା, ବଡବାପା, ବଡମା, ଦାଦା,  ପିଉସୀନାନୀ ଇତ୍ୟାଦିଙ୍କ ମୁହଁରୁ ସବୁବେଳେ ଗୋଟିଏ ଶବ୍ଦଶୁଣେ।ବୋହୁ । ତେଣୁ ଶିଶୁଟି ମଧ୍ୟ ସେମାନଙ୍କ ସହିତ ସାମିଲ ହୋଇ ‘ବୋହୁ’ ଡାକିବାକୁ ଚେଷ୍ଟା କରେ।  କିନ୍ତୁ ‘ବୋହୁ’ଶବ୍ଦର ‘ହୁ’ଅକ୍ଷରଟି ଉଚ୍ଚାରଣ କରିପାରେ ନାହିଁ।  ତାର କୋମଳ କଣ୍ଠରେ ‘ହୁ’ଅକ୍ଷରଟି ‘ଉ’ହୋଇଯାଏ।   ବୋହୁ , ଶିଶୁ କଣ୍ଠରେ ହୋଇଯାଏ ବୋଉ।

ଦୁଇଟି ଅକ୍ଷର ର ଅନ୍ତରଙ୍ଗ ଶବ୍ଦଟିଏ ବୋଉ। ଯାହାକୁ ଆଜିବି ଆମ ଭାଷାର ଅନେକ ବୟସ୍କ ଲୋକ ଆଦରରେ ବ୍ୟବହାର କରୁଛନ୍ତି। ଦରୋଟି କଥା କହୁଥିବା ଗୋଟେ ଶିଶୁ ଦ୍ୱାରା ଆବିଷ୍କାର କରା ଯାଇଥିବା ଶବ୍ଦ ହେଲା ବୋଉ । ମା’ର ପ୍ରତିଶବ୍ଦ ହିସାବରେ ବ୍ୟବହାର କରାଯାଉଥିବା ଏହି ଶବ୍ଦଟି ଆଜିବି ଓଡିଆ ଭାଷାରେ ବ୍ୟାପିରହିଥିବାର ଅନୁଭୂତ ହୁଏ ।

ମା’ କେବଳ ସେଇ ମାନଙ୍କର। ଯେଉଁ ମାନଙ୍କୁ ସେ ଜନ୍ମ ଦେଇଥାଏ ।

କିନ୍ତୁ ବୋଉ ସମସ୍ତଙ୍କର । ଏଇ ବୋଉ ବା ବୋହୁ ଶବ୍ଦଟିକୁ ପରିବାରର ସମସ୍ତେ ବ୍ୟବହାର କରନ୍ତି । ଜେଜେ ରୁ ନାତି ନାତୁଣୀ ପର୍ଯ୍ୟନ୍ତ ସମସ୍ତେ । ଯେମିତି ଘରର ଠାକୁରାଣୀ । ଆପଣଙ୍କ ଠାକୁର ସ୍ଥାନରେ ମା’ମଙ୍ଗଳା ପୂଜା ପାଉଛନ୍ତି । ଆପଣଙ୍କ ଘରେ ଜେଜେରୁ ନାତି ପର୍ଯ୍ୟନ୍ତ ତାଙ୍କୁ ମା’ମଙ୍ଗଳା ବୋଲି ଡାକନ୍ତି । ସେମିତି ବୋହୁଟି ଗୋଟିଏ ପରିବାରରେ ଥିବା ସମସ୍ତ ସଦସ୍ୟଙ୍କର ବୋହୁ ବା ବୋଉ । ମାନେ ବୋଉ ବା ବୋହୁଟି ଆମପାଇଁ ଜଣେ ଗୃହଦେବୀ ।


  • ଲେଖା (ଲେଖକ/ଅନୁବାଦକ/ସମାଲୋଚକ/ଉପସ୍ଥାପକ/ସଂଗ୍ରାହକ): ହରେକୃଷ୍ଣ ସାହୁ
  • ପ୍ରଥମ ପ୍ରକାଶନ: Digital Media (Suravi Odia), Print Media ( )
  • ଅନ୍ୟାନ୍ୟ ପ୍ରକାଶନ ବିବରଣୀ:
  • ଅନ୍ୟ ୱେବସାଇଟ ଲିଙ୍କ:  Suravi Odia
  • © Copyright reserved by Writer (Harekrushna Sahu) & Publisher (Suravi Odia)
  • © All rights reserved by Suravi.in.net

 

Related posts

Leave a Comment