ଶ୍ରୁତି ମହାପାତ୍ର

ଶ୍ରୁତି ମହାପାତ୍ର

ଶ୍ରୁତି ମହାପାତ୍ର ଲେଖକ/ କବି: ଶ୍ରୀ ବୈକୁଣ୍ଠନାଥ ଖଟୁଆ Shree Baikunthnath Khatua ….. ଘଟଣାଟି ଠିକ ନାଟକ ଭଳି । ସମ୍ପଦ ଆଉ ବିପଦ ଦୁଇ ଭାଇ । ଏକ ସାଥିରେ ଆସନ୍ତି । ହାତ ଧରାଧରି ହୋଇ, ଗୋଟିଏ ଗୋଟିଏ ପାହୁଣ୍ଡ ଆଗ ପଛ ହୋଇ ଆସନ୍ତି । ୧୪ ଏପ୍ରିଲ ୧୯୮୭ ମସିହା । ଝିଅର ବାହାଘର ହେବ । ନୂଆ କାର କିଣାହେଲା । କାର ତ ପୁଣି ପୂଜା ହେବ । ଗାଡି ପୂଜା କରିବାକୁ ମା’ ମଙ୍ଗଳାଙ୍କ ପାଖକୁ ଯିବାକୁ ହେବ । ପୂଜା ସାରିଲା । ଭୁବନେଶ୍ବରରେ ପହଞ୍ଚିବାକୁ ମାତ୍ର ଅଳ୍ପ ବାଟ ଅଛି, ଗାଡି ଆକ୍ସିଡେଣ୍ଟ ହେଲା । ଯାହାର ବାହାଘର ହେବାର ଥିଲା, ଯିଏ IAS ପ୍ରିଲିମିନାରି ଫାଇନାଲ ଓ ସାକ୍ଷାତ୍କାର ସରି ଥିଲା,…

Read More

ଆର୍ତ୍ତବଲ୍ଲଭ ମହାନ୍ତି

ଅନଙ୍ଗଭୀମ ଦେବ (ତୃତୀୟ)

ଆର୍ତ୍ତବଲ୍ଲଭ ମହାନ୍ତି ଲେଖକ/ କବି: ଶ୍ରୀ ବୈକୁଣ୍ଠନାଥ ଖଟୁଆ Shree Baikunthnath Khatua ….. କନିକା ରାଜା ଅପୁତ୍ରକ ଥାଇ ମୃତ୍ୟୁବରଣ କଲେ । କୌଳିକ ପ୍ରଥାନୁସାରେ ତାଙ୍କ ବଂଶର କେହି ଜଣେ ରାଜଗାଦିରେ ନ ବସିଲେ ଶବସତ୍କାର ହେବ ନାହିଁ । ଗୋଟିଏ ପଟେ ରାଜ୍ୟାଭିଷେକ ହେଲେ, ଅନ୍ୟ ପଟେ ଶବସତ୍କାର ହୁଏ । ରାଜମାତା ବଡ ଦ୍ଵନ୍ଦରେ ପଡିଲେ । ସେ ଆଳି ରାଜବଂଶ କନ୍ୟା । ବାନାମ୍ବର ମହାନ୍ତି ରାଜାଙ୍କର ଗୁମାସ୍ତା ଥିଲେ । ରାଜମାତା ତାଙ୍କ ଗନ୍ତାଘର ଚାବି ବାନାମ୍ବର ମହାନ୍ତିଙ୍କ ହାତରେ ଦେଇ କହିଲେ – “ ଗନ୍ତଘରୁ ପ୍ରୟୋଜନ ଅନୁସାରେ ଅର୍ଥନେଇ ରାତାରାତି ଆଳି ଯାଅ ଓ ଭାଇକୁ କହି ତାଙ୍କ ପୁଅଙ୍କୁ ଆଣି ରାଜଗାଦିରେ ବସାଅ । ତ’ହେଲେ ଆମ ରାଜତ୍ଵ ରହିବ ।“ ବାନାମ୍ବର ଥିଲେ…

Read More

ଅନଙ୍ଗଭୀମ ଦେବ (ତୃତୀୟ)

ଅନଙ୍ଗଭୀମ ଦେବ (ତୃତୀୟ)

ଅନଙ୍ଗଭୀମ ଦେବ (ତୃତୀୟ) ଲେଖକ/ କବି: ଶ୍ରୀ ବୈକୁଣ୍ଠନାଥ ଖଟୁଆ Shree Baikunthnath Khatua ….. ପ୍ରାଚୀନ ଉତ୍କଳ ଏହି ବିଶାଳ ସାମ୍ରାଜ୍ୟ ଅଗଙ୍ଗା ଗୋଦାବରୀ ଯେ କରୁଥିଲେ ରାଜ ॥ ଚୁଡ଼ଙ୍ଗ-ବଂଶଧର ଧରିଲେ ଛତ୍ର-ଦଣ୍ଡ କେ’କିଛି ନ କଲେ ହେଲେ ଅକାଳ କୁଷ୍ମାଣ୍ଡ ॥ ଚୋଡଗଙ୍ଗ ଦେବ ଭାଇ ପରମାର୍ଦ୍ଦି ଦେବ ତାଙ୍କ ବଂଶାଳୀ ଅଟନ୍ତି ଅନଙ୍ଗ ନରେନ୍ଦ୍ର ॥ ରାଜରାଜ ମଙ୍କୁଣ ପୁତ୍ର ଅଟନ୍ତି ଅନଙ୍ଗ ମାତା ଚାଲୁକ୍ୟବଂଶୀ ପିତା ଅଟେ ଗଙ୍ଗ ॥ ଯୋଦ୍ଧା ପଣେ ଇନ୍ଦ୍ରସମ ନ ଛୁଅନ୍ତି ଅଙ୍ଗ ସମର ପ୍ରାଙ୍ଗଣେ ଯଥା ଉଡ଼ନ୍ତି ବିହଙ୍ଗ ॥ ଉତ୍ତରରେ ମୁସଲମାନ ପଶ୍ଚିମେ ଡାହାଳ ସୁଯୋଗ ଉଣ୍ଡି ଓଡିଶାରେ କରନ୍ତି ଗୋଳ ॥ ବକ୍ତିଆର ଖିଲିଜି ଭୟେ ଲକ୍ଷ୍ମଣ ସେନ ଲୁଚି ପଳାଇ ଆସିଲେ ନ କରି ଦମନ ॥ ତାହାଙ୍କୁ…

Read More

ସାବରମତୀ ଆଶ୍ରମ

ସାବରମତୀ ଆଶ୍ରମ

ସାବରମତୀ ଆଶ୍ରମ ଲେଖକ: ଶ୍ରୀ ବୈକୁଣ୍ଠନାଥ ଖଟୁଆ Shree Baikunthnath Khatua ….. କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ସାବରମତୀ ଆଶ୍ରମକୁ ଭାଙ୍ଗି ଏକ ପର୍ଯ୍ୟଟନ କେନ୍ଦ୍ରସ୍ଥଳୀ ସ୍ଥାପନ କରିବେ । ସାବରମତୀ ଆଶ୍ରମର ଆୟତନ ୧୫୦ ଏକର ଅନ୍ୟତ୍ର ୩୬ ଏକର । ମହାତ୍ମା ଗାନ୍ଧୀ ଏହାକୁ ୧୯୧୭ ମସିହାରେ ତିଆରି କରିଥିଲେ । ସାବରମତୀ ଆଶ୍ରମର ଘଟଣାବଳୀ ତଳେ ଦିଆଗଲା । ୧୯୩୩ ମସିହାରେ ମହାତ୍ମା ଗାନ୍ଧୀ ଇଂରେଜ ସରକାରଙ୍କୁ କହୁଥିଲେ ଏହି ଆଶ୍ରମକୁ ନେଇଯାଅ, କିନ୍ତୁ ଇଂରେଜ ସରକାର ନେଲେ ନାହିଁ; ଏବେ ସରକାର ଏହାକୁ ନେବେ । ମହାତ୍ମା ଗାନ୍ଧୀ ସ୍ଥିର କଲେ ଦକ୍ଷିଣ ଆଫ୍ରିକାରୁ ସବୁଦିନ ପାଇଁ ପରିତ୍ୟାଗ କରିଚାଲିଯିବାକୁ ପଡିବ । ସେ ଦିନ ଆସିଲା ୧୯୧୪ ମସିହା ଜୁଲାଇ ୧୮ ତାରିଖ । ସେ ଜାହାଜ ଆର.ଏମ.ଏସ.…

Read More

ବୁଦ୍ଧ

Suravi Digital Magazine in Odia

ବୁଦ୍ଧ ଲେଖକ: ଶ୍ରୀ ବୈକୁଣ୍ଠନାଥ ଖଟୁଆ Shree Baikunthnath Khatua ….. ହେ ବୁଦ୍ଧ ତୁମ୍ଭେ ଅଟ ବିଶାଳ ବୁଦ୍ଧ ତୁମ୍ଭ ସମ କେହି ନ ଥିଲେ ସତ୍ୟସନ୍ଧ ଧନ-ଦାରା-ସୁତ ତେଜ୍ୟା କରିଲ ଅସାଧ୍ୟସାଧାନେ ବୁଡି ରହିଲ ॥ ଧର୍ମ ପର୍ବର୍ତ୍ତନ କଲ ଏହି ଦେଶେ ବ୍ୟାପିଗଲା ଏହା ପୂର୍ବ ଦେଶେ ଦେଶେ ବୈଷ୍ଣବ ଧର୍ମକୁ କଲ ପ୍ରତିହତ ନିଜ ପଥ ନିଜେ କଲ ସୁବିଦିତ ॥ ତୁମ୍ଭ ଧର୍ମେ ହେଲା ଘୋର ବ୍ୟଭିଚାର ନ ପାଇଲା କେବେ ଏହାର ଆଦର ଯେତେ ଚେଷ୍ଟା କଲେ ଶ୍ରମଣସରାକ ବିପରୀତ ହେଲା ସେମାନଙ୍କ ବାକ୍ୟ ॥ ଶ୍ରମଣମାରଣ କଲେ ଯଯାତି ରାଜନ ଦଶହଜାର ବ୍ରାହ୍ମଣେ ଯଜ୍ଞ ସମାପନ ପ୍ରତାପଋଦ୍ର ଦେବ ପରୀକ୍ଷା କରିଣ କହିଲେ – “ଠେକିରେ ଅଛି କହ କ’ଣ ?” ॥ ବ୍ରାହ୍ମଣ କହିଲେ ଭସ୍ମ,…

Read More

ମୁକୁନ୍ଦଦେବ (ମୁକୁନ୍ଦ ହରିଚନ୍ଦନ)

Suravi Digital Magazine in Odia

ମୁକୁନ୍ଦଦେବ (ମୁକୁନ୍ଦ ହରିଚନ୍ଦନ) ଲେଖକ: ଶ୍ରୀ ବୈକୁଣ୍ଠନାଥ ଖଟୁଆ Shree Baikunthnath Khatua ….. ଗୌରବ-ଗାରିମା-ମୟ ଏ ଯେ ଉତ୍କଳ ରାଜ୍ୟ ପରାଧୀନ ନୁହେଁ ଦେଖାଇ ନିଜ ତେଜବୀର୍ଯ୍ୟ । ଥିଲେ ମୁକୁନ୍ଦଦେବ ଶେଷ ସ୍ଵାଧୀନ ରାଜା କେତେବେଳେ ମୁକୁନ୍ଦ ପଡୁଥିଲେ ଖୋଜା | ଚାଲୁକ୍ୟ ବଂଶୀୟ ବେଙ୍ଗିର ଅଟନ୍ତି ରାଜା ହେଲେ ସୂର୍ଯ୍ୟବଂଶୀ ସେନାପତି ପଦେ ଖଞ୍ଜା । ଘୋର ଦୁର୍ଦ୍ଦିନରେ ରହି ଦେଶ ରକ୍ଷା କଲେ ଚକ୍ରପ୍ରତାପ ନରସିଂହ@ ଅଯୋଗ୍ୟ ହେଲେ । ମୁକୁନ୍ଦଙ୍କ-ମା’ ନିତ୍ୟ ଗଙ୍ଗାରେ କରନ୍ତି ସ୍ନାନ ପୁଅକୁ କହିଲେ – “ଗଙ୍ଗାକୁ ମୋ ପାଖୁ ଆଣ ।“ ପଣ କରିଥିଲ ତୁମେ, ଆଣିବ ଯେ ଗଙ୍ଗା ମା’ କଥାରେ ତୁମେ କଲ ଅଟଳ ପ୍ରତିଜ୍ଞ । ଉତ୍କଳ-ଦୁର୍ଦ୍ଦିନରେ ବଙ୍ଗଳା-ଜଲାଲ ଶାହା ମୟୂରଭଞ୍ଜ-କେନ୍ଦୁଝର ବାଟେ ଧରି ରାହା । ସେତେବଳେ ମୁକୁନ୍ଦ…

Read More

ବ୍ରଜମୋହନ ମହାନ୍ତି

Suravi Digital Magazine in Odia

ବ୍ରଜମୋହନ ମହାନ୍ତି ଲେଖକ: ଶ୍ରୀ ବୈକୁଣ୍ଠନାଥ ଖଟୁଆ Shree Baikunthnath Khatua ….. ବିଶିଷ୍ଟ ନାଟ୍ୟକାର ବ୍ରଜମୋହନ ମହାନ୍ତିଙ୍କ ଜନ୍ମ ୦୨ ଫେବୃଆରି ୧୯୩୯ । ତାଙ୍କର ଜନ୍ମ ଯାଜପୁର ଜିଲ୍ଲା ଗୋପାଳପୁରରେ । ଓଡିଆରେ ଏମଏ ପାସ କରି ୧୯୬୩ ମସିହା ରେ ଆକାଶ ବାଣୀ କେନ୍ଦ୍ରରେ ପ୍ରୋଗ୍ରାମ ଏକ୍ସିକ୍ୟୁଟିଭ ଥିଲେ । ସେ କଟକର ସଦାଶିବ ରୋଡ, କଳିଙ୍ଗ ଲେନରେ ରହୁଥିଲେ । ସେ ଗଳ୍ପ ନାଟକ ଓ ଉପନ୍ୟାସ ବିଭାଗରେ ପ୍ରସିଦ୍ଧି ଲାଭ କରିଛନ୍ତି । ସେତେବଳେ ତାଙ୍କର ଗୋଟିଏ ପ୍ରୋଗ୍ରାମ ‘ଆଜିର ଅନୁଚିନ୍ତା’ ଧାରାବାହିକ ଭାବରେ ପ୍ରସାରିତ ହେଉଥିଲା । ସେ ସୁନ୍ଦର ଭାବରେ ଉପସ୍ଥାପନ କରୁଥିଲେ । ତାଙ୍କର ପାଖାପାଖି ୮୫ଟି ପୁସ୍ତକ ପ୍ରକାଶ ପାଇକଛି । ସେ ସାହିତ୍ୟର ବିଭିନ୍ନ ବିଭାଗରେ ହାତ ଦେଇଛନ୍ତି । ସବୁଠୁ ବଡ…

Read More

ଭାଗବତ ଜନ୍ମ

Suravi Digital Magazine in Odia

ଭାଗବତ ଜନ୍ମ ଲେଖକ: ଶ୍ରୀ ବୈକୁଣ୍ଠନାଥ ଖଟୁଆ Shree Baikunthnath Khatua ….. ଭାଗବତ ଜନ୍ମ ବିଷୟରେ କୁମାର କବି ଅରକ୍ଷିତ ପ୍ରଧାନ ଯାହା ତାଙ୍କ ବହି “ପୌରଣିକ ଜ୍ଞାନ ସମୁଦ୍ର”ରେ ପ୍ରକାଶ କରିଛନ୍ତି, ମୁଁ ତାକୁ ଏଠାରେ ପୁନଃ ଉପସ୍ଥାପନ କରୁଛି । ତାଙ୍କ ଜୀବନୀ ମୁଁ ପଢିଛି । ତାଙ୍କୁ ଯେତେବଳେ ୨ ମାସ ତାଙ୍କ ମା’ ମରିଗଲେ । ତାଙ୍କ ବାପା ପୁଣି ବିବାହ କଲେ । ସାବତ ମା’ର ତାଡ଼ନାରେ, କେତେ ନିଜ ମା’କୁ ଖୋଜିଛନ୍ତି, କେତେ କାନ୍ଦି ଛନ୍ତି, ମା ଚିଲିକାକୁ କେତେ ନିବେଦନ କରିଛନ୍ତି, ତାକୁ ସେ ତାଙ୍କ ଜୀବନୀରେ ଲେଖିଛନ୍ତି । ଏମିତି ଦିନେ ଦିନେ ସେ ଚିଲିକା କୂଳରେ ବସି ନିଜ ମା’କୁ ଅନେକ ଖୋଜିଛନ୍ତି । ମା’କୁ ଡାକିଛନ୍ତି । ସେଇ ଶ୍ମଶାନକୁ ଚାହିଁ…

Read More

ସନାତନ ରଥ (୨)

ସନାତନ ରଥ (୨)

ସନାତନ ରଥ (୨) ଲେଖକ: ଶ୍ରୀ ବୈକୁଣ୍ଠନାଥ ଖଟୁଆ Shree Baikunthnath Khatua ….. ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ସ୍ନାୟୁଶଲ୍ୟଚିକିଶ୍ଚକଙ୍କ ଜନ୍ମ କଟକ ଜିଲ୍ଲା ନରସିଂହପୁର ବ୍ଲକ ଅତଣ୍ଡା ଗ୍ରାମରେ ୧୯ ସେପ୍ଟେମ୍ବର ୧୯୩୪ ଅନ୍ୟତ୍ର ୧୭ ସେପ୍ଟେମ୍ବର ୧୯୩୩ ମସିହାରେ । ତାଙ୍କ ଘରଲୋକ ସେପ୍ଟେମ୍ବର ୧୭ ଲେଖିଛନ୍ତି । ତାଙ୍କର ଦେହାନ୍ତ ୦୯ ଜୁନ ୨୦୨୦ରେ ହେଲା । ତାଙ୍କ ବାପାଙ୍କ ନାମ Some ପ୍ରହରାଜ । ସନାତନ ରଥଙ୍କ ଶ୍ଵଶୁର ବ୍ରହ୍ମପୁର ଇଞ୍ଜିନିଅରିଙ୍ଗ ସ୍କୁଲର ପ୍ରିନିସପାଲ ଉଦଯନାଥ ମିଶ୍ର । ରଥଙ୍କ ବାପଙ୍କର ସେତେବେଳେ ବେପାରବଣିଜ ଥିଲା । ଡାଙ୍ଗରେ ବେପାରବଣିଜ ଚାଲିଥିଲା । ସେତେବେଳେ ମାଲ ପରିବହନ ପାଇଁ ଡଙ୍ଗା ଏକ ମାତ୍ର ଭରସା ଥିଲା । ସ୍ଥଳ ପଥରେ ଶଗଡ ଓ ଥୋଡିଆ ବଳଦଦ୍ଵାରା ପରିବହନ ହେଉଥିଲା । ସେତେବେଳେ…

Read More

କୁଞ୍ଜବିହାରୀ ତ୍ରିପାଠୀ

Kunjabihari Tripathy

କୁଞ୍ଜବିହାରୀ ତ୍ରିପାଠୀ ଲେଖକ: ଶ୍ରୀ ବୈକୁଣ୍ଠନାଥ ଖଟୁଆ Shree Baikunthnath Khatua ସଂସ୍କୃତ ଭାଷା ଆଜି ପାଲା ଆଉ ବହି ଭିତରେ ରହିଛି । ସେ ଭାଷାକୁ କେହି ପଚାରୁ ନାହାନ୍ତି । ସଂସ୍କୃତ ଭାଷା ଏହି ଭାରତ ଭୂଇଁରେ ଦୀର୍ଘ ୩୨୦୦ ବର୍ଷ ଧରି ରାଜୁତି କରି ଆସିଥିଲା । ଲେଖାଲେଖି ହିସାବକିତାବ ପୋଥିପୁରାଣ କାବ୍ୟକବିତା ଓ ଦସ୍ତାବିଜ ସବୁ ସେଇ ସଂସ୍କୃତରେ ଚାଲିଥିଲା । ଆଜି ଏହା ଅପାଂକ୍ତେୟ । ଭାଷା ନୁଖୁରା ହୋଇ ପଡି ରହିଛି : ବ୍ୟବହାର ନାହିଁ । କିନ୍ତୁ ବ୍ରାହ୍ମୀ ଅକ୍ଷରରୁ କେମିତି ଓଡିଆ ଅକ୍ଷର ବାହାରିଲା ତା ଉପରେ ଗବେଷଣା କରିବାରେ ଜଣେ ଲୋକ ସଫଳ ହୋଇଥିଲେ ସେ ହେଉଛନ୍ତି କୁଞ୍ଜବିହାରୀ ତ୍ରିପାଠୀ । ତାଙ୍କର କୃତି ମଧ୍ୟରେ ଓଡିଆ ଅଭିଲେଖ, ପ୍ରାଚୀନ ଓଡିଆ ଗଦ୍ୟ ଓ…

Read More