Sample Post: ଶ୍ରୀ ହିମାଂଶୁ ଶେଖର ରଥ Shree Himanshu Sekhar Rath

Suravi Digital Magazine in Odia

ଲେଖକ ଶ୍ରୀ ହିମାଂଶୁ ଶେଖର ରଥଙ୍କ ନମୁନା ପୃଷ୍ଠାକୁ ସ୍ୱାଗତ । Welcome to Sample Post of Author Shree Himanshu Sekhar Rath. ….. ….. ….. Shree Himanshu Rath ଶ୍ରୀ ହିମାଂଶୁ ଶେଖର ରଥ ଏହି ଲେଖାକୁ ଏଠି ମଧ୍ୟ ପଢିପାରିବେ: “Facebook“ Article Source Inspiration, Reference: Personal, News papers, Books & Internet  Image Source: Personal or Internet  Tag: Himanshu Sekhar Rath ହିମାଂଶୁ ଶେଖର ରଥ © Copyright Reserved by the Author  ଏହି ଲେଖାଟି ପଢିଥିବାରୁ ଅଶେଷ ଅଶେଷ ଧନ୍ୟବାଦ । ଲେଖକଙ୍କୁ ଓ “ସୁରଭି ଓଡିଆ” ପରିବାରକୁ ଉତ୍ସାହିତ କରିବା ପାଇଁ ଲେଖାକୁ (୧) ଏହି ୱେବ୍ସାଇଟ (ସୁରଭି ଓଡିଆ)ରେ ଲାଇକ (ପସନ୍ଦ) କରନ୍ତୁ , ମନ୍ତବ୍ୟ ଦିଅନ୍ତୁ…

Read More

ଅଣୁଗଳ୍ପ ଝରାଲୁହ

Suravi Author: Himanshu Sekhar Rath

ଅଣୁଗଳ୍ପ : ଝରାଲୁହ  ଲେଖା: ଶ୍ରୀ ହିମାଂଶୁ ଶେଖର ରଥ —————————————- ଆମ ସମାଜରେ ଆଗରୁ ଗାଇ ଭଳି କୁକୁର ଗୃହପାଳିତ ପଶୁ ନଥିଲା ଏବେ କିନ୍ତୁ ସମୟର ପରିବର୍ତ୍ତନ ରେ ଗାଇସ୍ଥାନରେ କୁକୁର ଗୃହ ପାଳିତ ହେଇପାରିଛି । ଭଲ କଥା ଗାଇ ଗୋମାତା ସତ ଉପକାରୀ ବି କିନ୍ତୁ ବିଶ୍ୱସ୍ତତା କଥା କହିଲେ କୁକୁର ବୋଧେ ପାଦେ ଆଗୁଆ । କାରଣ ବେଳେ ବେଳେ ଗାଇ ମନ ନ ପାଇଲେ ଗୋଡ ଛାଟେ ଶିଂଘରେ ଆକ୍ରମଣ ବି କରିଥାଏ ପରନ୍ତୁ କୁକୁର ଫାଟକ ସନ୍ମୁଖରେ ବନ୍ଧା ହେଇଥାଏ ମାଲିକ ର ସୁରକ୍ଷା ପାଇଁ । ମାଲିକ ବିନା ତାର ଆଉ କିଏ ଅଛି ଯେ । ଅବଶ୍ୟ ମାଲିକର ସ୍ନେହରେ ଅନ୍ଧ ହେଇ ବେଳେ ବେଳେ ପର ଆପଣା ଭୁଲି ଅପରିଚିତ କିମ୍ବା ଅସଦାଚାରୀକୁ…

Read More

ବିଜୟ ବୈଜୟନ୍ତୀ

ବିଜୟ ବୈଜୟନ୍ତୀ ଲେଖା: ଅଧ୍ୟାପକ ଶ୍ରୀ ହିମାଂଶୁ ଶେଖର ରଥ ଅଫିସ୍ ରୁ ଫେରି ଶାନ୍ତି  ରେ କିଛି  ସମୟ  ବିତେଇବା ଲକ୍ଷ ନେଇ ଲନ୍ ରେ ପଦଚାରଣ କରୁଥିଲା କିରଣ । ବହୁଦିନର ଝାମେଲା ତୁଟିଲା । ଭାବୁଥିବା ଆଶା ଫଳବତୀ ହେଇଚି ।  ତଥାପି  ମନଟା କାହିଁକି ହାଲ୍‍କା ଲାଗୁନି କୋଉଠି କିଛି ଭୁଲ୍ କରିଛି କି ସେ । ଏତେ ଦିନର ବୁଝାମଣାକୁ ପାଦରେ ଠେଲିଦେଇ ସେ କଣ ଠିକ୍  କରିଚି କି ଭୁଲ୍ କରିଚି ସେ ହିସାବ କରିବା ହୁଏତ ଏତେ ସହଜ ନୁହେଁ    ଯଦିଓ ତଥାପି  କଣ କରିଥାନ୍ତା ସେ । ବିଧୁଶେଖର ବି କିଛି ଶୁଣିଲେନି ତା କଥା । ଭାରି ଜିଦିଆ ସ୍ୱାଭିମାନୀ ବି । ମୋ ମାନସିକତାକୁ ବୁଝିଲେନି ବୋଲି  ବିରକ୍ତ ରେ ଅନେକ ଥର …

Read More

ନିରୁଦ୍ଧିଷ୍ଟ ଯାତ୍ରା

niruddhista

ନିରୁଦ୍ଧିଷ୍ଟ ଯାତ୍ରା ଲେଖା: ଅଧ୍ୟାପକ ଶ୍ରୀ ହିମାଂଶୁ ଶେଖର ରଥ ହଠାତ ନିଦରୁ ଉଠି ପଡିଲା ନିଶିକାନ୍ତ । ଝରକା ଖୋଲି ଦେଖିଲା, ନିଶା ଗର୍ଜୁଛି । ମେଞ୍ଚାମେଞ୍ଚା  ଅନ୍ଧାର । ସକାଳ ହେବାକୁ ଆହୁରି ଡେରି ଅଛି । ଖଟ ଉପରେ ସ୍ତ୍ରୀ ଓ ପୁଅ ଗାଢ ନିଦ୍ରା  ଯାଇଛନ୍ତି । ଆଖି ପୁରାଇ ବଡ କୃତଜ୍ଞତା ଓ ଆହ୍ଲାଦରେ ଟିକିଏ ଚାହିଁଲା ସେମାନଙ୍କୁ । ତାକୁ  ଏ ଦୁହେଁ ଠିକ୍ ବୁଝିଛନ୍ତି ବୋଲି ସାଥି ଦେଉଛନ୍ତି ଏ ଯାଏଁ । ସେ କିନ୍ତୁ  ଆଜିଯାଏ କୁଆଡେ ବୁଝିପାରିଲାନି ସେମାନଙ୍କୁ, ସଂସାରକୁ, ସ୍ୱଜନଙ୍କୁ । କିଛି ଠିକ୍ କରି ନ ପାରି ତ ଏଇ ନିଶାର୍ଦ୍ଧରେ ଆନ୍ଦୋଳିତ ମନକୁ ଦୃଢ କରି ବାହାରିଛି । ଆଉ ଫେରିବନି । ବାପା ଗଲାଦିନଠୁ ଆହୁରି ନିରବି ଯାଇଛି…

Read More

ରାତି ପାହି ହେଲା ସକାଳ

Suravi Odia Sri Jahannatha

ରାତି ପାହି ହେଲା ସକାଳ କବି: ଅଧ୍ୟାପକ ହିମାଂଶୁ ରଥ ରାତି ପାହି ହେଲା ସକାଳ ହରିଦ୍ବାରେ ଶୁଭେ ଚହଳ ଜୀବନ ଯନ୍ତ୍ରଣା ଅସହ୍ୟ ହେଉଛି ଶରଣ ଯାଉଚି ହେ ଆଦିମୁଳ ବଳାଇଛି ମନ ହେ କଞ୍ଜନୟନ ଦେଖୁଥିବି ତମ ଚନ୍ଦ୍ର ବଦନ ପକ୍ଷ ଦେଇଥିଲ ପାଣ୍ଡବଙ୍କୁ ବୋଲି ବିଲୟ ହୋଇଲେ କୌରବ ସୈନ୍ୟ  ଟଙ୍କଧର ପରା ତୁମଠୁ ଅଭିନ୍ନ ତୁମେ ଟଙ୍କଧର ନନ୍ଦନନ୍ଦନ ନାଗଲୋକ ଠାରୁ ସ୍ୱର୍ଗଲୋକ ଯାଏଁ ନାମକୁ ଗାଆନ୍ତି ବ୍ରହ୍ମାନନ୍ଦନ ଏଣୀଗଣ ପ୍ରାୟେ ଏ ମୋହର ମନ ଲୋଭଗ୍ରସ୍ତ ପୁଣି ମାୟାରେ ଆଛନ୍ନ ତୁମ୍ଭ ବିନା କିନ୍ତୁ ଏ ସଂସାରେ ମୋର ଜଣେ କେହି ନାହିଁ ଆପଣା ଜନ କରଯୋଡି ମାଗୁଛି ଏତିକି କଳାରୁଦ୍ରମଣି ପଦାରବିନ୍ଦରେ ରଖିଥାଅ ସଦା ମୋର ମତିକି Post Views: 206

Read More