ଜୀବନସାଥୀ (ଭାଗ ୪୨)

Suravi Odia

ଜୀବନସାଥୀ (ଭାଗ ୪୨) ଲେଖିକା: ଶ୍ରୀମତୀ ମମତା ମହାନ୍ତି (ସାମନ୍ତରାୟ) Smt Mamata Mohanty (Samantaray) ….. ବାଟଯାକ ନିର୍ମଳା ଅନେକକଥା ଭାବି ଚାଲିଥିଲେ | ମଝିରେ ମଝିରେ ତାଙ୍କ ଭାବନାରେ ବ୍ୟାଘାତ ଜନ୍ମାଇ ନନ୍ଦିନୀର ଫୋନ ଆସୁଥିଲା | ସେ ବାରମ୍ବାର ପଚାରି ଚାଲିଥିଲା, ଅପା, ତୁ ଏବେ କୋଉଠି ଅଛୁ | ନନ୍ଦିନୀ ଘର ପାଖ ହୋଇ ଆସିବା ବେଳକୁ ନିର୍ମଳାଙ୍କର ମନେପଡିଗଲା, ସେ ପିଲାଙ୍କ ପାଇଁ କିଛି ଆଣି ନାହାନ୍ତି | ତେଣୁ ବାଟରେ ଗାଡି ଅଟକାଇ ସେ କିଛି ଫଳ, ବିସ୍କୁଟ, ମିକଶ୍ଚର ଓ ଚକଲେଟ କିଣିଲେ |  ନନ୍ଦିନୀ ଘରେ ପହଞ୍ଚିବା ମାତ୍ରେ ନନ୍ଦିନୀ ତାଙ୍କୁ ଖୁସିରେ କୁଣ୍ଢେଇ ପକାଇଲା | ପିଲାମାନେ ସ୍କୁଲ ଯାଇଥିଲେ ଓ ନନ୍ଦିନୀର ସ୍ୱାମୀ ଅଫିସ ଯାଇଥିଲେ | ଘରେ ସୁବଳକୁ ମିଶେଇ ସେମାନେ…

Read More

ଜୀବନସାଥୀ (ଭାଗ ୪୧)

Suravi Odia

ଜୀବନସାଥୀ (ଭାଗ ୪୧) ଲେଖିକା: ଶ୍ରୀମତୀ ମମତା ମହାନ୍ତି (ସାମନ୍ତରାୟ) Smt Mamata Mohanty (Samantaray) ….. ବେଶ କିଛିଦିନ ପରେ ଦିନେ ଘର ସଜାଡ଼ିବାବେଳେ ନିର୍ମଳାଙ୍କ ନଜର ତାଙ୍କର ପୁରୁଣା ଆଲବମ ଉପରେ ପଡିଗଲା | ସେଇଟି ତାଙ୍କର ପୁରୁଣାଦିନର ବାପଘରର ଅଭୁଲା ସ୍ମୃତି ଭାବରେ ସେ ସାଇତି ରଖିଥିଲେ | ଏହା ଭିତରେ ତାଙ୍କ ବିବାହର ତିରିଶ ବର୍ଷ ବିତିଗଲାଣି | କେତେ ଶୀଘ୍ର ଦିନଗୁଡ଼ା ବିତିଗଲା ସତରେ !!ଏବେ ପଛକୁ ଚାହିଁଲେ,ଆଖି ପାଉନି | ବାପା ମାଆଙ୍କର କେବେଠାରୁ ସ୍ୱର୍ଗବାସ ହେଲାଣି | ସେ ସଜଡା ସଜାଡି କାମ ସେଇଠି ରଖି ଆଲ୍ବମର ପୃଷ୍ଠା ପରେ ପୃଷ୍ଠା ଓଲଟାଇ ମନେ ମନେ ଅତୀତର କଥା ଭାବି ଚାଲିଥିଲେ | ପରିବାରରେ ସେମାନେ ଦୁଇ ଭଉଣୀ ଓ ଗୋଟିଏ ଭାଇ ଥିଲେ | ନନ୍ଦିନୀ…

Read More

ଅଦ୍ଭୁତ କବଚ

ଅଦ୍ଭୁତ କବଚ

ଅଦ୍ଭୁତ କବଚ ଲେଖା/ ଲେଖକ/ ସଂଙ୍କଳକ: ଶ୍ରୀ ରଙ୍ଗନାଥ ରଥ Shree Ranganath Rath ….. ଗପଟିଏ ଜହ୍ନମାମୁ ପୃଷ୍ଠାରୁ ✥━━━✥━━━✿━━━✥━━━✥ ଅଦ୍ଭୁତ କବଚ ✥━━━✥✿✥━━━✥ ଅନେକ ଦିନ ତଳର କଥା। ରାମଗଡ଼ ରାଜ୍ୟରେ ସେତେବେଳେ ପ୍ରତାପ ସିଂହ ବୋଲି ଗୋଟାଏ ଡାକୁ ଥାଏ। ଦିନବେଳେ ଜଣେ ସାଧାରଣ ଗ୍ରାମବାସୀର ପୋଷାକ ପିନ୍ଧି ରାତି ହେଲେ ସେ କେଉଁ ଘରେ ପଶିବ, ତାହା ଠାବ କରୁଥାଏ। ଦିନେ ଦୁଇପହର ବେଳେ ସେ ଗୋଟାଏ ବଡ଼ ଗାଁ ଭିତର ଦେଇ ଯାଉଛି, ଦେଖିଲା ଗୋଟାଏ ଗଛମୂଳରେ ଜଣେ ବାବାଜୀ ଶୋଇଛନ୍ତି। ସାଧୁ ବାବାଜୀଙ୍କ ପାଖରେ ବା କି ସମ୍ପଦ ଥିବ ଯେ ସେ ତାହା ଚୋରି କରିବ? ତଥାପି ଅଭ୍ୟାସ ଅନୁସାରେ ପ୍ରତାପ ସେ ବାବାଜୀଙ୍କୁ ଭଲ କରି ଲକ୍ଷ୍ୟ କଲା। ସେ ଏଣେତେଣେ ଚାହିଁ ଦେଖିଲା, କେହି…

Read More

କୋଣାର୍କ : ଏକ କ୍ଷମାପନ

କୋଣାର୍କ ଏକ କ୍ଷମାପନ

କୋଣାର୍କ : ଏକ କ୍ଷମାପନ ଲେଖକ/ କବି: ଶ୍ରୀ ସନତ କୁମାର ଦାଶ Shree Sanatkumar Das ….. କୋଣାର୍କ : ଏକ କ୍ଷମାପନ ଶ୍ରୀ ସନତ୍ କୁମାର ଦାସ ” ସୁମନ୍ଯୁ କେବଣ ତପୋଧନ କହ ସାଗର ସେ କେଉଁ ଅପ୍ସରୀ ? ଚନ୍ଦ୍ରଭାଗା କି ସେ ଦୁହିଁଙ୍କ ଝିଅ ? ସୂର୍ଯ୍ୟ ତା’ ବଳାତ୍କାରୀ ? ଋଷି ଅଭିଶାପେ ସାଗର ପ୍ରକୋପେ ଭଗ୍ନ ସେ କୋଣାରକ ! କଳ୍ପନା ହାଦେ ଏ’ କେଉଁ ପ୍ରମାଦେ ଘେନି ଗଲା ନିଧଡ଼କ !! ସତ୍ଯର ଯେବେ ଅପଳାପ ହୁଏ କଳ୍ପନା ପଥ ହୁଡ଼ି କବି ପରାଭବେ ଦଣ୍ଡିତ ହୁଏ ତମସାରେ ଯାଏ ବୁଡ଼ି ଏଇ ପରାଭବୁ ମୋ’ ସ୍ନେହର ବାବୁ ମୁକ୍ତ କରିବୁ ମୋତେ। “   ପ୍ରତ୍ଯାଶା ଭାରେ ଭାବଲୋକେ ଥରେ କବିବର ରାଧାନାଥେ କାବ୍ୟଧାରାର…

Read More

ହୃଦୟ ଭରା ଏଇ ଦୁନିଆ

Suravi Odia Online Magazine

ହୃଦୟ ଭରା ଏଇ ଦୁନିଆ On the eve of “World Heart Day” ************************************************************* ହୃଦୟର ଏହି ଶୂନ୍ୟତାକୁ ଆଜି ପଚାରି ମୁଁ ଯେବେ ଶୁଣେ, ପ୍ରତାରଣା କିଏ କାହାକୁ ଦେଇଛି, ପ୍ରତିଧ୍ୱନି କହେ ତୁମେ । ******** ତୁମେ ମୋ’ ମନର ସୀମାରେଖା ଡେଇଁ, ସହଜେ ପାରିଛ ଯାଇ, ହେଲେ ମୋ’ ପାଦଟି ତୁମ ସ୍ମୃତିରେଖା ଟପି ଯାଇପାରି ନାହିଁ, ଜାଣେନା କାହିଁକି ମୋ’ ନୀରବତାକୁ ବିରହ ତୁମର ନିତି ଚୁମେ । ******** ଥିଲା ସେ କିପରି ଭାବପ୍ରବଣତା ହସୁଛି ମୁଁ ମନେ ମନେ, ତୋଳିବାକୁ ଏକ କୁହୁଡ଼ିର ଘର, ବାହାରିଥିଲି ମୁଁ ଦିନେ, ସେ କୁହୁଡ଼ି ଘର ଗଲା ଭାଙ୍ଗି ଯା’ର, ପ୍ରୀତିର ପ୍ରାଚୀର ଥିଲ ତୁମେ । ************************************************************* Hrudayara Ayi Sunyataku Aji Pachari Mu Jebe Sune…

Read More

ଜୀବନସାଥୀ (ଭାଗ ୪୦)

Suravi Odia

ଜୀବନସାଥୀ (ଭାଗ ୪୦) ଲେଖିକା: ଶ୍ରୀମତୀ ମମତା ମହାନ୍ତି (ସାମନ୍ତରାୟ) Smt Mamata Mohanty (Samantaray) ….. ନିର୍ମଳା ସ୍ଥାଣୁ ପରି ବସିଥିବାର ଦେଖି ହୃଷୀକେଶ ତାଙ୍କ ପାଖକୁ ଆସି କହିଲେ, ଫୋନ ତଳେ ପଡିଛି, ତମେ ଏମିତି ନିଶ୍ଚଳ ହୋଇ ବସିଛ, କଥା କଣ ??  ଲିପି ମନା କରିଦେଲା ନାଁ କଣ ? ନିର୍ମଳା ପ୍ରକୃତିସ୍ଥ ହୋଇ ତଳୁ ଫୋନ ଉଠାଇ ନେଲେ ଓ ଦୀର୍ଘଶ୍ଵାସ ଛାଡି କହିଲେ, ହଁ | ହୃଷୀକେଶ କହିଲେ, ମୁଁ ଜାଣେ ପରା, ତମେ ଭାବିଥିଲ, ଝିଅମାନେ ଭାରି ଶସ୍ତା ; ଯେତେବେଳେ ଇଛା ନାଁ କହି, ଗୋଡ଼ରେ ଆଡେଇ ଦେବ, ପୁଣି କେତେବେଳେ ହଁ କହି କୋଳେଇ ନେବ | ବୁଝିଲ, ଆଜିକାଲିର ଝିଅମାନେ ହେଉଛନ୍ତି, କାଉଁରିଆ କାଠି | ଭାଙ୍ଗିଯିବେ ପଛକେ, ନଇଁବେ ନାହିଁ |…

Read More

ଜୀବନସାଥୀ (ଭାଗ ୩୯)

ଜୀବନସାଥୀ (ଭାଗ ୩୯) ଲେଖିକା: ଶ୍ରୀମତୀ ମମତା ମହାନ୍ତି (ସାମନ୍ତରାୟ) Smt Mamata Mohanty (Samantaray) ….. ସୁଧାକରଙ୍କ ଘରୁ ଫେରିବାପରେ ଉଭୟ ହୃଷୀକେଶ ଓ ନିର୍ମଳା ବହୁତ ଖୁସି ଥିଲେ | ଘରେ ପହଞ୍ଚି ନିର୍ମଳା ଲୁଗା ବଦଳେଇବା ପୂର୍ବରୁ ନନ୍ଦିନୀକୁ ଫୋନ କରି ସବୁକଥା କହିଲେ ଓ ଆଉ ମଧ୍ୟ କହିଲେ ଯେ, ଲିପିକୁ ରାଜି କରାଇବା ଦାୟିତ୍ତ୍ୱ ନନ୍ଦିନୀର | ନନ୍ଦିନୀ ନିର୍ମଳାଙ୍କ କଥା ଶୁଣି ବହୁତ ଖୁସି ହୋଇଗଲା | କହିଲା, ତୁ ବ୍ୟସ୍ତ ହୁଅନା | ସେମାନେ ଆଜି ଲିପି ସାଙ୍ଗେ ନିଶ୍ଚୟ କଥା ହେବେ | ମୁଁ ଦୁଇ ଚାରିଦିନ ଛାଡି କିମ୍ବା ଆସନ୍ତା ରବିବାର ଦିନ ତାଙ୍କ ଘରକୁ ଯାଇ କଥା ହେବି | ନିର୍ମଳା ହଉ କହି ଫୋନ ରଖିଦେଲେ | କିନ୍ତୁ ତାଙ୍କୁ ସାତଟା…

Read More

ଜୀବନସାଥୀ (ଭାଗ ୩୮)

Suravi Odia

ଜୀବନସାଥୀ (ଭାଗ ୩୮) ଲେଖିକା: ଶ୍ରୀମତୀ ମମତା ମହାନ୍ତି (ସାମନ୍ତରାୟ) Smt Mamata Mohanty (Samantaray) ….. ଲିପିଙ୍କ ଘର ପାଖରେ ଅଟୋ ରହିବାପରେ ନିର୍ମଳା ମନେ ମନେ ଈଶ୍ୱରଙ୍କୁ ସ୍ମରଣ କରି କହିଲେ, ପ୍ରଭୁ, କିଛି ଅଘଟଣ ନଘଟୁ |  ହୃଷୀକେଶ ତାଙ୍କୁ କହିଲେ, ତମେ ତାଙ୍କୁ ୟାଡୁ ସାଡୁ କିଛି କହିବ ନାହିଁ |  ଆମର ପ୍ରଥମ ଦାୟିତ୍ତ୍ୱ ହେଲା, ଅକି କୁ ଦୋଷମୁକ୍ତ କରି ତାର ଜୀବନ ବଞ୍ଚାଇ ଥିବାରୁ, ସେମାନଙ୍କୁ ଆମେ ଆମର କୃତଜ୍ଞତା ଜଣାଇବା |  ଆମେ ତାଙ୍କର ଯୋଗ୍ୟ କି ନୁହେଁ, ସେକଥା ପରେ ଚିନ୍ତା କରିବା | ସେମାନେ ଏପରି କଥା ହେଉ ହେଉ ଲିପିର ବାପା ସୁଧାକର ବାହାରକୁ ଆସି ସେମାନଙ୍କୁ ନମସ୍କାର କରିବା ପୂର୍ବରୁ ହୃଷୀକେଶ ଓ ନିର୍ମଳା ଦୁହେଁ ତାଙ୍କୁ ମୁଣ୍ଡ ନୁଆଁଇ…

Read More

ଜୀବନସାଥୀ (ଭାଗ ୩୭)

Suravi Odia

ଜୀବନସାଥୀ (ଭାଗ ୩୭) ଲେଖିକା: ଶ୍ରୀମତୀ ମମତା ମହାନ୍ତି (ସାମନ୍ତରାୟ) Smt Mamata Mohanty (Samantaray) ….. ନିର୍ମଳାଙ୍କ ଘନ ଘନ ଶଙ୍ଖନାଦ ଓ ଘଣ୍ଟି ଶବ୍ଦ ଶୁଣି ହୃଷୀକେଶ ତାଙ୍କ ପାଖକୁ ଯାଇ କହିଲେ, ତମେ କଣ ପୂଜା କଲଣି ? ନିର୍ମଳା ଅଟକି ଯାଇ କହିଲେ, କାହିଁକି କଣ ହେଲା ? ହୃଷୀକେଶ କହିଲେ, ଆମର ଅଣଶୁଦ୍ଧି ହୋଇଛି, ତମର ମନେନାହିଁ | ନିର୍ମଳା ଦଣ୍ଡେ ନୀରବ ରହି, ଜିଭ କାମୁଡି ପକାଇ କହିଲେ, ମୁଁ ପାପିନୀ କଣ କଲି?? ଠାକୁରଙ୍କୁ ମାରା କଲି!! ସେଥିରେ ପୁଣି ଖିଚିଡି ରାନ୍ଧିଛି !! ହାଏରେ କପାଳ !! ଆଉ କିଛିଦିନ ପରେ ମୁଁ ବି ପାଗଳ ହୋଇଯିବି ! ହୃଷୀକେଶ କହିଲେ, ସେମିତି ହୁଏ | ମାତ୍ରାଧିକ ମାନସିକ ଚାପ ଭିତରେ ମଣିଷ ବେଳେବେଳେ ନିଜର…

Read More

୯୯.୯୯ ଟା ବାପା

Suravi Digital Magazine in Odia

୯୯.୯୯ ଟା ବାପା —————–] ******* [—————– ଲେଖକ: ଶ୍ରୀ ହରେକୃଷ୍ଣ ସାହୁ Shree Harekrushna Sahu ….. ଲଣ୍ଡନ୍ ର ଫେମ୍ ସ୍କୋୟାର୍ ରେ ଜଣେ ଯୁବତୀ ଠିଆ ହୋଇଥିଲେ। ଜଣେ ଯୁବକ ତାଙ୍କ ପାଖକୁ ଆସି କହିଲେ – ମିସ୍, ମୁଁ ତୁମକୁ ପସନ୍ଦ କରେ। ଖୁବ ଭଲପାଏ। ମୁଁ ତୁମକୁ ବିବାହ କରିବାକୁ ଚାହେଁ। ତୁମେ ମୋ କଥାରେ ସହମତ କି ? ମୋତେ ବିବାହ କରିବ କି ? ଯୁବତୀଟି ଏ କଥା ଶୁଣି ହସିଦେଲା। ହସି ହସି କହିଲା – * ଆପଣଙ୍କୁ ଧନ୍ୟବାଦ, ମୋତେ ପସନ୍ଦ କରିଥିବାରୁ। * ମୁଁ ଆଉ ଜଣକୁ ଭଲପାଏ। * ତାଙ୍କ ସହିତ ମୋର ବିବାହ ସ୍ଥିର ହୋଇ ସାରିଛି। * ଅଥବା କହିବେ, ମୁଁ ବିବାହିତ। * ଶେଷରେ କହିବେ ଆପଣଙ୍କ…

Read More