ହୃଦୟ ଭରା ଏଇ ଦୁନିଆ

Suravi Odia Online Magazine

ହୃଦୟ ଭରା ଏଇ ଦୁନିଆ On the eve of “World Heart Day” ************************************************************* ହୃଦୟର ଏହି ଶୂନ୍ୟତାକୁ ଆଜି ପଚାରି ମୁଁ ଯେବେ ଶୁଣେ, ପ୍ରତାରଣା କିଏ କାହାକୁ ଦେଇଛି, ପ୍ରତିଧ୍ୱନି କହେ ତୁମେ । ******** ତୁମେ ମୋ’ ମନର ସୀମାରେଖା ଡେଇଁ, ସହଜେ ପାରିଛ ଯାଇ, ହେଲେ ମୋ’ ପାଦଟି ତୁମ ସ୍ମୃତିରେଖା ଟପି ଯାଇପାରି ନାହିଁ, ଜାଣେନା କାହିଁକି ମୋ’ ନୀରବତାକୁ ବିରହ ତୁମର ନିତି ଚୁମେ । ******** ଥିଲା ସେ କିପରି ଭାବପ୍ରବଣତା ହସୁଛି ମୁଁ ମନେ ମନେ, ତୋଳିବାକୁ ଏକ କୁହୁଡ଼ିର ଘର, ବାହାରିଥିଲି ମୁଁ ଦିନେ, ସେ କୁହୁଡ଼ି ଘର ଗଲା ଭାଙ୍ଗି ଯା’ର, ପ୍ରୀତିର ପ୍ରାଚୀର ଥିଲ ତୁମେ । ************************************************************* Hrudayara Ayi Sunyataku Aji Pachari Mu Jebe Sune…

Read More

ଅମିନ ସାୟାନୀ ଙ୍କ ଗୀତମାଳା

Suravi Odia Online Magazine

ଅମିନ ସାୟାନୀ ଙ୍କ ଗୀତମାଳା ଲେଖା: ପାର୍ଥ ଉପସ୍ଥାପନା (ଶ୍ରୀ ସୁଶାନ୍ତ ପୁରୋହିତ ପାର୍ଥ(ପାର୍ଥ) Shree Susanta Purohita (Partha)) ଆପଣ ଯଦି ଜୀବନ ର ଅପରାହ୍ନରେ ଉପନୀତ ହୋଇ ସାରିଥିବେ ବା ଶୀଘ୍ର ସେଇ ସ୍ଵର୍ଣିମ ସମୟକାଳ ରେ ପହଞ୍ଚିବାର ଦୁଆର ଦେଶ ରେ ଥିବେ ତେବେ ଆପଣ ନ୍ନିଶ୍ଚୟ ମାନେ ପକାଉଥିବେ ଆପଣଙ୍କ ପିଲା ଦିନର ସେଇ ଖୁବ ସୁଖଦ ସନ୍ଧ୍ୟା ସବୁକୁ , ଯେତେବେଳେ ଆପଣ ଘରେ ଥିବା ସେଇ କାଳ ର ଅନନ୍ୟ ଭଲ୍ବ ବାଲା ରେଡିଓ ବା ଟ୍ରାଞ୍ଜିଷ୍ଟର ରୁ ଭାସି ଆସୁଥିବା ସୁନ୍ଦର ଓଲ୍ଡ ଗୋଲ୍ଡ ଗୀତ ସବୁ ଶୁଣୁଥିଲେ !!!!!!!!!!!!!!! ଲତା , ରଫି , ମୁକେଶ , କିଶୋର ଆଦି ଙ୍କ କଣ୍ଠରୁ ତ ଖାଲି ଗୀତ ନୁହେ , ଝରୁଥିଲା ଅମୃତ ବହୁତ ସୁନ୍ଦର…

Read More

‘ମା ଓ ମମତା’ ମୁକ୍ତି ଲାଭ ୧୨.୦୯.୧୯୮୦

Suravi Odia Online Magazine

‘ମା ଓ ମମତା’ ମୁକ୍ତି ଲାଭ ୧୨.୦୯.୧୯୮୦ ଲେଖକ: ଶ୍ରୀ ବୈକୁଣ୍ଠନାଥ ଖଟୁଆ  Shree Baikunthnath Khatua ସେତେବେଳେ ‘ମା ଓ ମମତା’ ଫିଲ୍ମ ହଲମାନଙ୍କରେ ହିଟ୍ କରିଥିଲା । ଏହାର ପ୍ରଯୋଜକ ଥିଲେ ଏମ.ଏମ.ପ୍ରଡକସନ୍ । ଏହା ମୁକ୍ତିଲାଭ କରିଥିଲା ୧୨.୦୯.୧୯୮୦ରେ । ତିନିଜଣ ବନ୍ଧୁ ମିଳିତ ହୋଇ ଗଠନ କରିଥଲେ ଏମ.ଏମ.ପ୍ରଡକସନ୍ । ଏହି ତିନିଜଣ ବନ୍ଧୁ ବଡ ବ୍ୟବସାୟୀ । ଏମାନେ ଥିଲେ ଚିତ୍ରପ୍ରିୟ : ଚିତ୍ରାନୁରାଗୀ । ଏମାନେ ହେଲେ ସର୍ବଶ୍ରୀ ଦୁର୍ଗା ନନ୍ଦ, ସୁବାସ ମିଶ୍ର ଓ ମଜିଦ୍ । ଏମାନେ ଭାବବିହ୍ଵଳ ହୋଇ ଅସାଧ୍ୟସାଧନ କରିବାକୁ ଚେଷ୍ଟା କରିଥିଲେ । ଏଥିରେ ମଧ୍ୟ ସେମାନେ ସଫଳ ହୋଇଥିଲେ । ଏହି ସଫଳ ପଛରେ ଜଣଙ୍କର ପ୍ରେରଣା ଓ ଉସ୍ଛାହ ଥିଲା, ସେ ହେଉଛନ୍ତି ଶ୍ରୀ ପ୍ରଶାନ୍ତ ନନ୍ଦ, ଯିଏ…

Read More

କୁମକୁମ୍ ମହାନ୍ତି

Suravi Odia Online Magazine

କୁମକୁମ୍ ମହାନ୍ତି ଲେଖକ: ଶ୍ରୀ ବୈକୁଣ୍ଠନାଥ ଖଟୁଆ  Shree Baikunthnath Khatua ପ୍ରଫେସର ବାମାଚରଣ ଦାସ SCS Collegeର ଅଧ୍ୟକ୍ଷ ଥାନ୍ତି ଆଉ ମଧ୍ୟ ସେ ପୁରୀରେ ରହୁଥାନ୍ତି । ତାଙ୍କର ଛୋଟିଆ ଝିଅଟିଏ ତାକୁ ଅଢେଇବର୍ଷ, କଥା କହିବାର ସମୟ ହୋଇ ନ ଥାଏ । ତାଙ୍କ ଘର ଆଗରେ ଗୋଟେ ବାହାଘରିଆ ବ୍ୟାଣ୍ଡ ପାର୍ଟି ପ୍ରୋସେସନରେ ଯାଉଥାଏ । ଝିଅଟି ସେହି ବ୍ୟାଣ୍ଡ ପାର୍ଟି କଳାକାରମାନେ କେମିତି ଗୋଡ ପକୋଉଛନ୍ତି ଲକ୍ଷ୍ୟ କରୁଥାଏ । ତାଙ୍କ ଚାଲି ତାଙ୍କ ହାତ ହଲା ଢଙ୍ଗଢାଙ୍ଗ ଦେଖୁ ଥାଏ । ଏମିତି ଦେଖିଦେଖି ଝିଅଟି ସେହି ବ୍ୟାଣ୍ଡ ପାର୍ଟି ପଛେ ପଛେ ଚାଲି ଚାଲି ଗଲା । ଝିଅର ଲୟ ତାଙ୍କ ଗୋଡ ଓ ହାତ ଉପରେ । କେମିତି ପାଦ ପଡୁଛି କେମିତି ହାତକୁ ହଲାଉଛନ୍ତି ।…

Read More

ଟିକେ ହସ ଟିକେ ଲୁହ ମୁକ୍ତିଲାଭ ୦୨.୦୯.୧୯୮୧

Suravi Odia Online Magazine

ଟିକେ ହସ ଟିକେ ଲୁହ ମୁକ୍ତିଲାଭ ୦୨.୦୯.୧୯୮୧ ଶ୍ରୀ ବୈକୁଣ୍ଠନାଥ ଖଟୁଆ  Shree Baikunthnath Khatua ବାଲେଶ୍ଵର ଜିଲ୍ଲାର କେତେକ ଚିତ୍ରନୁରାଗୀ ମିଳିତ ହୋଇ ସ୍ଵର୍ଣ୍ଣଚୂଡ ଫିଲିମ୍, ମିତ୍ରପୁର ବାଲେଶ୍ଵର ନାମରେ ଏକ ଚିତ୍ର ନିର୍ମାଣ ଅନୁଷ୍ଠାନ ଗଠନ କରିଥିଲେ । ନିଜସ୍ଵ ଅର୍ଥ ଓ ବ୍ୟାଙ୍କ ତଥା ଫିଲ୍ମ ଉନ୍ନୟନ ନିଗମରୁ ଋଣ ଗ୍ରହଣ କରି ଏ ଦିଗରେ ଅଗ୍ରସର ହୋଇଥିଲେ । ସେମାନଙ୍କ ମନୋବଳ ଏବଂ ଆନ୍ତରିକତା ଏହି ସଂସ୍ଥାର ବିଶେଶେଷତ୍ଵ ଥିଲା । ପ୍ରଯୋଜକମାନେ ଥିଲେ ଶ୍ରୀ କୃପାସିନ୍ଧୁ ମହାପାତ୍ର, ଦୀପ୍ତିକାନ୍ତ ମହାପାତ୍ର, ରାଜ ଖଣ୍ଡେଲୱାଲ, ଗୋବିନ୍ଦ ମହାପାତ୍ର, ଶରତ୍ ସ୍ଵାଇଁ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, କ୍ଷେତ୍ରମୋହନ ବେହେରା, ବିଷ୍ଣୁପଦ ବେହେରା, ଶ୍ରୀମତୀ ନୀଳମଣି ମହାପାତ୍ର, ଶ୍ରୀମତୀ ଗୀତରାଣୀ ଦାସ ଓ ଶ୍ରୀମତୀ ସୁଜାତା ଦାସ । ଏହାର କାହାଣୀ ଶ୍ରୀମତୀ ବିଜୟିନୀ ଦାସ,…

Read More