ପୁରୀ ନଦୀ (୨) ଲେଖକ: ଶ୍ରୀ ବୈକୁଣ୍ଠନାଥ ଖଟୁଆ Shree Baikunthnath Khatua ଆଗରୁ କହିଥିଲି ଭାର୍ଗବୀରୁ ଚନ୍ଦନପୁରଠାରେ ଧାଉଁରିଆ ବାହାରି ମାଳତୀପାଟପୁରରେ ଦୁଇ ଭାଗ ହୋଇଛି, ବାମ ପାଖରେ କାଞ୍ଚି ଡାହାଣ ପାଖରେ ଧାଉଁରିଆ ଜଗନ୍ନାଥ ସଡକକୁ କ୍ରସ୍ କରି ସମାଙ୍ଗପାଟରେ ପଡିଛି । ସମାଙ୍ଗପାଟରୁ ସୁନାମୁହିଁ ବାହାରି ମଙ୍ଗଳା ନଦୀରେ ମିଶିଛି । ସେମିତି କାଞ୍ଚି ମାଳତୀପାଟପୁରରୁ ବାହାରି ସର ହ୍ରଦରେ ପଡିଛି । ଏହି ସର ହ୍ରଦର ଖାଲୁଆ ଜାଗାରେ ଗୋଟେ ବନ୍ଧ ଥିଲା । ଏହି ଖାଲୁଆ ଅଞ୍ଚଳ ଦେଇ ପାଣି ଜଗନ୍ନାଥ ମନ୍ଦିର ପଶ୍ଚିମ ପଟେ ବହି ଯାଉଥିଲା । ଏହି ବନ୍ଧରେ ଗୋଟେ ମୂଷାଗାତ କରିବାରୁ ଗଳିଆ ଫିଟିଗଲା । ଏହି ନଦୀ ମୂଷାନଦୀ ଭାବେ ପରିଚିତ ହେଲା । ଏହି ନଦୀର ବିଭିନ୍ନ ନାମ ଅଛି ।…
ପୁରୀ ନଦୀ (୨)
Read More