ହୃଦୟ ଭରା ଏଇ ଦୁନିଆ

Suravi Odia Online Magazine

ହୃଦୟ ଭରା ଏଇ ଦୁନିଆ On the eve of “World Heart Day” ************************************************************* ହୃଦୟର ଏହି ଶୂନ୍ୟତାକୁ ଆଜି ପଚାରି ମୁଁ ଯେବେ ଶୁଣେ, ପ୍ରତାରଣା କିଏ କାହାକୁ ଦେଇଛି, ପ୍ରତିଧ୍ୱନି କହେ ତୁମେ । ******** ତୁମେ ମୋ’ ମନର ସୀମାରେଖା ଡେଇଁ, ସହଜେ ପାରିଛ ଯାଇ, ହେଲେ ମୋ’ ପାଦଟି ତୁମ ସ୍ମୃତିରେଖା ଟପି ଯାଇପାରି ନାହିଁ, ଜାଣେନା କାହିଁକି ମୋ’ ନୀରବତାକୁ ବିରହ ତୁମର ନିତି ଚୁମେ । ******** ଥିଲା ସେ କିପରି ଭାବପ୍ରବଣତା ହସୁଛି ମୁଁ ମନେ ମନେ, ତୋଳିବାକୁ ଏକ କୁହୁଡ଼ିର ଘର, ବାହାରିଥିଲି ମୁଁ ଦିନେ, ସେ କୁହୁଡ଼ି ଘର ଗଲା ଭାଙ୍ଗି ଯା’ର, ପ୍ରୀତିର ପ୍ରାଚୀର ଥିଲ ତୁମେ । ************************************************************* Hrudayara Ayi Sunyataku Aji Pachari Mu Jebe Sune…

Read More

ସାଧନା ମୁକ୍ତିଲାଭ ୧୮.୦୯.୧୯୬୪

ସାଧନା ମୁକ୍ତିଲାଭ ୧୮.୦୯.୧୯୬୪

ସାଧନା ମୁକ୍ତିଲାଭ ୧୮.୦୯.୧୯୬୪ ଲେଖକ: ଶ୍ରୀ ବୈକୁଣ୍ଠନାଥ ଖଟୁଆ Shree Baikunthnath Khatua ….. ସମ୍ବଲପୁରର ପ୍ରଥମ ଚଳଚିତ୍ର ସାଧନା । ଏହାର ଉଦ୍ୟକ୍ତା ଶ୍ରୀ ଶରତ୍ ଚନ୍ଦ୍ର ପୂଜାରୀ । ଏହି ଚଳଚିତ୍ର ନିର୍ମାଣ କରିବାକୁ ତାଙ୍କର କେତେ ଜଣ ସାଙ୍ଗ ସାଥି ଆଗେଇ ଆସିଥିଲେ । ସମସ୍ତଙ୍କର ଅଦମ୍ୟ ଉସ୍ଚାହରେ ଅତି ଅଳ୍ପଦିନ ମଧ୍ୟରେ କମ୍ପାନୀ ଗଠିତ ହୋଇ ଚିତ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ସବୁ ସାଙ୍ଗସାଥିମାନେ ମିଶି ଗୋଟିଏ କମ୍ପାନୀ ଗଠନ କଲେ । ତାର ନାମ ଦେଲେ ଡାଆମଣ୍ଡଭାଲି ପ୍ରଡ଼କସନ୍ ପ୍ରା.ଲି. । ଏହାର ମ୍ୟାନେଜିଙ୍ଗ ଡିରେକ୍ଟର ହେଲେ ଶ୍ରୀ ଶରତ୍ ଚନ୍ଦ୍ର ପୂଜାରୀ ଓ ଶ୍ରୀ ମାନଭଞ୍ଜନ ହୋତା ହେଲେ ସେକ୍ରେଟେରୀ । ସମ୍ବଲପୁରର ନାମ ରଖିବାକୁ ସଂଗଠନର ସମସ୍ତ ସଭ୍ୟ ଆପ୍ରାଣ ଚେଷ୍ଟା କରିଥିଲେ। ଆଉ…

Read More

ସୀତାକାନ୍ତ ମହାପାତ୍ର

ସୀତାକାନ୍ତ ମହାପାତ୍ର

ସୀତାକାନ୍ତ ମହାପାତ୍ର ଲେଖକ: ଶ୍ରୀ ବୈକୁଣ୍ଠନାଥ ଖଟୁଆ Shree Baikunthnath Khatua କବି, ପ୍ରଶାସକ ଓ ଲେଖକ । ସୀତାକାନ୍ତ ମହାପାତ୍ରଙ୍କ ଜନ୍ମ ଅବିଭକ୍ତ କଟକ ଜିଲ୍ଲାର ଚିତ୍ରୋତ୍ପଳା ନଦୀକୂଳ କୁଶିଦା-ମାହାଙ୍ଗା ଗ୍ରାମ । ପିତା ଭଗବାନ ମହାପାତ୍ର । ବୃତ୍ତିରେ ଜଣେ ଶିକ୍ଷକ । ସେ ପୁଣ୍ଡିଲୋ ଓ ଖରିସାଣରେ ଶିକ୍ଷକତା କରୁଥିଲେ । କୋରୁଆ ହାଇସ୍କୁଲରୁ ମାଟ୍ରିକ୍, ରେଭେନ୍ସା କଲେଜରୁ ଇତିହାସ (ସମ୍ମାନ)ରେ ସ୍ନାତକ, ଆଲାହାବାଦ ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର । ସବୁ ଶ୍ରେଣୀରେ ପ୍ରଥମ ହେଉଥିଲେ । ନୃତତ୍ତ୍ଵ ଉପରେ ଗବେଷଣା କରି ଉତ୍କଳ ବିଶ୍ଵବିଦ୍ୟାଳୟରୁ Ph. D. ପାଇଛନ୍ତି । ୧୯୬୧ IAS ସେବାରେ ଯୋଗଦାନ । ବାସନ୍ତୀ ପଟ୍ଟନାୟକଙ୍କୁ ବିବାହ । ସେ ମୟୂରଭଞ୍ଜ ଓ ସୁନ୍ଦରଗଡ ଜିଲ୍ଲାର କଲେକ୍ଟର ଓ ଓଡିଶା ସରକାରଙ୍କ ଶିକ୍ଷା, ସଂସ୍କୃତି ଓ…

Read More

ଏମ. ଏସ. ଶୁଭଲକ୍ଷ୍ମୀ

M-S-Subhalakhmi

ଏମ. ଏସ. ଶୁଭଲକ୍ଷ୍ମୀ ଲେଖକ: ଶ୍ରୀ ବୈକୁଣ୍ଠନାଥ ଖଟୁଆ Shree Baikunthnath Khatua ବିଶିଷ୍ଟ କଣ୍ଠଶିଳ୍ପୀ  ଶୁଭଲକ୍ଷ୍ମୀଙ୍କ ଜନ୍ମ ୧୬ ସେପ୍ଟେମ୍ବର ୧୯୧୬ ମସିହାରେ ତାମିଲନାଡୁର ମନ୍ଦିର ମାଳିନୀ ନଗରୀ ମଦୁରାଇରେ । ତାଙ୍କର ପୂରା ନାମ ହେଉଛି ମଦୁରାଇ ସନମୁଖଭାଡିଲୁ ଶୁଭଲକ୍ଷ୍ମୀ । ତାଙ୍କ ମା ସନମୁଖଭାଡିଲୁ ଥିଲେ ଜଣେ ସୁଦକ୍ଷା ବୀଣା ବାଦିକା ଏବଂ ସୁଗାୟିକା । ସେ ମାତ୍ର ୮ବର୍ଷ ବୟସରୁ ତାଙ୍କ ମା’ଙ୍କ ଠାରୁ ସଙ୍ଗୀତ ଶିକ୍ଷା କରିଥିଲେ । ୧୭ ବର୍ଷରେ ସେ ଚେନାଇ ସଙ୍ଗୀତ ଏକାଡେମୀରେ ନାମ ଲେଖାଇ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ । ସେ ପ୍ରତିଷ୍ଠିତା ହେବା ପଛରେ ଭଗବାନଙ୍କ କୃପା ଓ କାଞ୍ଚିମଠର ପରମାଚାର୍ଯ୍ୟଙ୍କ ଆଶୀର୍ବାଦ ଥିଲା । ବିବାହ ପରେ ତାଙ୍କ ସ୍ଵାମୀ ତ୍ୟାଗରାଜନ ସଦାଶିବଙ୍କର ମଧ୍ୟ ସହଯୋଗ ଥିଲା । ସେ…

Read More

ଶ୍ରୀ ଗୌରେନ୍ଦ୍ର ପ୍ରସାଦ ସିଂଦେଓ

Suravi Odia Online Magazine

ଶ୍ରୀ ଗୌରେନ୍ଦ୍ର ପ୍ରସାଦ ସିଂଦେଓ ଲେଖକ: ଶ୍ରୀ ବୈକୁଣ୍ଠନାଥ ଖଟୁଆ Shree Baikunthnath Khatua ଶ୍ରୀ ଗୌରେନ୍ଦ୍ର ପ୍ରତାପ ସିଂହଦେଓ, ଢେଙ୍କାନାଳର ରାଜା ଶ୍ରୀ ସୁରପ୍ରତାପ ମହୀନ୍ଦ୍ର ବାହାଦୂରଙ୍କ ୬ ଜଣ ପୁତ୍ର ମଧ୍ୟରୁ ଗୌରେନ୍ଦ୍ର ୫ମ ପୁତ୍ର । ତାଙ୍କ ଜନ୍ମ ୧୯୧୫ ମସିହା ସେପ୍ଟେମ୍ବର ୧୫ ତାରିଖରେ ଆଜିର ଦିନରେ । କଲିକତାର ପ୍ରେସିଡେନ୍ସି କଲେଜରୁ B.Sc. ପଢୁଥିବା ବେଳେ ଆଇନରେ ଉଚ୍ଚ ଶିକ୍ଷା ପାଇଁ ବିଲାତକୁ ଯାଇଥିଲେ । ମାତ୍ର ସେତିକି ବେଳେ ୨ୟ ବିଶ୍ଵଯୁଦ୍ଧ ଆରମ୍ଭ ହୋଇଯିବାରୁ ୧୯୪୦ରେ ଫେରି ଆସିବାକୁ ବାଧ୍ୟ ହୋଇଥିଲେ । ସୁର ପ୍ରତାପ ଅଳ୍ପ ବୟସରେ ଦେହ ତ୍ୟାଗ କରିବାରୁ, ସେ ତାଙ୍କ ବଡ ପୁଅ ଶଙ୍କର ପ୍ରତାପଙ୍କୁ କାଗଜରେ ଲେଖାଟିଏ ଦେଇ ଯାଇଥିଲେ । ସେଥିରେ ଲେଖା ଥିଲା, କିଏ କୋଉ ଖମାର ପାଇବ…

Read More

ଅମିନ ସାୟାନୀ ଙ୍କ ଗୀତମାଳା

Suravi Odia Online Magazine

ଅମିନ ସାୟାନୀ ଙ୍କ ଗୀତମାଳା ଲେଖା: ପାର୍ଥ ଉପସ୍ଥାପନା (ଶ୍ରୀ ସୁଶାନ୍ତ ପୁରୋହିତ ପାର୍ଥ(ପାର୍ଥ) Shree Susanta Purohita (Partha)) ଆପଣ ଯଦି ଜୀବନ ର ଅପରାହ୍ନରେ ଉପନୀତ ହୋଇ ସାରିଥିବେ ବା ଶୀଘ୍ର ସେଇ ସ୍ଵର୍ଣିମ ସମୟକାଳ ରେ ପହଞ୍ଚିବାର ଦୁଆର ଦେଶ ରେ ଥିବେ ତେବେ ଆପଣ ନ୍ନିଶ୍ଚୟ ମାନେ ପକାଉଥିବେ ଆପଣଙ୍କ ପିଲା ଦିନର ସେଇ ଖୁବ ସୁଖଦ ସନ୍ଧ୍ୟା ସବୁକୁ , ଯେତେବେଳେ ଆପଣ ଘରେ ଥିବା ସେଇ କାଳ ର ଅନନ୍ୟ ଭଲ୍ବ ବାଲା ରେଡିଓ ବା ଟ୍ରାଞ୍ଜିଷ୍ଟର ରୁ ଭାସି ଆସୁଥିବା ସୁନ୍ଦର ଓଲ୍ଡ ଗୋଲ୍ଡ ଗୀତ ସବୁ ଶୁଣୁଥିଲେ !!!!!!!!!!!!!!! ଲତା , ରଫି , ମୁକେଶ , କିଶୋର ଆଦି ଙ୍କ କଣ୍ଠରୁ ତ ଖାଲି ଗୀତ ନୁହେ , ଝରୁଥିଲା ଅମୃତ ବହୁତ ସୁନ୍ଦର…

Read More

‘ମା ଓ ମମତା’ ମୁକ୍ତି ଲାଭ ୧୨.୦୯.୧୯୮୦

Suravi Odia Online Magazine

‘ମା ଓ ମମତା’ ମୁକ୍ତି ଲାଭ ୧୨.୦୯.୧୯୮୦ ଲେଖକ: ଶ୍ରୀ ବୈକୁଣ୍ଠନାଥ ଖଟୁଆ  Shree Baikunthnath Khatua ସେତେବେଳେ ‘ମା ଓ ମମତା’ ଫିଲ୍ମ ହଲମାନଙ୍କରେ ହିଟ୍ କରିଥିଲା । ଏହାର ପ୍ରଯୋଜକ ଥିଲେ ଏମ.ଏମ.ପ୍ରଡକସନ୍ । ଏହା ମୁକ୍ତିଲାଭ କରିଥିଲା ୧୨.୦୯.୧୯୮୦ରେ । ତିନିଜଣ ବନ୍ଧୁ ମିଳିତ ହୋଇ ଗଠନ କରିଥଲେ ଏମ.ଏମ.ପ୍ରଡକସନ୍ । ଏହି ତିନିଜଣ ବନ୍ଧୁ ବଡ ବ୍ୟବସାୟୀ । ଏମାନେ ଥିଲେ ଚିତ୍ରପ୍ରିୟ : ଚିତ୍ରାନୁରାଗୀ । ଏମାନେ ହେଲେ ସର୍ବଶ୍ରୀ ଦୁର୍ଗା ନନ୍ଦ, ସୁବାସ ମିଶ୍ର ଓ ମଜିଦ୍ । ଏମାନେ ଭାବବିହ୍ଵଳ ହୋଇ ଅସାଧ୍ୟସାଧନ କରିବାକୁ ଚେଷ୍ଟା କରିଥିଲେ । ଏଥିରେ ମଧ୍ୟ ସେମାନେ ସଫଳ ହୋଇଥିଲେ । ଏହି ସଫଳ ପଛରେ ଜଣଙ୍କର ପ୍ରେରଣା ଓ ଉସ୍ଛାହ ଥିଲା, ସେ ହେଉଛନ୍ତି ଶ୍ରୀ ପ୍ରଶାନ୍ତ ନନ୍ଦ, ଯିଏ…

Read More

କୁମକୁମ୍ ମହାନ୍ତି

Suravi Odia Online Magazine

କୁମକୁମ୍ ମହାନ୍ତି ଲେଖକ: ଶ୍ରୀ ବୈକୁଣ୍ଠନାଥ ଖଟୁଆ  Shree Baikunthnath Khatua ପ୍ରଫେସର ବାମାଚରଣ ଦାସ SCS Collegeର ଅଧ୍ୟକ୍ଷ ଥାନ୍ତି ଆଉ ମଧ୍ୟ ସେ ପୁରୀରେ ରହୁଥାନ୍ତି । ତାଙ୍କର ଛୋଟିଆ ଝିଅଟିଏ ତାକୁ ଅଢେଇବର୍ଷ, କଥା କହିବାର ସମୟ ହୋଇ ନ ଥାଏ । ତାଙ୍କ ଘର ଆଗରେ ଗୋଟେ ବାହାଘରିଆ ବ୍ୟାଣ୍ଡ ପାର୍ଟି ପ୍ରୋସେସନରେ ଯାଉଥାଏ । ଝିଅଟି ସେହି ବ୍ୟାଣ୍ଡ ପାର୍ଟି କଳାକାରମାନେ କେମିତି ଗୋଡ ପକୋଉଛନ୍ତି ଲକ୍ଷ୍ୟ କରୁଥାଏ । ତାଙ୍କ ଚାଲି ତାଙ୍କ ହାତ ହଲା ଢଙ୍ଗଢାଙ୍ଗ ଦେଖୁ ଥାଏ । ଏମିତି ଦେଖିଦେଖି ଝିଅଟି ସେହି ବ୍ୟାଣ୍ଡ ପାର୍ଟି ପଛେ ପଛେ ଚାଲି ଚାଲି ଗଲା । ଝିଅର ଲୟ ତାଙ୍କ ଗୋଡ ଓ ହାତ ଉପରେ । କେମିତି ପାଦ ପଡୁଛି କେମିତି ହାତକୁ ହଲାଉଛନ୍ତି ।…

Read More

ଟିକେ ହସ ଟିକେ ଲୁହ ମୁକ୍ତିଲାଭ ୦୨.୦୯.୧୯୮୧

Suravi Odia Online Magazine

ଟିକେ ହସ ଟିକେ ଲୁହ ମୁକ୍ତିଲାଭ ୦୨.୦୯.୧୯୮୧ ଶ୍ରୀ ବୈକୁଣ୍ଠନାଥ ଖଟୁଆ  Shree Baikunthnath Khatua ବାଲେଶ୍ଵର ଜିଲ୍ଲାର କେତେକ ଚିତ୍ରନୁରାଗୀ ମିଳିତ ହୋଇ ସ୍ଵର୍ଣ୍ଣଚୂଡ ଫିଲିମ୍, ମିତ୍ରପୁର ବାଲେଶ୍ଵର ନାମରେ ଏକ ଚିତ୍ର ନିର୍ମାଣ ଅନୁଷ୍ଠାନ ଗଠନ କରିଥିଲେ । ନିଜସ୍ଵ ଅର୍ଥ ଓ ବ୍ୟାଙ୍କ ତଥା ଫିଲ୍ମ ଉନ୍ନୟନ ନିଗମରୁ ଋଣ ଗ୍ରହଣ କରି ଏ ଦିଗରେ ଅଗ୍ରସର ହୋଇଥିଲେ । ସେମାନଙ୍କ ମନୋବଳ ଏବଂ ଆନ୍ତରିକତା ଏହି ସଂସ୍ଥାର ବିଶେଶେଷତ୍ଵ ଥିଲା । ପ୍ରଯୋଜକମାନେ ଥିଲେ ଶ୍ରୀ କୃପାସିନ୍ଧୁ ମହାପାତ୍ର, ଦୀପ୍ତିକାନ୍ତ ମହାପାତ୍ର, ରାଜ ଖଣ୍ଡେଲୱାଲ, ଗୋବିନ୍ଦ ମହାପାତ୍ର, ଶରତ୍ ସ୍ଵାଇଁ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, କ୍ଷେତ୍ରମୋହନ ବେହେରା, ବିଷ୍ଣୁପଦ ବେହେରା, ଶ୍ରୀମତୀ ନୀଳମଣି ମହାପାତ୍ର, ଶ୍ରୀମତୀ ଗୀତରାଣୀ ଦାସ ଓ ଶ୍ରୀମତୀ ସୁଜାତା ଦାସ । ଏହାର କାହାଣୀ ଶ୍ରୀମତୀ ବିଜୟିନୀ ଦାସ,…

Read More