ଆମେରିକା ରାଷ୍ଟ୍ରପତି ଆବ୍ରାହାମ ଲିଙ୍କନ ଓ ମୋଚି ର ପୁଅ

ମୋଚି ର ପୁଅ

“ମୋଚି ର ପୁଅ”    ଏକ ଇଂରେଜୀ ଅଲେଖ୍ୟ ଆଧାର ରେ  ଭାବାନୁବାଦ ଓ ଉପସ୍ଥାପନା :  ସୁଶାନ୍ତ ପୁରୋହିତ (ପାର୍ଥ )     ଆବ୍ରାହାମ ଲିଙ୍କନ ଙ୍କୁ କିଏ ନ ଜାଣେ ? ଆମେରିକା ଇତିହାସ ରେ ସବୁ ରାଷ୍ଟ୍ରପତି ଙ୍କ ମଧ୍ୟରୁ ସେ ଜଣେ ସର୍ବାଧିକ ଜନପ୍ରିୟ  ଓ ପ୍ରସିଦ୍ଧ ରାଷ୍ଟ୍ରପତି ଭାବରେ ଥିଲେ । ତାଙ୍କର ବାପା ଜଣେ ମୋଚି ଥିଲେ । ସେ ବଡ ନିଷ୍ଠାପରତା ର  ସହିତ ଖୁବ ଉତ୍ତମ ମାନ ର ଜୋତା ନିର୍ମାଣ କରୁଥିଲେ । ଯେତେବେଳେ ଆବ୍ରାହାମ ନିଜର କୃତିତ୍ଵ  ଓ ଅସାଧାରଣ ପ୍ରତିଭା ବଳ ରେ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇ ଆମେରିକା ପାର୍ଲିଆମେଣ୍ଟ ରେ ପହଞ୍ଚିଲେ , କିଛି ଅହଂବାଦୀ ବିରୋଧୀ ଙ୍କୁ ଏହି କଥା ବରଦାସ୍ତ ହେଇ ପାରୁ ନ ଥିଲା ଯେ…

Read More

ବୋଉ

bou

ବୋଉ ଲେଖକ: ହରେକୃଷ୍ଣ ସାହୁ ଓଡିଶା ର ନିଜସ୍ୱ ଓ ମଧୁର ଶବ୍ଦ ହେଲା ବୋଉ। ଶାଶୁ ଶ୍ୱଶୁର ପୁତ୍ରବଧୂ କୁ ବୋହୁ ବୋଲି ସମ୍ବୋଧନ କରନ୍ତି।ଦେଢଶୁର ଓ ବଡଯାଆ ତାକୁ ବୋହୁ ଡାକନ୍ତି। ନଣନ୍ଦ ଦିଅର ମାନେ ନୂଆବୋହୂ ଡାକନ୍ତି। ନବବଧୂଟି ସନ୍ତାନଟିଏକୁ ଜନ୍ମଦିଏ। ସେହି ଶିଶୁଟି ପରିବାର ର ଏହି ଲୋକମାନଙ୍କ କୋଳରେ ବଢେ। ବୁଢାବାପା, ବୁଢିମା, ବଡବାପା, ବଡମା, ଦାଦା,  ପିଉସୀନାନୀ ଇତ୍ୟାଦିଙ୍କ ମୁହଁରୁ ସବୁବେଳେ ଗୋଟିଏ ଶବ୍ଦଶୁଣେ।ବୋହୁ । ତେଣୁ ଶିଶୁଟି ମଧ୍ୟ ସେମାନଙ୍କ ସହିତ ସାମିଲ ହୋଇ ‘ବୋହୁ’ ଡାକିବାକୁ ଚେଷ୍ଟା କରେ।  କିନ୍ତୁ ‘ବୋହୁ’ଶବ୍ଦର ‘ହୁ’ଅକ୍ଷରଟି ଉଚ୍ଚାରଣ କରିପାରେ ନାହିଁ।  ତାର କୋମଳ କଣ୍ଠରେ ‘ହୁ’ଅକ୍ଷରଟି ‘ଉ’ହୋଇଯାଏ।   ବୋହୁ , ଶିଶୁ କଣ୍ଠରେ ହୋଇଯାଏ ବୋଉ। ଦୁଇଟି ଅକ୍ଷର ର ଅନ୍ତରଙ୍ଗ ଶବ୍ଦଟିଏ ବୋଉ। ଯାହାକୁ ଆଜିବି ଆମ…

Read More

ବାରିପଦା ଡେଏଜ୍ (ସୌମ୍ୟ ସମ୍ପର୍କ)

ବାରିପଦା ଡେଏଜ୍ (ସୌମ୍ୟ ସମ୍ପର୍କ) ଲେଖକ: ହରେକୃଷ୍ଣ ସାହୁ (Harekrushna Sahu) 🔸🔸🔸🔸🔸[ ସୌମ୍ୟ ସମ୍ପର୍କ ]🔸🔸🔸🔸🔸 ୧୯୮୫ ମସିହା। ଓଡିଶାର ପ୍ରଥମ ପ୍ରତ୍ନତତ୍ତ୍ୱବିତ ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟଙ୍କ ପ୍ରତିଷ୍ଠିତ ସାହିତ୍ୟାନୁଷ୍ଠାନ,ବାରିପଦା ସାହିତ୍ୟ ସଂସଦ ର ବାର୍ଷିକ ଉତ୍ସବ । ମୂଖ୍ୟ ଅତିଥି ହିସାବରେ ନିମନ୍ତ୍ରିତ ହୋଇଥାନ୍ତି ସମ୍ବାଦର ସମ୍ପାଦକ ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପଟ୍ଟନାୟକ। ସଂସଦର ସବୁଠୁ କନିଷ୍ଠ ସଦସ୍ୟ ହିସାବରେ ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ସେବକ ଭାବରେ ମୋତେ ମୁତୟନ କରାଯାଇଥାଏ। ଇରାଜୀରେ କହିଲେ ମୁଁ ଥାଏ ତାଙ୍କର Escort. ସିଏ କୁଆଡେ ଯିବେ, ବାରିପଦାର କେଉଁ କେଉଁ ସ୍ଥାନ ଦେଖିବେ , କିଏ ତାଙ୍କୁ ସାକ୍ଷାତ କରିବ ସବୁକିଛି ଦାୟିତ୍ୱ ମୋ ଉପରେ ନ୍ୟସ୍ତ ଥାଏ । ସେଦିନ ଜଗନ୍ନାଥ ମନ୍ଦିର ରେ ପ୍ରସାଦର ବ୍ୟବସ୍ଥା ହୋଇଥାଏ। ସାହିତ୍ୟ ସଂସଦର ଅନେକ ସଦସ୍ୟଙ୍କ ସହିତ ଖାଇବାକୁ…

Read More

ବାରିପଦା ଡେଏଜ୍ (କାମ ବିଜ୍ଞାନ – ନିଷିଦ୍ଧ ପୁସ୍ତକ)

ବାରିପଦା ଡେଏଜ୍ (କାମ ବିଜ୍ଞାନ – ନିଷିଦ୍ଧ ପୁସ୍ତକ) ଲେଖକ: ହରେକୃଷ୍ଣ ସାହୁ (Harekrushna Sahu) ——-(କାମ ବିଜ୍ଞାନ – ନିଷିଦ୍ଧ ପୁସ୍ତକ )——- ସେତେବେଳକୁ ଆମ ଗାଁ ରେ କାମ ବିଜ୍ଞାନ ବହି ବିଷୟରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥାଏ। ବଡ଼ ବଡ଼ ପିଲାମାନେ ନିଜ ନିଜ ଭିତରେ କଥାବାର୍ତ୍ତା କଲେବି ଆମଭଳି ଛୋଟ ପିଲାଙ୍କ ପାଖରେ ଖବର ପହଞ୍ଚି ଯାଉଥାଏ। ସେ ବହି ମିଳିବା ସେତେବେଳେ ଖୁବ୍ କଷ୍ଟଦାୟକ ଥିଲା। ପାଖ ଆଖରେ ବହି ଦୋକାନ ନଥିଲା। ହାଟପାଳି ମାନଙ୍କରେ ଯାହା ବହିଖାତା କିଣିବାକୁ ମିଳେ। ସେଠି ବି ଏ ବହି ମିଳୁ ନଥାଏ। ଗାଁ ର ବଡ଼ଭାଇଟିଏ ଥରେ ମତେ କହିଲା – କୃଷ୍ଣ, ତୁ ତ ଏତେ ମେଳାଯାତ୍ରା ବୁଲୁଛୁ, ମୋ ପାଇଁ ଗୋଟେ କାମ ବିଜ୍ଞାନ ବହି ଆଣିଦେବୁ ?…

Read More

ବାରିପଦା ଡେଏଜ୍ (ହଳେ ଚପଲ)

ବାରିପଦା ଡେଏଜ୍ (ହଳେ ଚପଲ) ଲେଖକ: ହରେକୃଷ୍ଣ ସାହୁ (Harekrushna Sahu) ——————[ ହଳେ ଚପଲ ]——————   ବାରିପଦାରୁ ଫେରିଲା ପରେ ସେଠାରୁ ଯେଉଁ ଚପଲ ହଳକ ପିନ୍ଧି ଆସିଥିଲି ସେ ହଳକ କଷ୍ଟେମଷ୍ଟେ ଛ ମାସ ଚଳିଗଲା। ପିରିଖ କଣ୍ଟା ବାଡ଼େଇ, ସୂତାରେ ସିଲେଇ କରି ସମ୍ପୂର୍ଣ୍ଣ ଅଦରକାରୀ ହେଲା ପର୍ଯ୍ୟନ୍ତ ପିନ୍ଧିଥିଲି। ଆଉ ହଳେ ଚପଲ କିଣିବା ମୋ ବାପାଙ୍କ ପକ୍ଷେ ସମ୍ଭବ ନଥିଲା। କାରଣ ବାପାଙ୍କ ମତ ହେଲା କୋଡ଼ିଏ କିଲୋ ଚାଉଳ ର ପଇସା ବଦଳରେ ହଳେ ଚପଲ କିଣିବା ପୁରା ବେକାର କଥା। ବାପା ମୋର ଫେରିବାଲା ଥିଲେ। ଓଡ଼ିଶାର ବିଭିନ୍ନ ମେଳା ମାନଙ୍କୁ ବୁଲୁଥିଲେ ବେପାର ପାଇଁ। ପିଲାମାନଙ୍କ ପାଇଁ ଖେଳନା ଓ ରୋଲ୍ଡଗୋଲ୍ଡ ର ଇମିଟେସନ୍ ଗହଣାର ଦୋକାନଟିଏ ଧରି ବୁଲୁଥିଲେ। ମୁଁ ବି ତାଙ୍କ…

Read More

ବାରିପଦା ଡେଏଜ୍ (ବିରସ କାହାଣୀ – 2)

ବାରିପଦା ଡେଏଜ୍ (ବିରସ କାହାଣୀ – 2) ଲେଖକ: ହରେକୃଷ୍ଣ ସାହୁ (Harekrushna Sahu) ————– ବିରସ କାହାଣୀ – 2 ]————– ବାରିପଦା ର ସମୟ ଗୁଡ଼ିକ ଅନେକ ପଛକୁ ଚାଲିଗଲାଣି। ଦୁଃଖ ହେଉ କି ସୁଖ ହେଉ ସ୍ମୃତି ହୋଇ ଯାଇଛି। ସ୍ମୃତି ଗୁଡ଼ିକ ନିଖୁଣ ଭାବରେ ଆଉ ମନେ ନାହିଁ। ମୋର ମନେ ହେଉଛି ଯେମିତି ଦୁଃଖ ଗୁଡ଼ିକ ଗୋଟେ ବଡ଼ ମୁଣ୍ଡା ବା ବୋଝ ହୋଇ ମୋର ସ୍ମୃତି କୋଷରେ ରହି ଯାଇଛି। ମୋ ଜୀବନଟିକୁ ମନଇଚ୍ଛା ତିଆରି କରି ଲୁଚି ଯାଇଛି। ନିପଟ ଗାଁ ରୁ ଯାଇ ଗୋଟେ ସହରରେ ପହଞ୍ଚିଲା ପରେ ବାରିପଦା ମତେ ଖୁବ୍ ଆକର୍ଷଣୀୟ ଲାଗିଥିଲା। ଦାରିଦ୍ର୍ୟ ରୁ ବାହାରି ପ୍ରାଚୁର୍ଯ୍ୟ ରେ ପ୍ରବେଶ କଲାପରେ ବିହ୍ୱଳିତ ହୋଇଯାଇଥିଲି। କିନ୍ତୁ ମୋର କଳ୍ପନା ଆଦୌ ସତ୍ୟ…

Read More

ବାରିପଦା ଡେଏଜ୍ (ବିରସ କାହାଣୀ-1)

ବାରିପଦା ଡେଏଜ୍ (ବିରସ କାହାଣୀ-1) ଲେଖକ: ହରେକୃଷ୍ଣ ସାହୁ (Harekrushna Sahu) 🔸🔸🔸🔸🔸[ ବିରସ କାହାଣୀ-1 ]🔸🔸🔸🔸🔸   ଅଚାନକ ଜଣେ ଧନୀଲୋକ ମୋର ଦାୟୀତ୍ୱ ନେଇ ପାଠ ପଢାଇବାକୁ ଆଗ୍ରହୀ ହେଲେ। ନେଇଗଲେ ମତେ ବାରିପଦା। MKC HIGH SCHOOL ରେ ଏଣ୍ଟ୍ରାନ୍ସ ଦେଇ ସମ୍ଭ୍ରାନ୍ତ ଜିଲ୍ଲା ସ୍କୁଲ ରେ ପାଠ ପଢିଲି। କେମିତି କେଜାଣି ମୋ ପ୍ରତି ସଦୟ ଥିବା ବ୍ୟକ୍ତିଙ୍କୁ ମୁଁ ବାପା ଡାକୁଥିଲି। ତାଙ୍କ ପତ୍ନୀଙ୍କୁ ମା’ । ମୁଁ ଜାଣେ ମୁଁ ନିଜେ ଏପରି କେବେ ଡାକି ନଥିବି।ମତେ କେହି ଶିଖାଇ ଥିବ ନିଶ୍ଚୟ। ପ୍ରାୟତ ଦେଖାଯାଏ ବାବୁଘର ସାଆନ୍ତାଣୀଙ୍କୁ ସମସ୍ତେ ମାଆ ଡାକନ୍ତି।ମାଲିକଙ୍କୁ ବାବୁ ନହେଲେ ବାପା ଡାକନ୍ତି।ମୋ କ୍ଷେତ୍ର ରେ ସେମିତି ବି ହୋଇଥାଇ ପାରେ। ଗାଁ ରେ ବାପା ମା’ଙ୍କୁ ଛାଡି ଆସିଥିଲି। ଛାଡି ଆସିଥିଲି…

Read More

ବାରିପଦା ଡେଏଜ୍ (ପିଲାଦିନ)

ବାରିପଦା ଡେଏଜ୍ (ପିଲାଦିନ) ଲେଖକ: ହରେକୃଷ୍ଣ ସାହୁ (Harekrushna Sahu) ————————[ ପିଲାଦିନ ]———————— ମୁଁ ଜନ୍ମ ହେଲା ବେଳକୁ ମୋ ବାପା ଜଣେ ଫେରିବାଲା ଥିଲେ। ଏଇଠୁ କଥାଟା ଆରମ୍ଭ କରିବା। ୟାକୁ ଇତିହାସ କୁହାଯିବ।ଏହାଠୁ ପଛକୁ ଗଲେ ପୁରାଣ ହୋଇଯିବ। ପୁରାଣ ଗୁଡାକର ଆଜିକାଲି କଣ ମୂଲ୍ୟ ଅଛିଯେ। ମୋ ବାପା, ଗୋଟେ ବଡ ବୁଜୁଳା(bundle) ,ଗୋଟେ କାଠବାକ୍ସ,ବାଉଁଶ ଦଶବାର ଖଣ୍ଡ ଧରି ଓଡିଶା ସାରା ବୁଲନ୍ତି। ଏ ମେଳାରୁ ସେ ମେଳା,ଏ ପର୍ବରୁ ସେ ପର୍ବକୁ। ତାରପୋଲିନ ର ଛୋଟିଆ ଛାମୁଣ୍ଡିଆଟିଏ କରି ତା ତଳେ ପାଲ ପକେଇ ଖେଳନା ଦୋକାନ ମେଲେଇ ଦିଅନ୍ତି। ରଙ୍ଗ ବେରଙ୍ଗର ବେଲୁନ ଫୁଲେଇ ଦୋକାନ ସାରା ଟାଙ୍ଗି ଦିଅନ୍ତି। ସବୁଠୁ ଆକର୍ଷଣୀୟ ହେଲା ତାଙ୍କ କାଠବାକ୍ସ। ଦୁଇ ଆଡକୁ ମେଲାକରି ଖୋଲିଦେଲେ କାଚ କଭର ତଳେ…

Read More

ବାରିପଦା ଡେଏଜ୍ (ମୋ ଜନ୍ମ ବୃତ୍ତାନ୍ତ)

ବାରିପଦା ଡେଏଜ୍ (ମୋ ଜନ୍ମ ବୃତ୍ତାନ୍ତ) ଲେଖକ: ହରେକୃଷ୍ଣ ସାହୁ (Harekrushna Sahu) ————–( ମୋ ଜନ୍ମ ବୃତ୍ତାନ୍ତ )————–   ଆମ ଗାଁ ର କଥା।  ଗୁନିଆ (ଗୁଣମଣି) ସହିତ ପାରା(ପାର୍ବତୀ)ର ବାହାଘର ହୋଇଗଲା। ଦି ତିନି ବର୍ଷ ବିତିଗଲା। ତାଙ୍କର ଛୁଆଟିଏ ହେଲାନି। ଗୁନିଆର ସାଙ୍ଗରେ ଯେଉଁମାନେ ବାହା ହୋଇଥିଲେ ସେମାନଙ୍କର ଛୁଆପିଲା ହୋଇସାରିଥାଏ। ଡେରିରେ ହେଲେବି ଯାହାକିଛି ଗୋଟେ ଫଳିବ ବୋଲି ଆଶା ଥାଏ। ସମୟ ଯାଉ ଯାଉ ୟା ଭିତରେ ଦଶବର୍ଷ ବିତିଗଲା। ଛୁଆଟିଏ କୋଳକୁ ଆସିଲା ନାହିଁ।  ଆଉ କିଛି ହେବନି। ଆଶା ଟିକକ ଉଜ୍ଜଳ ହୋଇ ଶେଷକୁ ଲିଭି ଗଲାଣି। ପାରା ର ନାମଟା ବାଞ୍ଝ ଓ ଗୁନିଆର ନାଁ ଆଣ୍ଠୁକୁଡ଼ା ହୋଇସାରିଲାଣି। ଲୋକେ ଶୁଣେଇ ଶୁଣେଇ କହିଲେଣି – ଶଃ…. ଆଜି ବାଞ୍ଝ ଟା ମୁହଁ ଚାହିଁ…

Read More

ବାରିପଦା ଡେଏଜ୍ (ପ୍ରେମ ଶତକର ଗୋଟିଏ ପୃଷ୍ଠା)

ବାରିପଦା ଡେଏଜ୍ (ପ୍ରେମ ଶତକର ଗୋଟିଏ ପୃଷ୍ଠା) ଲେଖକ: ହରେକୃଷ୍ଣ ସାହୁ (Harekrushna Sahu) ——-( ପ୍ରେମ ଶତକର ଗୋଟିଏ ପୃଷ୍ଠା )——-   ଶୀତଦିନ ଆସିଲେ, ବାରିପଦା ସହରରେ ପହଞ୍ଚି ଯାଆନ୍ତି ନେପଳୀ ସ୍ୱେଟର ବିକାଳି ଦଳ। ମହାରାଣୀ ଲକ୍ଷ୍ମୀ କୁମାରୀ ଧର୍ମଶାଳା ରେ ପ୍ରଥମେ ରହି ,ସେଇଠୁ ଭାଗ ଭାଗ ହେଇଯାଆନ୍ତି। କିଛି ଯାଆନ୍ତି ରାଇରଙ୍ଗପୁର, କିଛି ଉଦଳା, ବେତନଟୀ। ତାଙ୍କ ନେତୃତ୍ୱ ନିଅନ୍ତି ଜଣେ ମହିଳା। କାରଣ ସିଏ ବାରିପଦା ସହରକୁ ପ୍ରଥମ ଆବିଷ୍କାର କରିଥିଲେ। ରେଳଗାଡିରେ ଆସି ବାଲେଶ୍ଵର ରେ ପହଞ୍ଚି ସେଠୁ ଆସିଥିଲେ ବାରିପଦା। କଚେରୀ ବଜାର ରାସ୍ତା କଡ଼ରେ ସେମାନେ ଦୋକାନ ଲଗାନ୍ତି। ଫୁଟପାଥ୍ ରେ। ବଡ଼ ବଡ଼ ସ୍ଥାୟୀ ଦୋକାନୀ ମାନେ ତାଙ୍କୁ ଶତ୍ରୁ ଭାବନ୍ତି। କାରଣ ସେମାନେ ତାଙ୍କ ଜିନିଷ ଶସ୍ତା ରେ ବିକ୍ରି କରନ୍ତି।…

Read More