୯୯.୯୯ ଟା ବାପା
—————–] ******* [—————–
ଲେଖକ: ଶ୍ରୀ ହରେକୃଷ୍ଣ ସାହୁ
Shree Harekrushna Sahu
…..
ଲଣ୍ଡନ୍ ର ଫେମ୍ ସ୍କୋୟାର୍ ରେ ଜଣେ ଯୁବତୀ ଠିଆ ହୋଇଥିଲେ। ଜଣେ ଯୁବକ ତାଙ୍କ ପାଖକୁ ଆସି କହିଲେ – ମିସ୍, ମୁଁ ତୁମକୁ ପସନ୍ଦ କରେ। ଖୁବ ଭଲପାଏ। ମୁଁ ତୁମକୁ ବିବାହ କରିବାକୁ ଚାହେଁ। ତୁମେ ମୋ କଥାରେ ସହମତ କି ? ମୋତେ ବିବାହ କରିବ କି ?
ଯୁବତୀଟି ଏ କଥା ଶୁଣି ହସିଦେଲା। ହସି ହସି କହିଲା –
* ଆପଣଙ୍କୁ ଧନ୍ୟବାଦ, ମୋତେ ପସନ୍ଦ କରିଥିବାରୁ।
* ମୁଁ ଆଉ ଜଣକୁ ଭଲପାଏ।
* ତାଙ୍କ ସହିତ ମୋର ବିବାହ ସ୍ଥିର ହୋଇ ସାରିଛି।
* ଅଥବା କହିବେ, ମୁଁ ବିବାହିତ।
* ଶେଷରେ କହିବେ ଆପଣଙ୍କ ମନକୁ ଆଘାତ ଦେଇଥିବାରୁ ମୁଁ ଦୁଃଖିତ।
ଏବେ ଭାରତକୁ ଆସିବା। ରାଜମହଲ୍ ଛକରେ ଠିଆହୋଇଥିବା ଜଣେ ଯୁବତୀଙ୍କ ପାଖକୁ ଯୁବକଟିଏ ଆସି ଠିକ୍ ଉପରୋକ୍ତ ଇଂଲିଶ୍ ଯୁବକଟି ଭଳି ପ୍ରପୋଜ୍ କଲା।
ଫଳାଫଳ କ’ଣ ହେବ ଦେଖିବା।
ଯୁବତୀଟି କହିବେ –
* ମୋତେ ଏଭଳି କଥା କହିବାକୁ ତୁମର ସାହସ କେମିତି
ହେଲା ?
* ଏକୁଟିଆ ଝିଅ ଦେଖିଲେ ସବୁଟୋକା ଏମିତି କୁହନ୍ତି।
* ତୁମେ କିଏ କୁଆଡ଼ୁ ଆସିଲ ଠିକ ନାହିଁ। ଭାରି ସାହସରେ ଏ
କଥା କହିଦେଲ ?
* ମୋ ବିଷୟରେ ତୁମେ କିଛି ଜାଣିଛ ? ମୋ ଖାନଦାନ
ବିଷୟରେ ଜାଣିଛ ?
* ତୁମେ ନିଜେ କ’ଣ ଜାଣିଛ ତ ? ତୁମର ଘରଦ୍ୱାର ଅଛି ତ ?
ତୁମେ ନିଶ୍ଚୟ ଥାର୍ଡ ଗ୍ରେଡ୍ ବାପମା’ ର ପୁଅ ହୋଇଥିବ।
ନହେଲେ ରାସ୍ତାଘାଟରେ ଏପରି ଅଭଦ୍ର କଥା କୁହନ୍ତ ନାହିଁ ।
* ନିଜ ମୁହଁ ଆଇନାରେ ଥରେ ଦେଖ। ତୁମର ଯୋଗ୍ୟତା
ଅଛିତ ?
* ଏତିକ କଥାପରେ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ କହି
ଯୁବକଟିକୁ ଗାଳିଗୁଳଜ ଖୁଆଇପାରେ।
* ଘରକୁ ଯାଇ ବାପା ଭାଇଙ୍କୁ କହି ବା ଗୁଣ୍ଡା ଲଗାଇ ଯୁବକଟିକୁ
ମାଡ଼ ଖୁଆଇପାରେ।
* ଇଏତ ହେଲା ପ୍ରପୋଜ୍ ର ଉତ୍ତର। ସାମାନ୍ୟ ବୁଲି ବୁଲି
ଚାହିଁବା ବା ଟିକିଏ ହସିଦେବା ମଧ୍ୟ ଆମ ଯୁବତୀମାନଙ୍କ
ଦୃଷ୍ଟିରେ ଗୋଟେ ଅପରାଧ ଆଟେ।
* କହିବେ କାହିଁକି ମୋତେ ବୁଲି ବୁଲି ଚାହୁଁଛ ? ତୁମର ମା’
ଭଉଣୀ ନାହାଁନ୍ତି କି ?
* ଯାଉନ ତାଙ୍କୁ ଆଖି ମାରିବ। ଅସଭ୍ୟ ବର୍ବର କଉଠିକାର।
* ଆଉ ଥରେବି ମୁଁ ତୁମକୁ ମୋ ପାଖଆଖରେ ଦେଖିବାକୁ ଚାହେଁନାହିଁ। ଆଉଥରେ ଦେଖାହେଲେ ତୁମ ଅବସ୍ଥା ଖରାପ କରିଦେବି। ସେତେବେଳେ ମୋତେ ଚିହ୍ନିବ।
ଆମ ମହିଳାମାନେ ଏପର୍ଯ୍ୟନ୍ତ କଥାବାର୍ତ୍ତା , ବ୍ୟବହାରରେ ବିଶ୍ୱସ୍ତରୀୟ ମହିଳାଙ୍କ ଭଳି ମାର୍ଜିତ ଓ ସହନଶୀଳ ହୋଇପାରି ନାହାଁନ୍ତି। ପ୍ରତ୍ୟେକ ପୁରୁଷକୁ ଶତ୍ରୁ , ଅସଭ୍ୟ ଓ ସମ୍ଭାବ୍ୟ ଧର୍ଷଣକାରୀ ବୋଲି ମନେ କରୁଛନ୍ତି। ଅଥଚ ସେମାନେ ବିଶ୍ୱସ୍ତରୀୟ ମହିଳାଙ୍କ ଭଳି କେବଳ ପୋଷାକଟି ପିନ୍ଧନ୍ତି, ଜିଭ ଓ ଦାନ୍ତରେ ବୋଳି ହୋଇଯାଇଥିବା ଭଳି ଇଂଲିଶ୍ , ହିନ୍ଦିମିଶା ଓଡ଼ିଆ କୁହନ୍ତି ଏସବୁକୁ ମିଶାଇ ସଶକ୍ତ ହେବାକୁ ଇଚ୍ଛା କରନ୍ତି।
ସଶକ୍ତ ହେବାର ମୌଳିକ ମନ୍ତ୍ରଟି ମଣିଷର ମନ ପାଖରେ ଅଛି। ପୁରୁଷ ସହିତ ସମାନ ହେବାରେ ନାହିଁ। ପୁରୁଷଠାରୁ ଅତିକ୍ରମ କରିବାରେ ନାହିଁ। ସମାନ ହେବା , ଅତିକ୍ରମ କରିବା ଗୋଟେ ପ୍ରତିଯୋଗିତା। ଏହାକୁ ଭିକ୍ଷାକରି ବା ଦାବିକରି ହାସଲ କରିହେବ ନାହିଁ। ପୁନଶ୍ଚ ମହିଳା ସଶକ୍ତିକରଣ ଦାବି କରାଯାଉଛି କାହାଠାରୁ , ସେହି ପୁରୁଷଠାରୁ।
ଶିକ୍ଷକ, ଅଧ୍ୟାପିକା, ଲେଖିକା, ସମାଜସେବୀ, ଡାକ୍ତର, ଇଞ୍ଜିନିଅର, ଆଇ.ଏ.ଏସ୍., ଆଇ.ପି.ଏସ୍. ବୈଜ୍ଞାନିକ, ମହାକାଶଚାରୀ ଓ ଅନ୍ୟାନ୍ୟ ସରକାରୀ, ବେସରକାରୀ ଚାକିରୀ କରିଥିବା ମହିଳାମାନେ କ’ଣ ସଶକ୍ତ ନୁହଁନ୍ତି ! ସୈନ୍ୟ ବିଭାଗରେ କାମ କରୁଥିବା ମହିଳା, ରାଷ୍ଟ୍ରିୟ, ଅାନ୍ତଃ ରାଷ୍ଟ୍ରିୟ ତଥା ନୋବେଲ୍ ପୁରସ୍କାର ପାଉଥିବା ମହିଳା କ’ଣ ସଶକ୍ତ ନୁହଁନ୍ତି ! ଏମାନଙ୍କ ସଂଖ୍ୟା ତ କୋଟି କୋଟିରୁ ଅଧିକ ହେବ। ଗାର୍ଗୀ, ମୈତ୍ରେୟୀ, ଇନ୍ଦିରା, ନନ୍ଦିନୀ ଙ୍କୁ କାହିଁକି ଉଦାହରଣ ଭାବୁଛନ୍ତି।
କ’ଣ ଠିକ୍ ପଚାଶ ଶତକଡ଼ା ମହିଳା ସଶକ୍ତ ହେଲେ ମହିଳା ସଶକ୍ତିକରଣ ସଫଳ ହେବ। ସଶକ୍ତ ହେଲେ କ’ଣ ଲାଭ ହେବ ? ପୁରୁଷ ପରି ଦାୟିତ୍ୱ ନେଲାପରେ ତ ଏମାନେ ପୁରୁଷ ଭଳି ଦୁର୍ନୀତିଗ୍ରସ୍ତ ହୋଇଯାଉଛନ୍ତି।
କିଛି ବିଶେଷ କଥା :-
* ପୁରୁଷଟିଏ ଚାହେଁ ତା’ର ପତ୍ନୀ ସବୁବେଳେ ରୋମାଣ୍ଟିକ ମୁଡ୍ ରେ ରହୁ। ହସ ହସ ମୁହଁରେ ମଧୁର ବ୍ୟବହାର କରୁ। ଦିନସାରା କାମକରି ଘରକୁ ଫେରିଲେ ହସି ହସି କଥା କହୁ। ପାଣି ଗ୍ଲାସେ ଓ ଚାହା କପେ ଦେଉ। କିନ୍ତୁ ଫଳ ସେପରି ହୁଏନାହିଁ।
* ସ୍ୱାମୀ ଚାହେଁ ପତ୍ନୀଟି ମୋ ପାଖରେ ବସି ଖୁସିଗପ କରୁ। ରୋମାଣ୍ଟିକ ହେଉ। କିନ୍ତୁ ଫଳାଫଳ ହୁଏ ଭିନ୍ନ। କଥାଟି ଆରମ୍ଭ ହେବାର କେଇ ମିନିଟ୍ ପରେ ପତ୍ନୀ କଥାଟିକୁ ଟାଣିଟୁଣି ନେଇ ଯୁକ୍ତିତର୍କ , ଝଗଡ଼ା ପାଖରେ ପହଞ୍ଚାଇ ଦିଅନ୍ତି।
* ପତ୍ନୀ ସବୁବେଳେ ସ୍ୱାମୀକୁ ଚରିତ୍ରହୀନ ଦୃଷ୍ଟିରେ ଦେଖନ୍ତି। ସେହି ଉଦ୍ଦେଶ୍ୟ ରଖି କ୍ରୁର କଥାମାନ କୁହନ୍ତି। ଘରୁ ବାହାରକୁ ଗଲେ ସ୍ୱାମୀଟି କେବଳ ଏହି ନାରୀ ସମ୍ପର୍କୀୟ କାମରେ ବ୍ୟସ୍ତ ରହୁଛନ୍ତି ବୋଲି କ୍ରୁର କଥା କହି କଷ୍ଟ ଦେଇଥାନ୍ତି।
* ଯଦି ପୁରୁଷଟିଏ ଭାବପ୍ରବଣତା ବସତଃ ବା ପତ୍ନୀଙ୍କୁ ବିଶ୍ୱାସ କରିବାକୁ ଯାଇ ବିବାହ ପୂର୍ବର କିଛି ଅପରିପକ୍ୱ ପ୍ରେମକଥା କହିଥାନ୍ତି ତେବେ ପତ୍ନୀ ତାହାକୁ ମନେରଖି ଅସ୍ତ୍ର ଭାବରେ ସବୁବେଳେ ବ୍ୟବହାର କରନ୍ତି।
* କିନ୍ତୁ ବିବାହ ପୂର୍ବର ଅସଫଳ ଓ ଅପରିପକ୍ୱ ପ୍ରେମକଥା ପରସ୍ପରକୁ କହି ନିଜକୁ ବିଶୁଦ୍ଧ କରିନେବା ଉଚିତ। ବେଳେ ବେଳେ ଏହି କଥାକୁ ନେଇ ପରସ୍ପର ସହିତ ଥଟାମଜା କରି ଆନନ୍ଦ ନେବା ଉଚିତ।
* କିନ୍ତୁ….ସତେ ଯେମିତି ବିବାହ ପୂର୍ବରୁ ନାରିମାନେ କିଛି ହିଁ କରି ନ ଥାନ୍ତି। ତଳୁ ଉପରକୁ ମୁହଁ ଉଠାଇ ନ ଥାନ୍ତି। ଗୋଟେ ନିର୍ଦୋଷ, ପବିତ୍ର, ଚରିତ୍ରବତୀ ଜୀବନ ବିତାଇଥାନ୍ତି । ନିଜକୁ ସେହିଭଳି ବ୍ୟକ୍ତ କରିଥାନ୍ତି।
* ପୁରୁଷମାନେ ଶୁଣନ୍ତି। ସହନ୍ତି ଓ କଠୋର ଭାଷାରେ ପ୍ରତ୍ୟୁତ୍ତର ଦିଅନ୍ତି ନାହିଁ। କାରଣ ପତ୍ନୀର ପୂର୍ବଗୁଣ ବା ଚରିତ୍ରକୁ ସନ୍ଦେହ କରି କିଛି କହିବାକୁ ପସନ୍ଦ କରନ୍ତି ନାହିଁ। କିଛି ପ୍ରମାଣ ବା ଶୁଣାକଥା ଥିଲେ ବି ନିରବ ରୁହନ୍ତି। ନାରୀର ଗୋଟିଏ କୁ ସଂସର୍ଗ ପୁରୁଷର ସହସ୍ର କୁ ସଂସର୍ଗ ଠାରୁ ଖୁବ ହିଁ ଅ-ଗ୍ରହଣୀୟ ବୋଲି ଗୋଟେ ପରମ୍ପରା ରହିଯାଇଛି। ଏହି ନିରବତାକୁ ନାରୀ ଏକ ସୁଯୋଗ ବୋଲି ଭାବିଥାନ୍ତି । ଏବଂ ପୁରୁଷ ଅର୍ଥାତ ନିଜ ସ୍ୱାମୀଙ୍କୁ ନିର୍ବିଚାରରେ ଏପରି ନିମ୍ନମାନର କଥା କହି ଆକ୍ରମଣ କରିଚାଲିଥାନ୍ତି।
କିନ୍ତୁ ଏପରି କ୍ରୁର କଥା ପତ୍ନୀ ବିଷୟରେ ପ୍ରକାଶ କହିବାକୁ ପୁରୁଷ ନିଜର ସ୍ୱଭିମାନ ବିରୋଧି ଓ ପରିବାରର ସମ୍ମାନ ହାନୀଜନକ ବୋଲି ମନେ କରିଥାନ୍ତି। ତେଣୁ ସହନ୍ତି , କିଛି କୁହନ୍ତି ନାହିଁ। ପୁରୁଷ ପାଖରେ ଥାଏ ପ୍ରଚୁର ଧୈର୍ଯ୍ୟ। ପ୍ରଚୁର ସହନଶୀଳତା।
ଫଳରେ…ଅର୍ଥାତ୍ ମହିଳାମାନେ, ଖୁବ ଭଲ ଓ ପୁରୁଷମାନେ ନିଶ୍ଚୟ ଖରାପ ବୋଲି ଜଣାଇବାକୁ ଚେଷ୍ଟା କରନ୍ତି।
* ପୁରୁଷ ସବୁଜାଣି , କହିବାପାଇଁ ତ’ ପାଖରେ ଅନେକ କଥା ଥିଲେବି ନିରବ ରହେ।
* ବିବାହିତ ଶହେ ପୁରୁଷଙ୍କ ମଧ୍ୟରୁ ୯୯.୯୯% ପୁରୁଷ ନିଜ ପତ୍ନୀଙ୍କ ବ୍ୟବହାରରେ ଅତିଷ୍ଠ , ଅସନ୍ତୁଷ୍ଟ କାରଣ ନିର୍ଯ୍ୟାତିତ। ବୋଧହୁଏ ସେଥିପାଇଁ ଏହାକୁ ବିବାହ ପରବର୍ତ୍ତୀ ” ବମ୍ବେକା ଲଡୁ” କୁହାଯାଏ।
* ଏହା ଲକ୍ଷ ଲକ୍ଷ ଦମ୍ପତ୍ତିଙ୍କ ଜୀବନର କଥା।
* ନିରବ ରହି ସହିଯାଉଥିବା ଗୋଟେ ଆସହାୟ ପୁରୁଷ ଆଗରେ ମହିଳାଟିଏ ଆଉ କେତେ ସଶକ୍ତ ହେବା ଆବଶ୍ୟକ। ତୁମ ଅକ୍ତିଆରରେ ଥିବା ସ୍ୱାମୀଟି ତ ଗୋଟେ ନିରିହ ପ୍ରାଣୀ ଭଳି ବଞ୍ଚୁଛି। ଆଉ କେଉଁ ପୁରୁଷ ସମ୍ମୁଖରେ ସଶକ୍ତ ହେବାକୁ ଆପଣମାନଙ୍କ ପ୍ରୟାସ ଚାଲିଛି ? ସ୍ୱାମୀକୁ ଶ୍ରଦ୍ଧା କରନ୍ତୁ। ସେ ହିଁ ଆପଣଙ୍କ ଅପୂର୍ବ ଶକ୍ତିକୁ ମୁକ୍ତ କଣ୍ଠରେ ପ୍ରମାଣ କରିବେ।
@ ଏ କଥାକୁ ଭଲ ଭାବରେ ପଢ଼ି ବୁଝି ଯୁକ୍ତାତ୍ମକ ମତାମତ ଦେବା ଲୋକେ ପ୍ରକୃତରେ ମହିଳା ସଶକ୍ତିକରଣ ଚାହୁଁଛନ୍ତି ବୋଲି ପ୍ରମାଣିତ ହେବ। ଯେଉଁମାନେ ଯୁକ୍ତି କରିବେ ସଶକ୍ତିକରଣଠାରୁ ଅନେକ ଦୂର୍ଦୂର୍ କରିବା ରେ ଅଛନ୍ତି ବୋଲି ପ୍ରମାଣ ହୋଇଯିବ। କାରଣ କ୍ରୁରକଥା, ଗାଳିଗୁଲଜ ଓ ନିଜର ତର୍କକୁ ଯଥାର୍ଥ ବୋଲି କହି ଯୁକ୍ତି କରୁଥିବା ବନ୍ଧୁ/ବାନ୍ଧବୀମାନେ ସଶକ୍ତିକରଣ କାମନା ଓ ପ୍ରୟାସଠାରୁ ସହସ୍ର ସହସ୍ର ଜୋଜନ ଦୂରରେ ଅଛନ୍ତି ବୋଲି ପ୍ରମାଣ ହୋଇଯିବ।
ସଶକ୍ତ ନୁହେଁ ଶିକ୍ଷିତ ଓ ଉଦାର ହେବା ଆବଶ୍ୟକ। କାରଣ ଆଜିଯାଏ କୌଣସି ବୈପ୍ଳବିକ ଉଦ୍ୟମ କେବେ ସଫଳ ହିଁ ହୋଇନାହିଁ । ଦାରିଦ୍ର୍ୟ ଦୂରିକରଣ, ଶିକ୍ଷା,ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସମସ୍ତ ଦାବି ନିସ୍ଫଳ ହୋଇ ସାରିଛି। ଏହି ସଶକ୍ତିକରଣ ନିଶ୍ଚୟ ବିଫଳ ହେବ।
…..
…..
ଲେଖକଙ୍କୁ ଓ “ସୁରଭି ଓଡିଆ” ପରିବାରକୁ ଉତ୍ସାହିତ କରିବା ପାଇଁ ଲେଖାକୁ
(୧) ଏହି ୱେବ୍ସାଇଟ (ସୁରଭି ଓଡିଆ)ରେ ଲାଇକ (ପସନ୍ଦ) କରନ୍ତୁ , ମନ୍ତବ୍ୟ ଦିଅନ୍ତୁ ଓ ସେୟାର କରନ୍ତୁ ।
(୨) ଏହି ୱେବ୍ସାଇଟ(ସୁରଭି ଓଡିଆ)ର ଫେସବୁକ-ପେଜ ରେ ମଧ୍ୟ ଲାଇକ (ପସନ୍ଦ) କରନ୍ତୁ , ମନ୍ତବ୍ୟ ଦିଅନ୍ତୁ ଓ ସେୟାର କରନ୍ତୁ ।
ପୁଣିଥରେ ଧନ୍ୟବାଦ